VASTU

ଠିକ ଅଛି ତ ଆପଣଙ୍କ ବେଡରୁମର ବାସ୍ତୁ ? ନଚେତ ବିଗିଡି ପରେ ଆପଣଙ୍କ ସମ୍ପର୍କ

ବେଡରୁମର ବାସ୍ତୁ

ଘର ତିଆରି କଲା ବେଳେ ବାସ୍ତୁ ପ୍ରତି ଧ୍ୟାନ ରଖିଲେ ଜୀବନ ସୁଖମୟ ହୁଏ । ବାସ୍ତୁ ଦୋଷ ରହିଥିଲେ ଘରେ ସର୍ବଦା ବିଭିନ୍ନ ପ୍ରକାର ସମସ୍ୟା ଆସିଥାଏ । ଅନ୍ୟ ସବୁ ରୁମ ଅପେକ୍ଷା ବେଡରୁମର ବାସ୍ତୁ କଥା ଟିକେ ଅଲଗା । ଘରର ଶୋଇବା ଘର ଦାମ୍ପତ୍ୟ ଜୀବନକୁ ମଧୁର କରିଥାଏ।  ଯଦି ଶୋଇବା ଘରର ବାସ୍ତୁ ଦୋଷ ଥାଏ ପତିପତ୍ନୀଙ୍କ ସମ୍ପର୍କ ଭଲ ରହି ନ ଥାଏ। ଛୋଟ ଛୋଟ କଥାରୁ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। କୁହାଯାଏ ଏସବୁ ବାସ୍ତୁ ଦୋଷର ପ୍ରଭାବ। ଯଦି ଆପଣ ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତା’ହେଲେ ନିଜ ଶୋଇବା ଘରର ବାସ୍ତୁ ଯାଞ୍ଚ କରନ୍ତୁ ଓ ନିରାକରଣ ପାଇଁ ପଦକ୍ଷେପ ନିଅନ୍ତୁ।

  • ଶୋଇବା ଘରର ବେଡ୍‌କୁ ମଝିରେ ନ ପକାଇ କୌଣସି ଏକ ସାଇଟ୍‌ରେ ପକାଇବା ଉଚିତ୍। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
  • ଶୋଇବା ଘରେ ବୈଦ୍ୟୁତିକ ଜିନିଷ ରଖନ୍ତୁ ନାହିଁ। ଏହା ଦ୍ୱାରା ପତିପତ୍ନୀଙ୍କ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇଥାଏ। ବୈଦ୍ୟୁତିକ ଜିନିଷଗୁଡ଼ିକୁ ଅନ୍ୟ ଘରେ ରଖନ୍ତୁ।
  • ଶୋଇବା ଘରେ ସବୁବେଳେ ଭଲକଥା କଥା ହୁଅନ୍ତୁ। ଏହା ସହ ପତିପତ୍ନୀ ଉଭୟଙ୍କର ପ୍ରଂଶସା କରନ୍ତୁ। ଫଳରେ ସମ୍ପର୍କ ଭଲ ହୋଇଥାଏ।
  • ଶୋଇବା ଘରେ ସୂର୍ଯ୍ୟକିରଣ ପଡ଼ିବା ଉଚିତ୍‌। ଫଳରେ ଭଲ ଲାଗିଥାଏ।
  • ଶୋଇବା ଘର କାନ୍ଥରେ ପ୍ରେମର ପ୍ରତୀକ ଫଟୋ ଲଗାନ୍ତୁ। ଆପଣ ରାଧାକୃଷ୍ଣଙ୍କ ଫଟୋ ଲଗାଇ ପାରିବେ। କିନ୍ତୁ ଭଗବାନ ରୂପରେ ନୁହେଁ ପ୍ରେମୀ ଯୁଗଳ ଫଟୋ ଲଗାନ୍ତୁ। ଏହା ସହ ତାଜମହଲ ଫଟୋ ଲଗାଇ ପାରିବେ।
  • ଶୋଇବା ଘରର ବେଡ୍‌ ବାଡା ଧାତୁରେ ତିଆରି ହୋଇଥାଏ। ବେଡ୍‌ ବାଡ଼ା କାଠର ହେବା ଉଚିତ୍।

ପଢନ୍ତୁ, କଦଳୀ ପତ୍ରରେ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି

Related posts

ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ

ENO Beuro

ଘରକୁ ନେଇ ଆସନ୍ତୁ ଏହି ତିନୋଟି ଜିନିଷ: ଟଙ୍କାର ଅଭାବ ରହିବ ନାହିଁ

Ratnamani Moharana

ନୀଳ ରଙ୍ଗରେ କେବଳ ଆପଣଙ୍କ ପୋଷାକ ଚମକି ନଥାଏ ,ଏହାମଧ୍ୟ ଆପଣଙ୍କ ଭବିଷ୍ୟତକୁ ବଦଳାଇ ଥାଏ, ଜାଣନ୍ତୁ କିପରି ?

ENO Beuro

1 comment

Leave a Comment