Loading...

ଘରେ ନେମ୍‌ପ୍ଲେଟ୍‌ ଲଗାଉଥିଲେ ଆପଣାନ୍ତୁ ଏହି ଉପାୟ

ଘରେ ନେମ୍‌ପ୍ଲେଟ୍‌ ଲଗାଉଥିଲେ ଆପଣାନ୍ତୁ ଏହି ଉପାୟ

ପ୍ରତ୍ୟେକ ଘରର ମାଲିକଙ୍କୁ ତାଙ୍କ ଦାଣ୍ଡ ଦୁଆରେ ନେମ୍‌ପ୍ଲେଟ୍‌ ଲଗାଇବା ନିହାତି ଆବଶ୍ୟକ । କାରଣ ଏହା ଏକ ସମ୍ମାନର କଥା ।

ଘର ବନାଇବା ସମୟରେ ଯେତିକି ନେମ୍‌ପ୍ଲେଟ୍‌ ଘରକୁ ଚିହ୍ନାଇବାରେ ସାହାଯ୍ୟ କରିବା ସହିତ ଘରର ସୌନ୍ଦର୍ଯ୍ୟକୁ ବି ବଢାଇଥାଏ । ଘର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ପ୍ରଥମ ନଜର ଏହା ଉପରେ ହିଁ ପଡେ । ତେବେ ଜାଣନ୍ତି କି ନେମ୍‌ପ୍ଲେଟ୍‌ ଲଗାଇବାକୁ ନେଇ ବି ରହିଛି କିଛି ବାସ୍ତୁ ଟିପ୍ସ । ଜାଣନ୍ତୁ ସେ ସମ୍ପର୍କରେ...

- ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଘରର ମାଲିକଙ୍କୁ ତାଙ୍କ ଦାଣ୍ଡ ଦୁଆରେ ନେମ୍‌ପ୍ଲେଟ୍‌ ଲଗାଇବା ନିହାତି ଆବଶ୍ୟକ । କାରଣ ଏହା ଏକ ସମ୍ମାନର କଥା । ମଥାରେ ଟିକା ଲଗାଇବା ଯେମିତି ଶୁଭ, ଦାଣ୍ଡଦୁଆରେ ନେମ୍‌ପ୍ଲେଟ୍‌ ଲଗାଇବା ମଧ୍ୟ ସେମିତି ଶୁଭ ।

- ମୁଖ୍ୟଦ୍ୱାର କିମ୍ବା ତାକୁ ଲାଗି ରହିଥିବା କବାଟରେ ନେମ୍‌ପ୍ଲେଟ୍‌ ଲଗାଇବା ଦ୍ୱାରା ଘରର ସମୃଦ୍ଧି ହୋଇଥାଏ ।

- ନେମ୍‌ପ୍ଲେଟରେ ଲେଖା ଯାଇଥିବା ନାମ ଯେତେ ସ୍ପଷ୍ଟ ଦେଖାଯାଉଥିବ ସେତେ ଭଲ । ଅତି କମରେ ଦୁଇ/ତିନି ଫୁଟ ଦୂରତାରୁ ଏହାକୁ ଯେମିତି ପଢି ହେଉଥିବ ସେଥିପ୍ରତି ନଜର ଦେବା ଆବଶ୍ୟକ ।

- ଘରର ମୁଖ୍ୟଦ୍ୱାରକୁ ମ୍ୟାଚିଂ ହେଲାଭଳି ନେମ୍‌ପ୍ଲେଟ୍‌ ଲଗାଇବା ଦରକାର ।

- ଧ୍ୟାନଦେବେ ଯେମିତି ମୁଖ୍ୟଦ୍ୱାର ଓ ନେମ୍‌ପ୍ଲେଟ୍‌ ଉପରେ ପର୍ଯ୍ୟାପ୍ତ ଆଲୋକ ପଡିପାରୁଥିବ । ଆବଶ୍ୟକ ହେଲେ ଏଲଇଡି ଲାଇଟ୍‌ ଦ୍ୱାରା ମଧ୍ୟ ଏହାକୁ ଡେକୋରେଟ୍‌ କରିପାରିବେ

- ନେମ୍‌ପ୍ଲେଟ୍‌ ଏମିତି ଧାତୁରେ ତିଆରି ହେବା ଦରକାର, ଯେଉଁଥିରେ ସହଜରେ କଳଙ୍କି ଲାଗୁ ନ ଥିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.