VASTU

ନକରାତ୍ମକ ଶକ୍ତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି? ତେବେ ଘର ଦୁଆର ମୁହଁରେ ଟାଙ୍ଗନ୍ତୁ ଆମ୍ବପତ୍ର,ଦୂର ହେବ ଅନେକ ସମସ୍ୟା

କୌଣସି ଶୁଭ କାର୍ଯ୍ୟ ଯେପରି ବିବାହ, ବ୍ରତଘର ଏବଂ ପୂଜା ପାର୍ବଣରେ ଆମ୍ବପତ୍ର ଓ ଆମ୍ବଡାଳର ମହତ୍ତ୍ଵ ଅଧିକ ଥାଏ। କିଛି ଲୋକ ଘର ସଜାଇବା ପାଇଁ ମଧ୍ୟ ଆମ୍ବଡାଳର ବ୍ୟବହାର କରିଥାନ୍ତି।

ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ-

ଆମ୍ବଗଛକୁ ଏକ ପବିତ୍ର ଗଛ। ଆମ୍ବ, ଆମ୍ବପତ୍ର ଓ ଆମ୍ବଡାଳରେ ବିଶେଷ ଗୁଣ ଭରି ରହିଛି । ଆମ୍ବ କାଠକୁ ହୋମ କାର୍ଯ୍ୟରେ ବ୍ୟବହାର କରାଯାଏ । ହୋମରେ ଗୁଆ ଘିଅ ସହ ଆମ୍ବକାଠ ଜାଳିଲେ ଘରେ ଏକ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

ଆମ୍ବପତ୍ରକୁ ଘର ଆଗରେ ଟାଙ୍ଗିବା ଦ୍ୱାରା ଘରର ସୁଖ, ଶାନ୍ତି ବୃଦ୍ଧି ପାଇବା ସହ ଧନ ଓ ସମୃଦ୍ଧିରେ ପୁରି ଉଠେ।

ଘରର ଦୁଆର ମୁହଁରେ ଆମ୍ବପତ୍ର ଟାଙ୍ଗିଲେ ଘରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ସହ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ। ଘର ମଧ୍ୟକୁ ଆସୁଥିବା ପବନ ଏହି ପତ୍ରର ସଂସ୍ପର୍ଶରେ ଆସି ଘର ମଧ୍ୟକୁ ପ୍ରବେଶ କରିଥାଏ, ଯାହା ଫଳରେ ଘରେ ଉତ୍ତମ ବାତାବରଣ ସୃଷ୍ଟି ହୋଇଥାଏ।

ଏହା ଛଡା ଘରେ ସୁଖ, ଶାନ୍ତି ବୃଦ୍ଧି ହେବା ସହ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। କୌଣସି କାର୍ଯ୍ୟରେ ଉପୁଜୁ ଥିବା ବାଧାବିଘ୍ନ ଦୂର ହୋଇଥା। ତେଣୁ ସମସ୍ତ କାର୍ଯ୍ୟ କରିବା ଆଗରୁ ଆମ୍ବପତ୍ରର ବ୍ୟବହାର କରାଯାଏ।

ପଢନ୍ତୁ; ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ

Related posts

ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି ? କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା, ଜାଣନ୍ତୁ

ENO Beuro

ଭଗବାନଙ୍କୁ ଫୁଲ ଅର୍ପଣ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ଆପଣଙ୍କ ଜୀବନ ସୁଖମୟ ହୋଇଯିବ

Ratnamani Moharana

ଦୁର୍ଭାଗ୍ୟ ପିଛା ଛାଡୁନି ,ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ

ENO Beuro

1 comment

Leave a Comment