VASTU

ସ୍ନାନାଗାର ବିଷୟରେ ବାସ୍ତୁଶାସ୍ତ୍ର କ’ଣ କହେ, ଆସନ୍ତୁ ଜାଣିବା

ଘରର ପ୍ରତ୍ୟେକ କୋଣର ସ୍ଥିତି ବାସ୍ତୁ ଦୋଷ ଦୂର କରିଥାଏ । ଅନେକ ବର୍ଗର ଲୋକେ ଏସବୁ ଦିଗ ପ୍ରତି ଧ୍ୟାନ ନ ଦେଇ ନିଜ ମନମୁତାବକ୍ ଘର ତିଆରି କରନ୍ତି, ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମୁମ୍ବଇର ଜନୈକ ନାମକରା ବାସ୍ତୁବିତ୍  ଏ ସମ୍ପର୍କିତ କିଛି ତଥ୍ୟ ପ୍ରକାଶ କରିଛନ୍ତି ।

ବାସ୍ତୁଶାସ୍ତ୍ର ଅନୁସାରେ ସ୍ନାନାଗାର ନିମନ୍ତେ ସର୍ବୋତ୍କୃଷ୍ଟ ସ୍ଥାନ ହେଉଛି ଉତ୍ତର-ପଶ୍ଚିମ ଦିଗ ।ଅନେକ ଏହି କୋଣରେ ସ୍ନାନାଗାର ନିର୍ମାଣ କରନ୍ତି । ଭୁଲରେ ବି ଏମିତି କରନ୍ତୁ ନାହିଁ । ସବୁବେଳେ ଧ୍ୟାନରେ ରଖିବେ ଦିଗ ଓ କୋଣ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଅଛି ।ସ୍ନାନାଗାର ଯଥାସମ୍ଭବ ପରିଷ୍କାର ରଖିବାକୁ ଚେଷ୍ଟା କରିବେ ।ବାସ୍ତୁଶାସ୍ତ୍ର ଅନୁସାରେ ସ୍ନାନାଗାରରେ ଅଯଥା ପାଣି ନଷ୍ଟ କରିବା ଅନୁଚିତ ।ଏଥି ପାଇଁ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।

ରୋଷଶାଳା ଓ ସ୍ନାନାଗାର ପାଖାପାଖି କେବେହେଲେ କରନ୍ତୁ ନାହିଁ । ଯଦିବି ଆପଣ ଏମିତି କରିଛନ୍ତି,ତେବେ ବାସ୍ତୁବିତଙ୍କ ପରାମର୍ଶରେ ଏହାର ନିରାକରଣ କରିବା ନିହାତି ଆବଶ୍ୟକ । ରୋଷଶାଳା ଓ ସ୍ନାନାଗାର ପାଖାପାଖି କରିବା ଦ୍ଵାରା ଘରେ ନିୟମିତ ଝଗଡା ହୋଇଥାଏ ।

ଶୟନ କକ୍ଷ ସଂଲଗ୍ନ ସ୍ନାନାଗାର କରୁଥିଲେ, କେବେହେଲେ ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ କରନ୍ତୁନାହିଁ । ଏହା ବିପଦକୁ ନିମନ୍ତ୍ରଣ କରେ ଓ ଆପଣଙ୍କୁ ଅସୁବିଧାରେ ପକାଇ ଥାଏ ।

ସ୍ନାନାଗାର ଦୁଆର ସମ୍ମୁଖରେ ଦର୍ପଣ ଲଗାଇବା ଦମ୍ପତିଙ୍କ ମଧ୍ୟରେ କଳିଝଗଡ଼ାର ଅନ୍ୟତମ କାରଣ । ଏପରି ସ୍ଥଳେ ପରିବାରର ପିଲାମାନେ ଘରଠାରୁ ଦୂରେଇ ରହୁଥିବାର ବାସ୍ତୁବିତ ପ୍ରକାଶ କରିଛନ୍ତି ।ସ୍ନାନାଗାର ଯଥାସମ୍ଭବ ପରିଷ୍କାର ରଖିବାକୁ ଚେଷ୍ଟା କରିବା ଆବଶ୍ୟକ ।

ପଢନ୍ତୁ;

ଆସନ୍ତୁ ଜାଣିବା ଅଦାର ଔଷଧିୟ ଗୁଣ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି କିପରି ଦୂର କରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

ENO Beuro

ନୂତନ ଗୃହରେ ପ୍ରବେଶ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ହୋଇପାରେ ଅନେକ ସମସ୍ୟା!

ENO Beuro

ଗୁରୁବାର ଦିନ କରନ୍ତୁ ଏହି ସବୁ କାମ , ହୋଇପାରିବେ ଧନୀ

ENO Beuro

Leave a Comment