VASTU

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ରଖନ୍ତୁ ନାହିଁ ଭଙ୍ଗା ବାସନ, ଜାଣନ୍ତୁ କାରଣ କ’ଣ ?

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆମେ ପ୍ରତ୍ୟକ କାର୍ଯ୍ୟ କରିବା ତେବେ ଆମେ ଖୁସିରେ ରହିଥାଉ ।  ବର୍ତ୍ତମାନ ସମୟରେ ବାସ୍ତୁବିତଙ୍କ ପରାମର୍ଶରେ ବିଭିନ୍ନ ବର୍ଗର ଲୋକେ ଆମିଷ ଓ ନିରାମିଷ ଭୋଜନ ପ୍ରସ୍ତୁତି ନିମନ୍ତେ ଅଲଗାଅଲଗା ରୋଷେଇ ଗୃହ ନିର୍ମାଣ କରୁଛନ୍ତି। ଏଣୁ ବାସ୍ତୁବିତଙ୍କ ପରାମର୍ଶରେ ରୋଷେଇ ଘରେ କେତୋଟି ପରିବର୍ତ୍ତନ କଲେ ପରିବାରରେ ସୁଖଶାନ୍ତି ବିରାଜମାନ ରହେ ।

ବାସ୍ତୁଶାସ୍ତ୍ର ଟିପ୍ସ :-

  • ପ୍ରଥମତଃ ରୋଷେଇ ଘରୁ ଭଙ୍ଗା ବାସନକୁ ଯଥାଶୀଘ୍ର ବାହାର କରନ୍ତୁ। ଏହାକୁ ଫିଙ୍ଗନ୍ତୁ କିମ୍ବା ଗରିବ ଲୋକଙ୍କୁ ଦାନ କରିବା ଉଚିତ ।
  • ୱାଶ୍ ବେସିନକୁ ଦୁଇ କୋଣର ମଝିରେ ନ ରଖି ଗୋଟିଏ ପାର୍ଶ୍ବରେ ରଖନ୍ତୁ । ନଚେତ୍ ଏହାର କୁପ୍ରଭାବରେ ଘରେ ରୀତିମତ ଝଗଡ଼ା ହୋଇଥାଏ।
  • ପ୍ଲାଷ୍ଟିକ୍ ଡବା ବଦଳରେ ଧାତୁ ନିର୍ମିତ ଡବାରେ ଖାଦ୍ୟ ସାମଗ୍ରୀ ରଖିବା ମଧ୍ୟ ନିୟମ ।
  • ରୋଷେଇ ଘର କାନ୍ଥରେ ହାଲକା ରଙ୍ଗ ଦିଅନ୍ତୁ। ଏହା ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ ।
  • ରୋଷେଇ ଘରେ ଅସରପା, ବୁଢ଼ିଆଣୀ ଜାଲ କିମ୍ବା ଝିଟପିଟି ରହିବାକୁ ଦିଅନ୍ତୁ ନାହିଁ । ରୋଷେଇ ଘରୁ ଭଙ୍ଗା ଓ ଫଟା ବାସନ ବାହାର କରନ୍ତୁ । ଏହାଫଳରେ ଘର ଉପରେ ନକାରାତ୍ମକ ପ୍ରଭାବ ପଡ଼େ ।
  • ରୋଷେଇ ଘରେ ବସି ଖାଇବା ଉଚିତ ନୁହେଁ। ଏହାଦ୍ବାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼େ ।
  • ବନ୍ଦ ଥିବା ଡଷ୍ଟବିନ୍ ରୋଷେଇ ଘରେ ରଖନ୍ତୁ । ଏହାକୁ ପରିଷ୍କାର ରଖିବା ଆବଶ୍ୟକ ।
  • ରୋଷେଇ ଘରେ କୌଣସି ପ୍ରକାର ଲିକେଜ୍‌ ନ ହେବା ଉଚିତ। ଯଦି ପାଣି ପାଇପ୍‌ ଖରାପ ଅଛି, ତେବେ ଏହାକୁ ତୁରନ୍ତ ଠିକ୍‌ କରନ୍ତୁ।

ପଢନ୍ତୁ ;

ଝୁଣାକୁ ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ? ଆସନ୍ତୁ ଜାଣିବା

Related posts

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

ENO Beuro

ହୋଲି ଦିନ କରନ୍ତୁ ଏହି କାମ ଘରେ ସୁଖଶାନ୍ତିର ଅଭାବ ରହିବ ନାହିଁ

Ratnamani Moharana

ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ରବାରରେ ଆପଣାନ୍ତୁ ଏହି ଉପାୟ , ମିଳିବ ମା ଲକ୍ଷ୍ମୀ ଙ୍କ କୃପା!

ENO Beuro

1 comment

Leave a Comment