Loading...

୬ ଦିନରେ ଭାଗ୍ୟ ଚମକାଇବ ଲୁଣର ଏହି ୬ ଟି ଉପାୟ, ଆଜି ହିଁ କରି ଦେଖନ୍ତୁ

୬ ଦିନରେ ଭାଗ୍ୟ ଚମକାଇବ ଲୁଣର ଏହି ୬ ଟି ଉପାୟ, ଆଜି ହିଁ କରି ଦେଖନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ପ୍ରତିନିଧି ମାନିଥାନ୍ତି । ଲୁଣକୁ ଯଦି ଆପଣ କୌଣସି ଷ୍ଟିଲ ବା ଲୁହାର ବାସନରେ ରଖନ୍ତି ତେବେ ଏହା ଦ୍ଵାରା ଚନ୍ଦ୍ର ଓ ଶନିଙ୍କର ମିଳନ ହେବ ଯାହାକି ଘାତକ ସିଦ୍ଧ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ପ୍ରତିନିଧି ମାନିଥାନ୍ତି । ଲୁଣକୁ ଯଦି ଆପଣ କୌଣସି ଷ୍ଟିଲ ବା ଲୁହାର ବାସନରେ ରଖନ୍ତି ତେବେ ଏହା ଦ୍ଵାରା ଚନ୍ଦ୍ର ଓ ଶନିଙ୍କର ମିଳନ ହେବ ଯାହାକି ଘାତକ ସିଦ୍ଧ ହୋଇଥାଏ । ଏହା ରୋଗ ଓ ଦୁଃଖର କାରଣ ହୋଇପାରେ । ଲୁଣକୁ କୌଣସି ପ୍ଲାଷ୍ଟିକ ବାସନରେ ବି ରଖିବା ଉଚିତ ନୁହେଁ ।

୧) ଲୁଣକୁ କେବଳ କାଚର ବାସନରେ ରଖିବା ଦ୍ଵାରା ଏହା ଖରାପ ପ୍ରଭାବ ଦେଇ ନଥାଏ ।

୨) ଲୁଣ ବିଞ୍ଚିଯିବା ଅଶୁଭ ହୋଇଥାଏ । ଲୁଣ ବିଞ୍ଚିଯିବା ଦ୍ଵାରା ଚନ୍ଦ୍ର ଓ ଶୁକ୍ର ଦୁଇ ଗ୍ରହ କମ୍ଜୋର ହୋଇଥାନ୍ତି ।

୩) ଖାଦ୍ୟ ରାନ୍ଧିବା ସମୟରେ ଖାଦ୍ୟକୁ ଚାଖନ୍ତୁ ନାହିଁ । ଏହା ଦ୍ଵାରା ଭୋଜନର ପବିତ୍ରତା ନଷ୍ଟ ହୋଇଥାଏ ଓ ଦରିଦ୍ରତା ଆସିଥାଏ ।

୪) ଲୁଣକୁ ଡାଇରେକ୍ଟ କୌଣସି ବ୍ୟକ୍ତିର ହାତରେ ଦିଅନ୍ତୁ ନାହିଁ । ଏହା ଦ୍ଵାରା ବ୍ୟକ୍ତିର ସମ୍ବନ୍ଧ ଖରାପ ହୋଇଥାଏ ।

ଲୁଣ ସମ୍ବନ୍ଧୀୟ କିଛି ଉପାୟ

୧. ଦରିଦ୍ରତା ଦୂର କରିବା ପାଇଁ

ସପ୍ତାହରେ ଗୋଟିଏ ଥର ଗୁରୁବାରକୁ ଛାଡି ଘରକୁ ପୋଛା ଲଗାଉଥିବା ସମୟରେ ପାଣିରେ କିଛି ସାବୁତ ଲୁଣ ବା ସାମୁଦ୍ରିକ ଲୁଣ ମିଶାଇ ଦେବା ଉଚିତ । ଏହା ଦ୍ଵାରା ଘରର ନେଗେଟିଭ ଏନର୍ଜି ନଷ୍ଟ ହୋଇଥାଏ । ଏହା ଦ୍ଵାରା ଲକ୍ଷ୍ମୀ ପ୍ରାପ୍ତିର ମାର୍ଗ ଖୋଲିଥାଏ ଓ ଘରର ଉନ୍ନତି ବି ହୋଇଥାଏ ।

୨. ଧନର ଆଗମନ ଜାରି ରଖିବା ପାଇଁ

ଘରେ ଧନର ଆଗମନ ଜାରି ରଖିବା ପାଇଁ କାଚର ଏକ ବାସନ ନେଇ ସେଥିରେ ପାଣି ଓ ଲୁଣ ମିଶାଇ ଘରର ନୈରୁତ କୋଣ ବା ଦକ୍ଷିଣ ପଶ୍ଚିମ କୋଣରେ ରଖି ଦିଅନ୍ତୁ । ଯେବେ ବି ପାଣି ଶୁଖିଯିବ ତେବେ ସେହି ଗ୍ଲାସରେ ପୁଣି ଥରେ ପାଣି ଓ ଲୁଣ ମିଶାଇ ରଖନ୍ତୁ ।

୩. ବାଥରୁମ ଓ ଟଏଲେଟ ଦୋଷରୁ ମୁକ୍ତି ପାଇଁ

ଏଥିପାଇଁ ଗୋଟିଏ କାଚର ପାତ୍ରରେ ସାମୁଦ୍ରିକ ଲୁଣ ନିଅନ୍ତୁ ଓ ତାହାକୁ ବାଥ୍ରୁମ ରେ ରଖନ୍ତୁ । ଏହି ଉପାୟ ଦ୍ଵାରା ବି ନେଗେଟିଭ ଏନର୍ଜି ଦୂର ହୋଇଥାଏ । ପ୍ରତି ମାସରେ ପାତ୍ରର ଲୁଣ ବଦଳାନ୍ତୁ ।

୪. ଖରାପ ଦୃଷ୍ଟିରୁ ବଞ୍ଚିବା ପାଇଁ

ଯଦି କାହାକୁ ଖରାପ ନଜର ଲାଗିଛି ତେବେ ସାତ ଥର ଏକ ଚୁଟ୍କି ଲୁଣ ତାହା ଚାରିପଟେ ବୁଲାଇ ତାହାକୁ ବହୁଥିବା ପାଣିରେ ଭସାଇ ଦିଅନ୍ତୁ ।

୫. ବାସ୍ତୁ ଦୋଷ କାଟିବା ପାଇଁ

ଯଦି ଆପଣଙ୍କ ଘରେ କୌଣସି ବାସ୍ତୁଦୋଷ ଅଛି ଯାହାକୁ ଆପଣ ବଦଳାଇ ପାରିବେ ନାହିଁ ତେବେ ଦୁଇ ହାତରେ ସାମୁଦ୍ରିକ ଲୁଣ ଭରି କିଛି ସମୟ ପାଇଁ ରୁହନ୍ତୁ ଓ ପୁଣି ତାହାକୁ ୱାଶ ବେଶିନ ରେ ପକାଇ ପାଣିରେ ଭସାଇ ଦିଅନ୍ତୁ ।

୬. ଧନପ୍ରାପ୍ତି ଓ ଉନ୍ନତି ପାଇଁ

ଲୁଣକୁ କାଚର ବାସନରେ ରଖନ୍ତୁ ଓ ୪-୫ ଟି ଲବଙ୍ଗ ପକାଇ ଦିଅନ୍ତୁ । ଏହା ଦ୍ଵାରା ଧନର ଆଗମନ ଆରମ୍ଭ ହେବାକୁ ଲାଗିଥାଏ ଓ ଘରର ଉନ୍ନତି ମଧ୍ୟ ହୋଇଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.