ଘର ସିଡି ତିଆରି କରିବା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ପଡ଼ିପାରନ୍ତି ଅନେକ ଅସୁବିଧାରେ!

ଘର ତିଆରି କଲା ବେଳେ ବାସ୍ତୁ ଅନୁସାରେ ସବୁ ସଠିକ ଭାବେ କରିବା ଉଚିତ। ବିଶେଷ କରି ଘରର ସମ୍ପୂଣ୍ଣ ଭାଗ ଠିକ ହେବା ନିହାତି ଜରୁରୀ। ତେଣୁ ଘର ତିଆରି କଲାବେଳେ ସିଡିର ଅବସ୍ଥିତି ଉପରେ ନଜର ରଖିବା ନିହାତି ଜରୁରୀ ଅଟେ। ନଚେତ ଘରେ ଅଭାବ ଅନାଟନ ଉପୁଜିବାର ସମ୍ଭାବନା ରହିଥାଏ।

ତେଣୁ ବାସ୍ତୁ ଅନୁଯାୟୀ କେମିତି ଓ କେଉଁ ସ୍ଥାନରେ ସିଡି ତିଆରି କରିବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ସିଡି ବନାନ୍ତୁ ନାହିଁ। ଏମିତି ହେଲେ ଘରର ସଦସ୍ୟଙ୍କଠାରୁ ସବୁବେଳେ ଭଲ ସୁଯୋଗ ଖସି ଯାଏ ବୋଲି କୁହାଯାଏ। ଏହା ସହିତ ଘରେ ସବୁବେଳେ ରୋଗବେମାର ଲାଗି ରହେ। ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ସିଡି ରହିଛି ଓ ଏହାକୁ ଆଉ ବଦଳା ଯାଇପାରିବ ନାହିଁ, ତା’ହେଲେ ସିଡି ମଝିରେ ଏକ ଘଣ୍ଟି ଅବା କାଚ ଲଗାଇ ଦିଅନ୍ତୁ। ବାସ୍ତୁଦୋଷ କଟିଯିବ। ଘରର ମୁଖ୍ୟ ହଲ୍ ଠାରେ ଗୋଲ ଗୋଲ ଆକୃତିର ସିଡି ତିଆରି କଲେ ଭଲ। ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।

ଘରର ମଝାମଝି ସିଡି ତିଆରି କରନ୍ତୁ ନାହିଁ। ଏମିତି କଲେ ଘରର ଲୋକମାନେ ସବୁବେଳେ ରୋଗବେମାରରେ ପଡ଼ିବାର ଆଶଙ୍କା ରହିଥାଏ। ଘରର ଉତ୍ତର ଦିଗରେ ଶିଡ଼ି ନିର୍ମାଣ କରିବା ଉଚିତ ନୁହେଁ। ସିଡି ପାଇଁ ଉତ୍ତର-ପୂର୍ବ ଦିଗ ବି ଠିକ୍ ନୁହେଁ। ତେବେ ଉତ୍ତର-ପଶ୍ଚିମ ଦିଗରେ ସିଡି ତିଆରି କରିପାରିବେ।

ସିଡି ସଂଖ୍ୟା ସବୁବେଳେ ଅଯୁଗ୍ମ ରହିଲେ ଭଲ, ଯେମିତିକି- ୭,୯,୧୧,୧୫,୧୭,୧୯। ଶିଡ଼ି ସଂଖ୍ୟା ଅଯୁଗ୍ମ ରହିଲେ ଘରେ ସୁଖଶାନ୍ତିର ବାତାବରଣ ରହେ ବୋଲି କୁହାଯାଏ।

ସିଡି ଗୁଡ଼ିକୁ ଚଉଡ଼ା କରନ୍ତୁ। ଧ୍ୟାନ ଦିଅନ୍ତୁ ସିଡି ଉପରେ ସବୁବେଳେ ଆଲୁଅ ପଡ଼ୁଥିବ। କୁହାଯାଏ ସିଡିରେ ସବୁବେଳେ ଆଲୋକ ପଡ଼ୁଥିଲେ ମା’ ଲକ୍ଷ୍ମୀଙ୍କ ପ୍ରବେଶରେ କୌଣସି ବାଧା ଉପୁଜେ ନାହିଁ।

ପଢନ୍ତୁ; ଏକାଦଶୀରେ କାହିଁକି ଭାତ ଖାଇବା କଥା ନୁହେଁ? ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More