VASTU

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସ୍ଥାନରେ ଦୀପ ଜାଳିଲେ ମା ଲକ୍ଷ୍ମୀଙ୍କ କୃପା ମିଳେ

ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଟିପ୍ସ

ବାସ୍ତୁଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ଅଶେଷ ଧନ ଲାଭ ହୋଇଥାଏ ବୋଲି  କହାଯାଏ  । ଟିକେ ଭଲରେ ରହିବା ପାଇଁ ଆମେ ବହୁତ ପରିଶ୍ରମ କରିଥାଉ । ଏହା ସତ ଯେ ପରିଶ୍ରମ ଅନୁସାରେ ଆମକୁ ଫଳ ମଧ୍ୟ ମିଳେ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ପରିଶ୍ରମ ସହିତ ଯଦି ଆମେ ମା’ଲକ୍ଷ୍ମୀଙ୍କୁ ପୂଜା କରିବା ତେବେ ଆମକୁ ଧନ ପ୍ରାପ୍ତି ହେଇଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଘର ପାଖରେ ବା ଗାଁରେ ଥିବା ଓ଼ସ୍ଥ ବୃକ୍ଷ ମୂଳରେ ଦୀପ ଜଳାଇବା ଉଚିତ ।  କାରଣ ଏଠାରେ ଗ୍ରାମ ଦେବତି ବାସ କରନ୍ତି ।ବାସ୍ତୁଶାସ୍ତ୍ର ଅନୁସାରେ ଦୀପାବଳି ରାତ୍ରରେ କୌଣସି ଜନଶୂନ୍ୟ ଥିବା ମନ୍ଦିରରେ ଦୀପ ଜଳାଇବା ଦ୍ୱାରା ଦେବୀ ଦେବତାଙ୍କ କୃପା ମିଳିଥାଏ । ଆପଣଙ୍କ ସବୁ ଇଛା ପୂରଣ ହୋଇ ଥାଏ ।

ନିୟମିତ ଘରର ଚଉରା ମୂଳେ ବା ଘର ଅଗଣାରେ ଦୀପ ଜଳାଇବା ଉଚିତ। ଘରେ ନିୟମିତ ମା ଲକ୍ଷ୍ମୀଙ୍କ ପାଖରେ ଦୀପ ଜାଳନ୍ତୁ ଓ ମନେ ରଖିବେ ଦୀପ ଜଳିଲା ସମୟରେ ଅଧାରେ ଲିଭେଇବେ ନାହିଁ । ଏହା ଆପେ ଆପେ ଲିଭିବା ଅବଶ୍ୟକ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବା ଓ ଆପଣଙ୍କୁ ଧନ ପ୍ରାପ୍ତି ହେବ ।

ଘରର ମୁଖ୍ୟ ଦ୍ୱାରା ବାହାର ଦୁଇ ପାର୍ଶ୍ଵରେ ଧୁପ ଜାଳିଲେ ଧନ ପ୍ରାପ୍ତି ହେଇଥାଏ । ଘର ଅଗଣାରେ ଥିବା ବେଲ ଗଛ ମୂଳରେ ଦୀପ ଜାଳିଲେ ମହାଦେବ ଶିବଙ୍କ କୃପା ମିଳିଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସ୍ଥାନରେ ଦୀପ ଜାଳିଲେ ମା ଲକ୍ଷ୍ମୀଙ୍କ କୃପା ମିଳେ diya
ପଢନ୍ତୁ ;

ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ : ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି

Related posts

ଜାଣନ୍ତୁ, ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ବୃକ୍ଷକୁ ପୂଜାକଲେ କେଉଁ ବାଧାରୁ ମୁକ୍ତି ମିଳେ

ENO Beuro

ଗୃହରେ ବାରମ୍ବାର ଏସବୁ ଅଘଟଣ ଘଟୁଛି କି ? କୌଣସି ବଡ ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ

ENO Beuro

ମିଳିବ ନିଜ ମନ ପସନ୍ଦର ଜୀବନସାଥି! ଆପଣାନ୍ତୁ ଏହି ସହଜ ଉପାୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More