ଆସନ୍ତୁ ଜାଣିବା ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
Loading...
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ । ଏଥିପାଇଁ ସବୁବେଳେ ଘାରୁଛି ମାନସିକ ଦୁଶ୍ଚିନ୍ତା । ଏହାର କାରଣ ହୋଇପାରେ କି ବାସ୍ତୁ ଦୋଷ। ହୁଏତ ବ୍ୟସ୍ତତା ହେତୁ ଏପରି କିଛି ଜିନିଷକୁ ନଜର ଅନ୍ଦାଜ କରି ଦେଉଥିବେ ଯାହାର ଫଳ ଆପଣଙ୍କୁ ଭୋଗିବାକୁ ପଡ଼ୁଛି। ଜାଣି ରଖନ୍ତୁ, ବାସ୍ତୁ ଅନୁଯାୟୀ, କେଉଁ କୋଣରେ ଦୋକାନ ବସିବା ଦରକାର ଓ କିପରି ଦୋକାନରେ ପ୍ରବେଶ କଲେ ମିଳିବ ଆଶାତୀତ ଲାଭ ।
ଏହାବାଦ ଦୋକାନ ବସୁଥିବା ଦିଗର ପ୍ରଭାବ ମଧ୍ୟ ବେପାର ଉପରେ ପଡ଼ିଥାଏ। ବାସ୍ତୁ ଅନୁଯାୟୀ, ଦୋକାନର ମାଲିକ ଉତ୍ତର ଦିଗକୁ ମୁହଁ କରି ବସିବା ଆବଶ୍ୟକ । କାରଣ ଉତ୍ତର ଦିଗକୁ ଧନର ଦିଗ ବା କୁବେରଙ୍କ ଦିଗ ବୋଲି ଧରା ଯାଇଥାଏ। ତେଣୁ ଆପଣ ଏହି ଦିଗକୁ ମୁହଁ କରି ବସିଲେ କୁବେର ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତି ଓ ଧନର ଅଭାବ ଅନୁଭୂତ ହୁଏ ନାହିଁ ।
ବାସ୍ତୁ ଅନୁଯାୟୀ, ଦୋକାନରେ ଆପଣ ସବୁବେଳେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ନିଜ କୁର୍ସି ପକାନ୍ତୁ। ଫଳରେ ଉତ୍ତର ତଥା ପୂର୍ବ ଦିଗକୁ ଆପଣ ମୁହଁ କରି ବସିବେ। କିନ୍ତୁ ଇଶାଣ ବା ଆଗ୍ନେୟ କୋଣରେ ଭୁଲ୍ରେ ବି କୁର୍ସି ପକାନ୍ତୁ ନାହିଁ।
ଯଦି ଦୋକାନୀ ନିଜ ଦୋକାନରେ କ୍ୟାବିନ ବା ଚାମ୍ବର କରି ବସୁଛନ୍ତି, ତେବେ ଏଥିନିମନ୍ତେ ଦକ୍ଷିଣ-ପଶ୍ଚିମ ଦିଗକୁ ହିଁ ବାଛନ୍ତୁ। ଆପଣ ନିଜ କ୍ୟାବିନର ପ୍ରବେଶ ଦ୍ୱାର ଇଶାନ କୋଣ, ଉତ୍ତର ଦିଗ କିମ୍ବା ପୂର୍ବ ଦିଗରେ କରି ପାରନ୍ତି। ଏହା ଆପଣଙ୍କ କ୍ୟାବିନ ପାଇଁ ତାହା ଉପଯୁକ୍ତ। ଏପରି ବାସ୍ତୁ ଟିପ୍ସକୁ ଫଲୋ କରି କିଛି ଦିନ ମଧ୍ୟରେ ଫରକ ଅନୁଭବ କରନ୍ତୁ ।
Shakespeare, in the beautiful garden, among the party. Some of the hall: in fact she was ever to.
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।
ଜୀବନକାଳ ମଧ୍ୟରେ ନିଜେ ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ। କିଏ ଘର କିଣିବା ପାଇଁ ଲକ୍ଷ୍ୟ ରଖିଥା’ନ୍ତି ତ କିଏ ଜାଗା କିଣି ନିଜେ ଘର କରିବାକୁ ଇଚ୍ଛା କରନ୍ତି। ତେବେ ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ।