VASTU

ଆପଣ ଜାଣିଛନ୍ତି କି? ବାସ୍ତୁଶାସ୍ତ୍ର ଘର ପାଇଁ କେତେ ଜରୁରୀ ହୋଇଥାଏ ! ଆସନ୍ତୁ ଜାଣିବା ଗୃହିଣୀ ମାନଙ୍କ ପାଇଁ କିଛି ଟିପ୍ସ

ଘରର ବାତାବରଣ ସବୁବେଳେ କିପରି ସୁସ୍ଥ ରହିବ ତା, ପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ମାନିବାକୁ ପଡିଥାଏ । କିନ୍ତୁ ହଠାତ୍ ଯେତେବେଳେ ଘରେ କୈାଣସି କାରଣ ନ’ଥାଇ କଳହ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ସେତେବେଳେ ଏହା ଚିନ୍ତାର ବିଷୟ ପାଲଟି ଯାଇଥାଏ  ।ଯେତେ ଧନ ଉପାର୍ଜନ କଲେବି କେଉଁଆଡେ ଆସି କେଉଁଆଡେ ଚାଲିଯାଏ, ତାହା ଜଣାପଡେ ନାହିଁ । କିନ୍ତୁ ବାସ୍ତୁଶାସ୍ତ୍ରବିତଙ୍କ ମତରେ ଘରର ସକରାତ୍ମକ ଏବଂ ନକରାତ୍ମକ ଉଭୟ ମାହୋଲ ପାଇଁ ଘରର ଗୃହିଣୀ ମାନଙ୍କ ଅବଦାନ ବହୁତ ବେଶୀ । ଗୃହିଣୀ କରୁଥିବା ନିଜସ୍ୱ କର୍ମ ଉପରେ ମଧ୍ୟ ଘରର ମାହୋଲ ନିର୍ଭର କରିଥାଏ ।

ଜାଣନ୍ତୁ ବାସ୍ତୁବିତଙ୍କ ମତରେ ଗୃହିଣୀ ମାନଙ୍କ ପାଇଁ କିଛି ଟିପ୍ସ-

  • ମହିଳାମାନେ ସାଧାରଣତଃ ସୂର୍ଯ୍ୟାସ୍ତ ପରେ କେଶ କୁଣ୍ଡାଇବା କଥା ନୁହଁ, ଏମିତି କଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଘରର ଧନଧାନ୍ୟ ବୃଦ୍ଧି ହେବାରେ ବାଧା ସୃଷ୍ଟି ହୋଇଥାଏ।
  • ଗୃହିଣୀ ସୂର୍ଯ୍ୟଦୋୟ ପୂର୍ବରୁ ବିଛଣା ଛାଡିବା ଉଚିତ୍। ବିଛଣା ଛାଡିବା ପରେ ସ୍ନାନ କରିବା ସହିତ ଘର ସଫା କରିବା ଉଚିତ୍ । କିନ୍ତୁ ସୂର୍ଯ୍ୟଉଦୟ ପରେ ଯଦି ଏସବୁ କାମକୁ କରଯାଏ, ଘର ମଧ୍ୟରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
  • ସ୍ନାନ କରିବା ପରେ ଘରର ଗୃହିଣୀ ରୋଷେଇ ଘରକୁ ପ୍ରବେଶ କରି ରୋଷେଇ ଆରମ୍ଭ କରିବା ଉଚିତ୍।
  • ଆମେ ନିତିଦିନିଆ ଖାଦ୍ୟ ତିଆରି କରି ସାରିଲା ପରେ ସବୁଦିନ ସେହି ଖାଦ୍ୟକୁ ଭଗବାନଙ୍କ ପାଖରେ ଅର୍ପଣ କରିବା ଉଚିତ୍ । ଏହାଦ୍ୱାରା ଘରେ ସବୁବେଳେ ସୁଖଶାନ୍ତି ବଜାୟ ରହିଥାଏ ।
  • ଘରର ମହିଳାମାନେ ଯେତେ ଖୁସିରେ ରହିବେ, ଘରର ମାହୋଲ ଏବଂ ବାତାବରଣ ମଧ୍ୟ ସେତେ ଅଧିକ ଭଲ ରହିବ । ଯେଉଁ ଘରର ମହିଳା ସଦସ୍ୟ ମାନେ ଯେତେ ଅଧିକ ଝଗଡା ଏବଂ ପାଟିତୁଣ୍ଡ କରିଥାନ୍ତି, ଏହା ଘରର ମାହୋଲକୁ ବିଗାଡିବା ସହିତ ଏକ ନକରାତ୍ମକ ବାତାବରଣ ଘରେ ସୃଷ୍ଟି କରିଥାଏ।

ପଢନ୍ତୁ ;

ଆଙ୍ଗୁଳିର କଳାପଣ ଦୂରକରିବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସରଳ ଉପାୟ

Related posts

କେଉଁ ଲୋକଙ୍କୁ ଘରୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ? ଜାଣନ୍ତୁ

ENO Beuro

ପୂର୍ଣ୍ଣିମା ଦିନ ଆପଣାନ୍ତୁ ଏହି ଉପାୟ ,ହେବ ମା ଲକ୍ଷ୍ମୀଙ୍କ କୃପା

ENO Beuro

ଘରର ଆର୍ଥିକ ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment