VASTU

ବାସ୍ତୁ ଅନୁଯାଇ ରୋଷେଇ ଘରକୁ ସଜାନ୍ତୁ: ଘରେ ସୁଖଶାନ୍ତି ଲାଗି ରହିବ

ଘରର  ରୋଷେଇ ଘରକୁ ଅର୍ଣ୍ଣ ଆସନ ବୋଲି କୁହାଯାଏ। ରୋଷେଇ ଘରର ଅବସ୍ଥିତି ଘରକୁ ସୁଖଶାନ୍ତି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତେବେ ରୋଷେଇ ଘରର ସାମାନ୍ୟ ବାସ୍ତୁ ଦୋଷ ଆପଣଙ୍କ ଜୀବନ ଉପରେ ପକାଇଥାଏ ଗଭୀର ପ୍ରଭାବ। ଆସନ୍ତୁ ଜାଣିବା ବସ୍ତୁଅନୁଯାୟୀ ରୋଷେଇ ଘର କିପରି ହେବା ଉଚିତ।

୧) ବାସ୍ତୁ ଅନୁଯାୟୀ ଘରର ଦକ୍ଷିଣ-ପୂର୍ବ ବା ଉତ୍ତର-ପଶ୍ଚିମ ଦିଗରେ ରୋଷେଇ ଘର ରହିବା ଆବଶ୍ୟକ।

୨) ରୋଷେଇ ଘରକୁ ସଠିକ୍ ଭାବେ ସଫା ସୁତୁରା ରଖିବା ଉଚିତ। ରୋଷେଇ ଘର ଯେତେ ଭଲ ଭାବେ ସଫାସୁତୁରା ରହିବ ଘରେ ସେତେ ଧନ ବୃଦ୍ଧି ହେବ।

୩) ରୋଷେଇଘରର ଦକ୍ଷିଣ ଦିଗରେ ଡଷ୍ଟବିନକୁ ରଖିବା ଉଚିତ୍। ଏଥିସହିତ ଏହାକୁ ସବୁଦିନ ସଫାସୁତୁରା ମଧ୍ୟ ରଖନ୍ତୁ।

୪) ବାସ୍ତୁଅନୁଯାୟୀ, ସିଙ୍କ୍ ର ସ୍ଥାନ ସବୁବେଳେ ଗ୍ୟାସ ସିଲିଣ୍ଡରରୁ ଦୂରେଇ ରଖନ୍ତୁ। ଗ୍ୟାସ ଏବଂ ଚୂଲା ରୋଷେଇ ଘରେ ପୂର୍ବ ଦିଗକୁ ରହିଥିବା ବେଳେ ସେହି ପାଖାପାଖି ମାଇକ୍ରୋୱେଭ୍ ରଖନ୍ତୁ। ଏହାକୁ ବାସ୍ତୁ ହିସାବରେ ଶୁଭ କୁହାଯାଇଥାଏ।

୫) ଅସରପାକୁ ରୋଷେଇ ଘରୁ ଦୂରରେ ରଖିବା ପାଇଁ କୋଠରୀ ମଧ୍ୟକୁ ସଠିକ୍ ପରିମାଣର ଆଲୋକ ଆସିବା ଜରୁରୀ। ଯଦି ଆପଣଙ୍କ ରୋଷେଇ ଘରେ ଦିନ ସମୟରେ ସଠିକ୍ ପରିମାଣର ଆଲୋକ ଆସୁଛି ତେବେ ଜାଣନ୍ତୁ ଆପଣଙ୍କ ବାସ୍ତୁ ଶତ ପ୍ରତିଶତ ସଠିକ୍ ରହିଛି।

ପଢନ୍ତୁ: ଅଧିକ ରତ୍ନ ଧାରଣ ହୋଇପାରେ ଆପଣଙ୍କ ବିନାଶର କାରଣ: ଜାଣନ୍ତୁ କି କି ବିଷୟ ପ୍ରତି ରଖିବେ ଧ୍ୟାନ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ମୟୂରପର, ଦୂର ହେବ ଅନେକ ସମସ୍ୟା

ENO Beuro

ସବୁ ମନୋକାମନା ପୂର୍ଣ୍ଣ ହେବ ,ପାଠ କରନ୍ତୁ ଭଗବାନ ବିଷ୍ଣୁଙ୍କର ଏହି ମନ୍ତ୍ର

ENO Beuro

ହନୁମାନଙ୍କୁ କେଉଁ ସମୟରେ ପୂଜା କରିବା ଅନୁଚିତ୍? ଜାଣନ୍ତୁ

ENO Beuro

1 comment

Leave a Comment