VASTU

ଶିବରାତ୍ରି ଦିନ ଘରେ କିମ୍ବା ଦୋକାନରେ କରନ୍ତୁ ଏହି ୫ଟି କାମ , ଦୂର ହୋଇପାରେ ଆପଣଙ୍କ ଅସୁବିଧା

ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ପୂଜା ଅର୍ଚନା କଲେ ବହୁତ ଲାଭ ମିଳି ଥାଏ ଓ ଆଶୀର୍ବାଦ ସର୍ବଦା ଆମ ଉପରେ ରହି ଥାଏ । ବ୍ୟବସାୟରେ ଯଦି ଅପଙ୍କ କ୍ଷତି ହେଉଛି ତେବେ ଭଗବାନ ଶିବଙ୍କୁ ପୂଜା କାଲେ ଏଥିରୁ ମୁକ୍ତି ମିଳିପାରେ । ବାସ୍ତୁଶାସ୍ତ୍ର ଅନୁସାରେ ଶିବରାତ୍ରି ଦିନ ଘରେ କିମ୍ବା ଦୋକାନରେ ଯଦି ଆପଣ ଏ ୫ଟି କାମ କରିବେ ତେବେ ଏହା ଦ୍ଵାରା ଦୂର ହୋଇପାରେ ଆପଣଙ୍କ ସବୁ ଅସୁବିଧା ।

ବାସ୍ତୁଶସ୍ତ୍ର ଅନୁସାରେ

ବାସ୍ତୁଶାସ୍ତ୍ର ଅନୁସାରେ ଶିବରାତ୍ରି ଦିନ ଦୋକାନରେ କିମ୍ବା ଘରର ଗେଟରେ ପାଖରେ ଲାଲ ରଙ୍ଗର ସିନ୍ଦୁରରେ ଓଁ ଲେଖନ୍ତୁ ।  ଏମିତି କରିବା ଦ୍ଵାରା ଘରେ କି ବ୍ୟବସାୟରେ କୌଣସି ଖରାପ ଚିନ୍ତା ଧାରା ଆସିବ ନାହିଁ ।

ନୀଳ ରଙ୍ଗ ଭଗବାନଙ୍କ ପ୍ରିୟ ମାନାଯାଏ । ଏଥି ପାଇଁ ଦୋକାନର ଉତ୍ତର ଦିଗରେ ନୀଳ ରଙ୍ଗର ଫୁଲ ରଖନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ କିଛି କାମରେ ବାଧା ଉପୁଯୁ ଥିଲେ ସେ କାମ ଶୀଘ୍ର ସମାଧାନ ହୋଇଯିବ ।

ବାସ୍ତୁଶାସ୍ତ୍ର ଅନୁସାରେ ଶିବରାତ୍ରି ଦିନ ଦୋକାନର ଏକମୁଖୀ ରୁଦ୍ରାକ୍ଷକୁ କପଡାରେ ବାନ୍ଧିକି ରଖନ୍ତୁ କିମ୍ବା କୌଣସି ଛୋଟ ଡବାରେ ରଖନ୍ତୁ । ଏହା ଦ୍ଵାରା  ବ୍ୟବସାୟରେ ଧନ ସମ୍ପତିର ଅସୁବିଧା ହୋଇ ନ ଥାଏ ।

ଶିବରାତ୍ରି ଦିନ ଦୋକାନରେ ଭଗବାନ ଶିବଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଏହା ଦ୍ଵାରା ଭଗବାନ ଶିବଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ ଓ ଏହା ଦ୍ଵାରା ବ୍ୟବସାୟରେ ଆପଣଙ୍କୁ ସୁଯୋଗ ମିଳିବ ।

ବାସ୍ତୁଶାସ୍ତ୍ର ଅନୁସାରେ ଦୋକାନର ଉତ୍ତର -ପୂର୍ବରେ ଧାତୁରେ ବନା ଥିବା କିଛି ସୋ ପିସ ରଖନ୍ତୁ । ଏହା ଦ୍ଵାରା ଭଗବାନ ଶିବଙ୍କ କୃପା ସବୁ ବେଳେ ରହିବ ଓ ଖୁସିରେ ରହିବେ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଏହି ସବୁ ଜିନିଷ ରଖିଲେ ଦାରିଦ୍ରତା ବଢେ

Related posts

କେମିତି କଟିବ ଆଜିର ଦିନ ,ଆସନ୍ତୁ ଜାଣିବା

ENO Beuro

ବାସ୍ତୁଶାସ୍ତ୍ର ମୁତାବକ ଜଳଉତ୍ସ ଘରର କେଉଁ ସ୍ଥାନରେ ରହିଲେ କିପରି ଫଳ ଦେଇଥାଏ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରେ ଏହି ୪ଟି ଭୁଲ କରନ୍ତୁ ନାହିଁ,ନ ହେଲେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ବଢିପାରେ ମନମାଳିନ୍ୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More