VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି ଦୂରେଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବେଳେ ବେଳେ ବହୁତ ପରିଶ୍ରମ କରିବା ପରେ ବି ସେପରି କୌଣସି ଆଖି ଦୃଶିଆ ସଫଳତା ମିଳିନଥାଏ। କର୍ମ ଉପରେ ହିଁ ଫଳ ନିର୍ଭର କରେ ଏକଥା ସତ । ବାସ୍ତୁଶାସ୍ତ୍ର ଅନୁସାରେ ବେଳେ ବେଳେ ନକାରାତ୍ମକ ଓ ସକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଆମେ କ’ଣ କଲେ ଆମ ଘରେ ସୁଖ,ସମୃଦ୍ଧି ବୃଦ୍ଧି ପାଇବ ଆସନ୍ତୁ ଜାଣିବା ।

ଘର ପାଇଁ କିଛି ବାସ୍ତୁ ଟିପ୍ସ

ଦୀପ ଲଗାଉଥିଲେ ସେଥିରେ କର୍ପୁରରୁ ଟିକେ ପକାନ୍ତୁ। କର୍ପୁର ମିଶା ଦୀପ ପରି ଝୁଣା ଲଗାଇବା ମଧ୍ୟ ଖୁବ୍‌ ଭଲ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଝୁଣା ଧୂଆଁ ଦିଅନ୍ତୁ, ଏହା  ଘରୁ ନକାରାତ୍ମକ ଭାବ ଦୂରେଇ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରାଏ।

ଘରେ ପୂଜାପାଠ କରୁଥିବା ସମୟରେ ଧୂପ ଜାଳିବାକୁ ଭୁଲନ୍ତୁ ନାହିଁ। ଧୂପ ନିକଟରେ ନକାରାତ୍ମକ ଶକ୍ତିକୁ ଦୂରେଇ ଦେବାର ଗୁଣ ରହିଛି। ଧୂପ ଧୂଆଁ ମାନସିକ ଶାନ୍ତି ଦେବା ସହ ପରିବେଶକୁ ମଧ୍ୟ ସୁଦ୍ଧ କରିଥାଏ।

ଶିଶୁଙ୍କୁ ହସିବା ପାଇଁ ବାରଣ କରନ୍ତୁ ନାହିଁ। ଘରେ ଛୋଟ ପିଲା ହସୁଥିଲେ, ଖେଳୁଥିଲେ କୌଣସି ନକାରାତ୍ମକ ଶକ୍ତି ପାଖ ପଶି ପାରେନା।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପ୍ରତିଦିନ ସତେଜ ଫୁଲ ରଖନ୍ତୁ। ଫୁଲ ବାସ୍ନା ମନ ପ୍ରଫୁଲ୍ଳ ରଖିବା ସହ ଉତ୍ସାହ ଶକ୍ତି ବୃଦ୍ଧି କରାଏ। ସତେଜ ଫୁଲ ରଖାଯାଇଥିବା ସ୍ଥାନକୁ ନକାରାତ୍ମକ ଶକ୍ତି ଛୁଇଁପାରେନା।

ଧ୍ୟାନ କରିବା ବ୍ୟକ୍ତି ପକ୍ଷେ ଖୁବ୍‌ ଭଲ ହୋଇଥାଏ। ଧ୍ୟାନ କରିବା ଦ୍ୱାରା ମନ ସ୍ଥିର ହୁଏ। ସ୍ଥିର ମନକୁ ନକାରାତ୍ମକ ଶକ୍ତି ବିଶେଷ ପ୍ରଭାବ ପକାଇ ପାରେନାହିଁ।
ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି ଦୂରେଇବା ପାଇଁ ଆପଣାନ୍ତୁ ଏହି ଉପାୟ Camphor
ପଢନ୍ତୁ ;

କେଶ ଓ ଚର୍ମ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରେ ଏହି ତେଲ

 

Related posts

ଶୀଘ୍ର ବିବାହ କରିବାକୁ ଚାହୁଛନ୍ତି କି ? ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣାନ୍ତୁ ଏହି ଉପାୟ

ENO Beuro

ହିନ୍ଦୁ ଧର୍ମାନୁସାରେ ଜଣେ ବ୍ୟକ୍ତି ସ୍ନାନ କରିବା ଜରୁରୀ କାହିଁକି ଜାଣନ୍ତୁ ?

ENO Beuro

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ କାହାର ଆବଶ୍ୟକତା ରହିଛି ? ଆସନ୍ତୁ ଜାଣିବା-

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More