• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ କାନ୍ଥଘଣ୍ଟା ଲଗାଇଲେ ଶୁଭ ହୋଇଥାଏ ଜାଣନ୍ତୁ ?
VASTU

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ କାନ୍ଥଘଣ୍ଟା ଲଗାଇଲେ ଶୁଭ ହୋଇଥାଏ ଜାଣନ୍ତୁ ?

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁର ଶୁଭ-ଅଶୁଭ ଫଳ ରହିଛି । ସେହିପରି ଘଣ୍ଟାର ମଧ୍ୟ ଶୁଭାଶୁଭ ଫଳ ଅଛି । ସମୟ ନିର୍ଦେଶ କରୁଥିବା ଘଣ୍ଟା ମଣିଷ ପାଇଁ ଭଲ ଏବଂ ଖରାପ ସମୟ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ, କେଉଁ ଦିଗରେ କାନ୍ଥଘଣ୍ଟା ଲଗାଇବେ ?

କେଉଁ ଦିଗରେ କାନ୍ଥଘଣ୍ଟା ଲଗାଇଲେ ଶୁଭ ହୋଇଥାଏ ଜାଣନ୍ତୁ :-

  • ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ ନଚେତ ଉତ୍ତର ଦିଗରେ ଲଗାନ୍ତୁ । ଏ ସମସ୍ତ ଦିଗ ସକାରାତ୍ମକ ଶକ୍ତି ବୃଦ୍ଧି କରେ ।
  • ଘରର ମୁଖ୍ୟ ଦ୍ୱାର ଉପରେ ଘଣ୍ଟା ଲଗାଇଲେ ବି ଟେନ୍‍ସନ ବଢେ । କାରଣ, ଯା’ଆସ କରିବା ସମୟରେ ଆଖପାଖର ଶକ୍ତି ପ୍ରଭାବିତ ହୋଇଥାନ୍ତି।
  • ଘରର ଦକ୍ଷିଣ ଦିଗ ସ୍ଥିରତାର ଦିଗ ହୋଇଥିବାରୁ ଏହି ଦିଗରେ ଘଣ୍ଟା ଲଗାଇଲେ କାର୍ୟ୍ୟର ଗତିରୋଧ ହୋଇପାରେ । ଘଣ୍ଟାର ଏହି ସ୍ଥିତି ସୁବର୍ଣ୍ଣ ସୁଯୋଗ ପରି ଅବସରଗୁଡିକୁ ମନ୍ଥର କରିଦିଏ।

watch କାନ୍ଥଘଣ୍ଟା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ କାନ୍ଥଘଣ୍ଟା ଲଗାଇଲେ ଶୁଭ ହୋଇଥାଏ ଜାଣନ୍ତୁ ? watch 1

  • ପୁଣି ଏହା ଘର ମୁଖିଆଙ୍କର ଦିଗ ହୋଇଥିବାରୁ ଦକ୍ଷିଣ ଦିଗରେ ଘଣ୍ଟା ଲଗାଇଲେ ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ । ଏଠାରେ ନକାରାତ୍ମକ ଶକ୍ତି ଥିବାରୁ ଏହି ଦିଗରେ ଘଣ୍ଟା ଲଗାଇଲେ ମଣିଷର ଦୃଷ୍ଟି ବାରମ୍ବାର ଦକ୍ଷିଣ ଦିଗକୁ ଆକର୍ଷିତ ହୁଏ ଏବଂ ସେ ସେତେଥର ନକାରାତ୍ମକ ଶକ୍ତି ପାଇଥାଏ ।
  • ଘରେ ବନ୍ଦ ହୋଇଥିବା ଘଣ୍ଟା ରଖନ୍ତୁ ନାହିଁ । ଏଥିସହିତ ସମସ୍ତ ଘଣ୍ଟା ଯେପରି ସଠିକ୍‍ ସମୟ ଦର୍ଶାଉଥିବ। ଘଣ୍ଟା ପଛୁଆ ଚାଲିବା ଶୁଭଙ୍କର ନୁହେଁ ।

ପଢନ୍ତୁ ; ଖୁବ ଶୀଘ୍ର ଦୀପିକା ପାଦୁକୋନ୍ ପ୍ରଯୋଜିକା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି

Related posts

ବିବାହିତ ମହିଳା ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଚୁଡ଼ି, ଜାଣନ୍ତୁ କାରଣ କ’ଣ ?

Krishna Kumar Manoj

ସ୍ନାନାଗାର ବିଷୟରେ ବାସ୍ତୁଶାସ୍ତ୍ର କ’ଣ କହେ, ଆସନ୍ତୁ ଜାଣିବା

Krishna Kumar Manoj

ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କାହିଁକି କରାଯାଏନାହିଁ? ଜାଣନ୍ତୁ ଏହାର କାରଣ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More