• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି? ଆସନ୍ତୁ ଜାଣିବା ସେ ସମ୍ପର୍କରେ
VASTU

ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଅଧିକ ମୂଲ୍ୟର ଘଣ୍ଟା ପିନ୍ଧିବା ଦ୍ୱାରା କାହାର ଭାଗ୍ୟରେ ପରିବର୍ତ୍ତନ ଆସି ନ ଥାଏ। କିନ୍ତୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଗୋଟିଏ ଘଣ୍ଟା ଆପଣଙ୍କ ସମୟ ଏବଂ ଜୀବନର ଗତିପଥ ବଦଳାଇ ପାରେ। ଏହା ସତ ଯେ ଘଣ୍ଟା ଆପଣଙ୍କ ଦିନକୁ ଭଲ କରିପାରେ ଖରାପ ବି କରିପାରେ। ବାସ୍ତୁଶାସ୍ତ୍ର ଅନୁସାରେ କିଛି ନିୟମ ପାଳନ କରିବା ଦ୍ୱାରା ଆମେ ଖୁସିରେ ରହିପାରିବା।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଫାଟକ ଉପରେ ଘଣ୍ଟା ଲଗାଇବା ଉଚିତ ନୁହେଁ। ଏପରି କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିବା ସହ ଅଶାନ୍ତି ବଢିଥାଏ। ଫଳରେ ଆପଣଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

ଘରର ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଲଗାଇବା ଘଣ୍ଟା ଉଚିତ୍। ପୂର୍ବ ଦିଗରେ ଘଣ୍ଟା ଲାଗିଲେ ଘରର ବାତାବରଣ ସୁସ୍ଥ ହେବା ସହ ଶୁଭ ମଧ୍ୟ ହୋଇଥାଏ । ପଶ୍ଚିମ ଦିଗରେ ଘଣ୍ଟା ରହିଲେ ପରିବାର ସଦସ୍ୟଙ୍କ ଉନ୍ନତି ଘଟିଥାଏ। ଉତ୍ତର ଦିଗରେ ଘଣ୍ଟା ଟାଙ୍ଗିଲେ ଘରେ ଆର୍ଥିକ ଅନଟନ ଦେଖା ଯାଏନାହିଁ।

ଘରେ ଘଣ୍ଟା ଚାଲିବା ବନ୍ଦ ହୋଇଗଲେ ତାକୁ ସଙ୍ଗେ ସଙ୍ଗେ କାର୍ଯ୍ୟକ୍ଷମ କରାଇ ଦିଅନ୍ତୁ। କାରଣ ଘଣ୍ଟା ବନ୍ଦ ହେଲେ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ। ପରିବାରର ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ।

ଏହା ସହ ଘଣ୍ଟାରେ ଯେପରି ଧୂଳି ଜମିବ ନାହିଁ ସେ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।

ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି? ଆସନ୍ତୁ ଜାଣିବା ସେ ସମ୍ପର୍କରେ ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି? ଆସନ୍ତୁ ଜାଣିବା ସେ ସମ୍ପର୍କରେ clk

ପଢନ୍ତୁ; କ୍ୟାନସରରୁ ମୁକ୍ତି ଦେଇଥାଏ କାଜୁ! ଆସନ୍ତୁ ଜାଣିବା ଏହାକୁ ଖାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ

Related posts

ପ୍ରତିଦିନ ସକାଳୁ ‘ଓମ୍’ ଉଚ୍ଚାରଣ କଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

Krishna Kumar Manoj

ଘରେ ରଖନ୍ତୁ ଏହିସବୁ ଜିନିଷ , ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା

Krishna Kumar Manoj

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଦିନ କ’ଣ କଲେ ସୁଧୁରିବ ଆପଣଙ୍କ ସମସ୍ୟା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More