VASTU

ଗୁରୁବାର ଦିନ କରନ୍ତୁ ଏହି ସବୁ କାମ , ହୋଇପାରିବେ ଧନୀ

ଗୁରୁବାର ଦିନ କରନ୍ତୁ ଏହି ସବୁ କାମ

ବାସ୍ତୁଶାସ୍ତ୍ର ଅନୁସାରେ ଆମ ହିନ୍ଦୁ ଧର୍ମରେ ଅନେକ ପ୍ରକାରର ସଂସ୍କୃତି ଓ ପରମ୍ପରା ରହିଛି । କୁହାଯାଏ କି ଆମ ହିନ୍ଦୁ ଧର୍ମରେ କୋଟି କୋଟି ଦେବା ଦେବୀ ଅଛନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବୃହସ୍ପତିଙ୍କର ଆଧିପତ୍ୟ ରହିଥାଏ ।

ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କାମ ସବୁ କଲେ ଧନୀ ହୋଇପାରିବେ-

tree

ଗୁରୁବାର ଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠି ସ୍ଥାନ କରିବା ଉଚିତ । ଗାଧୋଇବା ପାଣି ରେ ଅଳ୍ପ ହଳଦୀ ପକାଇ ହଳଦିଆ ଵସ୍ତ୍ର ପିନ୍ଧି ସ୍ନାନ କରିବା ଉଚିତ । ଏହି ସମୟ ରେ “ଓଁ ନମଃ ଭଗବତେ ବାସୁଦେବାୟ” ମନ୍ତ୍ର ପାଠ କରି କେଶରର ତିଳକ ଲଗାଇବେ।

ଏହାପରେ ଆପଣ କଦଳୀ ଗଛ ରେ ଜଳ ଅର୍ପଣ କରିବେ। ଜଳ ଅର୍ପଣ କରିବା ପରେ ଆପଣ ସୋରିଷ ତେଲର ଏକ ଦୀପ ଲଗାଇ ଗୁଡ଼ ଭୋଗ କରନ୍ତୁ ଏବଂ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ । ଏମିତି କରିବା ଦ୍ଵାରା ଧନ ପ୍ରାପ୍ତିର ସମ୍ଭାବନା ଅଛି।

ଗୁରୁବାର ଦିନ ଦେବ ଗୁରୁ ବୃହସ୍ପତିଙ୍କର ଏକ ବିଶେଷ ଦିନ ରହିଥାଏ । ଯଦି ଆପଣ ଏହି ଦିନ ଦେବଗୁରୁ ବୃହସ୍ପତିଙ୍କୁ ପ୍ରସନ୍ନ କରିଥାନ୍ତି ତ ନିଶ୍ଚିତ ରୂପେ ଆପଣ ଧନଵାନ ହେଇଥାନ୍ତି ।  ତାଙ୍କ ଆଶୀର୍ବାଦ ହିଁ ସବୁ କାର୍ଯ୍ୟ ପରିପୂର୍ଣ ହେଇଥାଏ ।  ଜୀବନରେ କୌଣସି ବି ସମସ୍ୟା ରହିନଥାଏ । ଏହା ଦ୍ଵାରା ଆପଣ ସଫଳତା ପାଇବେ ଓ ଧନ ସମ୍ପତି ମଧ୍ୟ ପାଇବେ ।

siv

ଆପଣ ଶିବ ମନ୍ଦିରକୁ ଯାଆନ୍ତୁ  ଏବଂ ସେଠାରେ ଆପଣ ବେସନର ଲଡୁ ଭୋଗ କରିପାରିବେ ।  ମନ୍ଦିରରେ ଦେବ ଗୁରୁ ବୃହସ୍ପତିଙ୍କୁ ପୂଜା କରିବା ସମୟରେ ହଳଦିଆ ରଙ୍ଗର ସୁତାକୁ ହାତରେ ବାନ୍ଧି ପାରିବେ ।  ଏହା ଦ୍ଵାରା ଆପଣଙ୍କ ଧନ ବଢିବ ।

 

ପଢନ୍ତୁ ;ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

Related posts

ହାତରେ ସୂତ୍ର ବାନ୍ଧିବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ! ଜାଣନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁ ଜିନିଷ ଦାନ କରନ୍ତୁ ନାହିଁ , ନଚେତ ହୋଇ ପାରନ୍ତି ଋଣି

ENO Beuro

ଶନିଦଶା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଦାନ କରନ୍ତୁ ଏହି ସବୁ ତେଲ

ENO Beuro

Leave a Comment