VASTU

ଆସନ୍ତୁ ଜାଣିବା , ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରରେ ଆବଶ୍ୟକୀୟ ବାସ୍ତୁ ଉପଚାର

ଆସନ୍ତୁ ଜାଣିବା , ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରରେ ଆବଶ୍ୟକୀୟ ବାସ୍ତୁ ଉପଚାର

ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମୁଖ୍ୟଦ୍ଵାର ଦେଇ ହିଁ ଘର ଭିତରକୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି। ଯଦି ଘରେ ରୋଗ ବ୍ୟାଧି ,କଳହ , ଅଶାନ୍ତି , ଆର୍ଥିକ ଅନଟନ ଭଳି ସମସ୍ୟା ଲାଗି ରହୁଥାଏ, ତା’ହେଲେ ଏହାର କାରଣ ଘରର ମୁଖ୍ୟଦ୍ୱାରର ବାସ୍ତୁ ଦୋଷ ହୋଇପାରେ। ଏଣୁ ଘରର ମୁଖ୍ୟ ଦ୍ଵାରର ବାସ୍ତୁ ଉପଚାର ଅତ୍ୟନ୍ତ ଜରୁରୀ । ଉପରୋକ୍ତ ସମସ୍ୟାର ସମାଧାନ ଲାଗି ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ତେବେ ଆସନ୍ତୁ ଜାଣିବା, ଘରର ମୁଖ୍ୟଦ୍ୱାର ପାଇଁ କିଛି ବାସ୍ତୁ ଉପଚାର :-

  • କୌଣସି ଧାର୍ମିକ କାର୍ଯ୍ୟକ୍ରମ କିମ୍ୱା ପୂଜାଅର୍ଚ୍ଚନା ସମୟରେ ଘରର ମୁଖ୍ୟ ଦ୍ୱାର କିମ୍ୱା ବାହାର କାନ୍ଥରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ସ୍ୱସ୍ତିକ ଚିହ୍ନ ଶ୍ରୀଗଣେଶଙ୍କ ପ୍ରତୀକ ହୋଇଥାଏ। ସ୍ୱସ୍ତିକ ଚିହ୍ନ ଦ୍ୱାରା ଘର ଆଖପାଖରୁ ନକାରାତ୍ମକ ଶକ୍ତି ଗୁଡ଼ିକ ଦୂରେଇ ଯାଆନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଶ୍ରୀ ଗଣେଶ  କିମ୍ୱା ସ୍ୱସ୍ତିକ ଚିହ୍ନ ଆଙ୍କିବା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ଲାଗି ରହିଥାଏ।
  • ଘରର ମୁଖ୍ୟ ଦ୍ୱାର ଆଗରେ ଗାତ ଥିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମାନସିକ ଅଶାନ୍ତି ଲାଗି ରହେ। ଏଥିରୁ ରକ୍ଷା ପାଇବାକୁ ଗାତକୁ ଭର୍ତ୍ତି କରିଦିଅନ୍ତୁ।
  • ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫା ଓ ସୁନ୍ଦର ରଖନ୍ତୁ। ଏପରି କରିବା ଦ୍ୱାରା ଘରକୁ ସୁଖସମୃଦ୍ଧିର ଆଗମନ ହୋଇଥାଏ।
  • ମୁଖ୍ୟ ଦ୍ୱାର ନିକଟରେ ପାଣି ଭର୍ତ୍ତି କାଚପାତ୍ର ରଖନ୍ତୁ। ଏଥିରେ ସୁଗନ୍ଧ ଯୁକ୍ତ ଫୁଲ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ।
  • ଓସ୍ତ, ଆମ୍ୱ କିମ୍ୱା ଅଶୋକ ଗଛର ପତ୍ରର ମାଳା ଗୁନ୍ଥି ପ୍ରବେଶ ଦ୍ୱାରରେ ବାନ୍ଧନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ଦୁର୍ବଳ କରିଦିଏ।
  • ପ୍ରବେଶ ଦ୍ୱାରରେ ମାତା ଲକ୍ଷ୍ମୀଙ୍କ ପାଦଚିହ୍ନ ବନାନ୍ତୁ ଯାହା ଘର ଭିତରକୁ ଯାଉଥିବ। ଏହା ଦ୍ୱାରା ଘରର ସମୃଦ୍ଧି ହୋଇଥାଏ।
  • ଯଦି ଘର ସମ୍ମୁଖରେ ଗଛ କିମ୍ବା ଖମ୍ବ ଅଛି ତା’ହେଲେ ଏହା ଅଶୁଭ ସଙ୍କେତ। ଏହାର କୁପ୍ରଭାବରୁ ବର୍ତ୍ତିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ପ୍ରତିଦିନ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ।

ଆସନ୍ତୁ ଜାଣିବା , ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରରେ ଆବଶ୍ୟକୀୟ ବାସ୍ତୁ ଉପଚାର

ପଢନ୍ତୁ, ମିଠା ହାଲୁଆ ଯେ କେବଳ ସୁସ୍ଵାଦୁ ଲାଗେ , ତାହା ନୁହେଁ ବରଂ ରୋଗରୁ ମଧ୍ୟ ମୁକ୍ତି ଦିଏ

Related posts

ଦିନ ଅନୁସାରେ କିଣନ୍ତୁ ଜିନିଷ, ମିଳିବ ମା ଲକ୍ଷ୍ମୀଙ୍କ କୃପା

ENO Beuro

ସକାଳୁ ଉଠି ଦେଖନ୍ତୁ ନାହିଁ ଏହି ସବୁ ଜିନିଷ ,ନଚେତ ହୋଇପାରେ ଅନେକ ସମସ୍ୟା

ENO Beuro

ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ?

ENO Beuro

Leave a Comment