• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର କେଉଁ ଦିଗରେ ଘଣ୍ଟା ଲଗାଇବେ,ଆସନ୍ତୁ ଜାଣିବା
VASTU

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର କେଉଁ ଦିଗରେ ଘଣ୍ଟା ଲଗାଇବେ,ଆସନ୍ତୁ ଜାଣିବା

ଦାମିକିଆ ଘଣ୍ଟା ପିନ୍ଧିବା ଦ୍ବାରା ସମୟ ବଦଳେ ନାହିଁ କିମ୍ବା ଦିନ ମଧ୍ୟ ବଦଳେନି । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘଣ୍ଟା ଆପଣଙ୍କ ଭାଗ୍ୟ ବଦଳାଇ ଦେଇ ପାରେ । ଘରେ ଘଣ୍ଟା ଟାଙ୍ଗିବା ବେଳେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବକୁ ପଡେ, ଯାହା ଆପଣଙ୍କ ସମୟକୁ ଭଲ ବା ଖରାପ କରିପାରେ । ତେବେ ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଘଣ୍ଟା ଟାଙ୍ଗିଲେ ଆପଣଙ୍କର ଆଗମୀ ସମୟ ଶୁଭ ଏବଂ ସୁଖମୟ ହେବ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗକୁ ଯମରାଜଙ୍କ ଦିଗ ବୋଲି କୁହାଯାଇଛି । ଏହି ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଆପଣଙ୍କ ପ୍ରଗତି ଧୀର ହୋଇପାରେ । ଦକ୍ଷିଣ ଦିଗ ଘରର ମୁଖିଆଙ୍କ ପାଇଁ ବୋଲି ଗ୍ରହଣ କରାଯାଇଛି । ତେଣୁ ଦକ୍ଷିଣ ଦିଗରେ ଘଣ୍ଟା ଟାଙ୍ଗିଲେ ଘର ମୁଖିଆଙ୍କ ସ୍ବାସ୍ଥ୍ୟାବସ୍ଥାରେ ହାନି ଘଟିପାରେ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଫାଟକ ଉପରେ ଘଣ୍ଟା ଲଗାଇବା ଅନୁଚିତ୍ । ଏପରି କରିବା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିବା ସହ ଅଶାନ୍ତି ବଢିଥାଏ । ଫଳରେ ଆପଣଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଲଗାଇବା ଘଣ୍ଟା ଉଚିତ୍ । ପୂର୍ବ ଦିଗରେ ଘଣ୍ଟା ଲାଗିଲେ ଘରର ବାତାବରଣ ସୁସ୍ଥ ହେବା ସହ ଶୁଭ ମଧ୍ୟ ହୋଇଥାଏ । ପଶ୍ଚିମ ଦିଗରେ ଘଣ୍ଟା ରହିଲେ ପରିବାର ସଦସ୍ୟଙ୍କ ଉନ୍ନତି ଘଟିଥାଏ । ଉତ୍ତର ଦିଗରେ ଘଣ୍ଟା ଟାଙ୍ଗିଲେ ଘରେ ଆର୍ଥିକ ଅନଟନ ଦେଖା ଯାଏନାହିଁ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବନ୍ଦ ଘଣ୍ଟାକୁ ବିଲକୁଲ ରଖନ୍ତୁ ନାହିଁ । ଏହା ଦ୍ବାରା ଘରେ ନକାରତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ । ଏହା ସହ ଘଣ୍ଟାରେ ଯେପରି ଧୂଳି ଜମିବ ନାହିଁ ସେ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

ହାତର ପିନ୍ଧୁଥିବା ଘଣ୍ଟାକୁ ତକିଆ ତଳେ ରଖି ଶୁଅନ୍ତୁ ନାହିଁ । ଏପରି କରିବା ଦ୍ବାରା ଆପଣଙ୍କ ଚିନ୍ତାଧାରା ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିବା ସହ ସ୍ବଭାବରେ ପରିବର୍ତ୍ତନ ହୋଇଥାଏ ।ଘରେ ସବୁଜ ବା ନାରଙ୍ଗି ରଙ୍ଗର ଏବଂ ଦୋକାନରେ କଳା ବା ଗାଢ ନୀଳ ରଙ୍ଗର ଘଡି ଲଗାନ୍ତୁ ନାହିଁ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର କେଉଁ ଦିଗରେ ଘଣ୍ଟା ଲଗାଇବେ,ଆସନ୍ତୁ ଜାଣିବା wall watch

ପଢନ୍ତୁ ;

ପ୍ରେମରେ ସତର୍କ ହେବା ଉଚିତ,ଆସନ୍ତୁ ଜାଣିବା

Related posts

ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ

Krishna Kumar Manoj

ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କି ? ତେବେ କ ‘ ଣ କଲେ ଏହା ଦୂର ହେବ ଜାଣନ୍ତୁ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସ୍ଵପ୍ନ ଦେଖିଲେ କ’ଣ ଲାଭ ମିଳେ ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More