VASTU

ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର କିଛି ସରଳ ଉପାୟ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

laxmi

ମା’ଲକ୍ଷ୍ମୀ ଧନ ଓ ବୈଭବର ଦେବୀ। ସେ ଯାହାଙ୍କ ଉପରେ ପ୍ରସନ୍ନ ହୁଅନ୍ତି, ତାଙ୍କ ଘରେ ଅର୍ଥର ଅଭାବ ରହେନାହିଁ ଓ ସୁଖ, ଶାନ୍ତି ବଜାୟ ରହେ। ମାତ୍ର ଅଜଣାତରେ ଆମେ ଏମିତି କିଛି କାମ କରିଥାଉ ଯାହାଦ୍ବାରା ମା’ଲକ୍ଷ୍ମୀ ଆମ ଉପରେ କ୍ଷୁବ୍ଧ ହୋଇଯାଆନ୍ତି। ଫଳରେ ଘରେ ଅର୍ଥାଭାବ ଦେଖାଦେବା ସହ ଅଶାନ୍ତି ଲାଗିରହେ।

ତେବେ ଆସନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କୁ କିପରି ସନ୍ତୁଷ୍ଟ କରିବା-

ସହଜରେ ମାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରହିଛି କେତେକ ଉପାୟ । ସେଥିମଧ୍ୟରେ ରହିଛି ଖାଦ୍ୟ ଖାଇବା ଶୈଳୀ । ଶାସ୍ତ୍ରରେ ତଳେ ବସି ଖାଇବାକୁ ଗୁରୁତ୍ୱ ଦିଆଯାଇଛି । କାରଣ ତଳେ ବସି ଖାଦ୍ୟ ଖାଇଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ରହିଛି ବିଶ୍ୱାସ । ଫଳରେ ସୌଭାଗ୍ୟ ବଢ଼େ ବୋଲି ଲକ୍ଷ୍ମୀପୁରାଣରେ ଉଲ୍ଲେଖ ରହିଛି ।

ପ୍ରତ୍ୟକ ଗୁରୁବାର ରେ ଘରକୁ ପରିସ୍କାର କରି ଅରୁଆ ଚାଉଳ ଚିତା ରେ ମା ଲକ୍ଷ୍ମୀ ଙ୍କ ଝୋଟି ଆଙ୍କନ୍ତୁ , ଘରେ କଳହ କରନ୍ତୁ ନାହିଁ , ଗୁରୁବାର ଦିନ ଘରେ ଆମିଷ ବ୍ୟଞ୍ଜନ କରନ୍ତୁ ନାହିଁ ଦେଖିବେ ମା ଲକ୍ଷ୍ମୀ ଏବଂ ବୃହସ୍ପତି ଙ୍କ ଶୁଭ ନଜର ଆପଣଙ୍କ ଉପରେ ପଡିବ ଏବଂ ଆପଣଙ୍କ ଘରେ ଧନ ସହିତ ଶାନ୍ତି ରେ ଭରିଯିବ।

ମା ତୁଳସୀ ଙ୍କ ପାଖରେ ଜଳ ଅର୍ପଣ କରିବା ପରେ ଓଁ ନମ୍ଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ଦୁଃଖ କ୍ଳେଶ ଦୂର ହେଇଥାଏ। ଶାସ୍ତ୍ର ରେ ଅଛି ସକାଳୁ ସ୍ନାନ ସାରି ମା ତୁଳସୀ ଙ୍କୁ ପୂଜା କଲେ ସବୁ ଦୋଷ କଟିଯାଏ ଏବଂ ଭଗବାନ ବିଷ୍ଣୁ ଙ୍କ ପ୍ରସନ୍ନତା ଲାଭ ହେବା ସହିତ ବୃହସ୍ପତି ଙ୍କର ଅଶୁଭ ନଜର କଟିଯାଇଥାଏ।

ପଢନ୍ତୁ;୬ ମାସରୁ କମ୍‌ ଚାକିରି ଥିବା ଆଇପିଏସ୍‌ ଅଫିସର ହୋଇପାରିବେନି ଡିଜିପି:ସୁପ୍ରିମକୋର୍ଟଙ୍କ ରାୟ

Related posts

ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

ENO Beuro

ପୂର୍ଣ୍ଣିମାରେ କରନ୍ତୁ ଏହି ସବୁ କାର୍ଯ୍ୟ, ବଦଳିବ ଆପଣଙ୍କ ଭାଗ୍ୟ!

ENO Beuro

ଶିବରାତ୍ରି ଦିନ ଘରେ କିମ୍ବା ଦୋକାନରେ କରନ୍ତୁ ଏହି ୫ଟି କାମ , ଦୂର ହୋଇପାରେ ଆପଣଙ୍କ ଅସୁବିଧା

ENO Beuro

Leave a Comment