VASTU

ହନୁମାନଙ୍କୁ କେଉଁ ସମୟରେ ପୂଜା କରିବା ଅନୁଚିତ୍? ଜାଣନ୍ତୁ

ହନୁମାନଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କୁ ଆରାଧନା କରିବା ସମୟରେ କିଛିଟା ବିଷୟ ଉପରେ ଧ୍ୟାନ ଦେବା ଉଚିତ। ନହେଲେ ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଅବସ୍ଥାରେ ହନୁମାନଙ୍କୁ ପୂଜା କରିବା ଉଚିତ ଓ କେତେବେଳେ ପୂଜା ନକରିବା ଉଚିତ ।

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଟିପ୍ସ :-

  • ହନୁମାନଙ୍କ ସହ ଅନ୍ୟ ଦେବୀ, ଦେବତାଙ୍କୁ ସ୍ନାନ ନ କରି ପୂଜା କରନ୍ତୁ ନାହିଁ ।
  • ବାସ୍ତୁଶାସ୍ତ୍ର ଅନୁସାରେ ସକାଳେ ସ୍ନାନ କରିବା ପରେ ହିଁ ଭଗବାନଙ୍କୁ ଆରଧାନ କରିବାର ବିଧି ରହିଛି । ସ୍ନାନ ନ କରି ହନୁମାନଙ୍କ ପ୍ରତୀମାଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ । ଏହାର ନକାରାତ୍ମକ ପରିଣାମ ଭବିଷ୍ୟରେ ଦେଖିବାକୁ ମିଳିଥାଏ ।
  • ଶବ ଯାତ୍ରାରୁ ଆସିବା ପରେ ଶୁଦ୍ଧ ନ ହୋଇ କୌଣସି ଦେବୀ, ଦେବତାଙ୍କୁ ସ୍ପର୍ଶ କରନ୍ତୁ ନାହିଁ । ହନୁମାନଙ୍କୁ ପୂଜା କରିବା ସମୟରେ ଏହି ଦିଗ ଉପରେ ଧ୍ୟାନ ଦେବା ଦରକାର।

hanuman

  • କିଛି ଲୋକ ସ୍ନାନ କରିବା ପରେ ଗାମୁଚ୍ଛା କିମ୍ୱା ଇନର ପିନ୍ଧି ହନୁମାନଙ୍କୁ ପୂଜା କରିଥାନ୍ତି । ଏପରି କରିବା ଉଚିତ ନୁହେଁ । ହନୁମାନଙ୍କୁ ପୂଜା କରିବା ସମୟରେ ଶୁଦ୍ଧତା ଉପରେ ପୂରା ଧ୍ୟାନ ଦେବା ଉଚିତ । ଅପରିଷ୍କାର ପୋଷାକରେ ପୂଜା କରିବା ଉଚିତ ନୁହେଁ ।
  • କିଛି ଲୋକ ଅଶୁଦ୍ଧ ଅବସ୍ଥାରେ ହନୁମାନଙ୍କ ପୂଜା କରିଥାନ୍ତି । ତାହା ସଂପୂର୍ଣ୍ଣ ଭୁଲ୍ । ଦିନସାରା ବାହାରେ କାମ କରି ଘରକୁ ଆସିବା ପରେ ସନ୍ଧ୍ୟାରେ ସ୍ନାନ ସାରି ହନୁମାନଙ୍କୁ ପୂଜା କରାଯାଇଥାଏ । ଖାଦ୍ୟ ଖାଇବା ପରେ ଅଇଁଠା ମୁହଁରେ ହନୁମାନଙ୍କ ସହ କୌଣସି ଦେବୀ, ଦେବତାଙ୍କୁ ପୂଜା କରିବା ନିଷେଧ ।

ପଢନ୍ତୁ ;ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କୁ ଆଳତୀ କରିବା ବେଳେ ତାଳି କ’ଣ ପାଇଁ ବଜାଯାଏ ଜାଣନ୍ତୁ ?

Related posts

ନାଗକେଶର ଗଛର ମଞ୍ଜିକୁ ଆଲମାରୀ ଲକରରେ ରଖିବା ଦ୍ଵାରା ମିଳିଥାଏ ମା ଲକ୍ଷ୍ମୀଙ୍କ ଅଶେଷ କୃପା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଲେ କି ଲାଭ ମିଳେ ଜାଣନ୍ତୁ

ENO Beuro

କପାଳ ଦେଖି ଭବିଷ୍ୟବାଣୀ – ଜାଣନ୍ତୁ କଣ ଲେଖାଯାଇଛି ଆପଣଙ୍କ କପାଳରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More