EnewsOdia.Com

ଆପଣଙ୍କୁ ସଫଳତା ଦେବ ବାସ୍ତୁର ଏହି ଉପାୟ

ଯଦି କୌଣସି ଘରେ ବାସ୍ତୁ ଦୋଷ ରହିଥିବ ତେବେ ଆପଣ ଯେତେ ପରିଶ୍ରମ କଲେ ବି ସଫଳତା ହାସଲ ହେବ ନାହିଁ । କାରଣ ବାସ୍ତୁ ଦୋଷ ହିଁ କୌଣସି ସଫଳ କାର୍ଯ୍ୟ କରିବାକୁ ଦିଏ ନାହିଁ । ଯାହା ଉପରେ କାହାରି ଦୃଷ୍ଟି ନଥାଏ । ଯେଉଁଥି ପାଇଁ ଅନେକ ସମସ୍ୟାର ସମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସଫଳତା ପାଇଁ କେଉଁ ଉପାୟ କରିବା ଉଚିତ୍।

୧)  ପୂଜା କରିବା ସମୟରେ ଠାକୁରଙ୍କଠାରେ ଅର୍ପିତ ହୋଇଥିବା ଫୁଲକୁ ପୂରା ଲଗେଇକି ରଖିଲେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ସେଥିପାଇଁ ଠାକୁରଙ୍କ ଠାରେ ସକାଳେ ଚଢା ହୋଇଥିବା ଫୁଲକୁ ସନ୍ଧ୍ୟାରେ କାଢି ଦିଅନ୍ତୁ ।
୨)  ଘରେ ଖୀର ପାତ୍ରକୁ ବିଲକୁଲ୍ ଖୋଲା ଛାଡନ୍ତୁ ନାହିଁ । ଯଦି ଖୀର ଗରମ ଅଛି ତେବେ ତାକୁ ଏକ ଜାଲି ଦ୍ୱାରା ଢାଙ୍କି ଦିଅନ୍ତୁ, କିନ୍ତୁ ଖୋଲା ଛାଡନ୍ତୁ ନାହିଁ ।


୩) ଘରର ଆଲମିରା ପାଖକୁ କିମ୍ବା ରୋଷେଇ ଘରକୁ ଚପଲ ପିନ୍ଧି ଯିବା ଉଚିତ୍ ନୁହେଁ । ଏହାଦ୍ୱାରା ଅନେକ ସମସ୍ୟା ଉପୁଜି ଥାଏ ।
୪) ଘରେ ସର୍ବଦା ଭୋଜନ କରିବା ପୂର୍ବରୁ ଗାଇକୁ ଭୋଜନ କରାନ୍ତୁ । ଏହାଦ୍ୱାରା ପରିବାରରେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ ।
୫)  ଘରେ କଣ୍ଟା ଜାତୀୟ ଗଛ ରଖିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ । ସେଥିପାଇଁ ଏହି ଜାତୀୟ ଗଛକୁ ଭୁଲ୍ ରେ ବି ଘରେ ରଖନ୍ତୁ ନାହିଁ ।

ପଢନ୍ତୁ: ଘରର ଏହି କୋଣରେ ଲଗାନ୍ତୁ ଧୂପକାଠି ଶୀଘ୍ର ପ୍ରସନ୍ନ ହୋଇଯିବେ ମା’ ଲକ୍ଷ୍ମୀ

ସମ୍ବନ୍ଧିତ ଖବର

ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରିବା ଦ୍ୱାରା ଏହି ଫାଇଦା ହୋଇଥାଏ

Ratnamani Maharana

ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର

Ratnamani Maharana

ସକାଳୁ ଉଠିବା ପରେ ୨ ମିନିଟ୍ କରନ୍ତୁ ଧ୍ୟାନ

Ratnamani Maharana

ଧନ ସଞ୍ଚୟ ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

Ratnamani Maharana

ଆପଣଙ୍କ ଭାଗ୍ୟ ବଦଳାଇଦେବ ରୋଷେଇ ଘର, ଜାଣନ୍ତୁ କିପରି

Ratnamani Maharana

ଧନର ମହାଯୋଗ ଆଣିଥାଏ ଦୁବ ଘାସ ତିଳକ, ଥରେ ଆପଣେଇ ଦେଖନ୍ତୁ

Ratnamani Maharana