ଗୃହିଣୀ ମାନଙ୍କ ପାଇଁ ବାସ୍ତୁବିତଙ୍କ କିଛି ଟିପ୍ସ

ଘରର ବାତାବରଣ ସବୁବେଳେ କିପରି ସୁସ୍ଥ ରହିବ ତା, ପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ମାନିବାକୁ ପଡିଥାଏ । କିନ୍ତୁ ହଠାତ୍ ଯେତେବେଳେ ଘରେ କୈାଣସି କାରଣ ନ’ଥାଇ କଳହ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଯାଏ ।ଯେତେ ଧନ ଉପାର୍ଜନ କଲେବି କେଉଁଆଡେ ଆସି କେଉଁଆଡେ ଚାଲିଯାଏ, ତାହା ଜଣାପଡେ ନାହିଁ ।

ବାସ୍ତୁଶାସ୍ତ୍ର  ଅନୁସାରେ ଘରର ସକରାତ୍ମକ ଏବଂ ନକରାତ୍ମକ ଉଭୟ ପରିବେଶ ପାଇଁ ଘରର ଗୃହିଣୀ ମାନଙ୍କ ଅବଦାନ ବହୁତ ବେଶୀ । ଗୃହିଣୀ କରୁଥିବା ନିଜସ୍ୱ କର୍ମ ଉପରେ ମଧ୍ୟ ଘରର ପରିବେଶ ନିର୍ଭର କରିଥାଏ ।

ବାସ୍ତୁଶାସ୍ତ୍ର  ଅନୁସାରେ ଗୃହିଣୀମାନେ ସୂର୍ଯ୍ୟଦୋୟ ପୂର୍ବରୁ ବିଛଣା ଛାଡିବା ଉଚିତ୍ । ବିଛଣା ଛାଡିବା ପରେ ସ୍ନାନ କରିବା ସହିତ ଘର ସଫା କରିବା ଉଚିତ୍ । କିନ୍ତୁ ସୂର୍ଯ୍ୟଉଦୟ ପରେ ଯଦି ଏସବୁ କାମକୁ କରଯାଏ, ଘର ମଧ୍ୟରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।ସ୍ନାନ କରିବା ପରେ ଘରର ଗୃହିଣୀ ରୋଷେଇ ଘରକୁ ପ୍ରବେଶ କରି ରୋଷେଇ ଆରମ୍ଭ କରିବା ଠିକ।

ପ୍ରତିଦିନ ଖାଦ୍ୟ ତିଆରି କରି ସାରିଲା ପରେ ସେହି ଖାଦ୍ୟକୁ ସବୁଦିନେ ଭଗବାନଙ୍କ ପାଖରେ ଅର୍ପଣ କରିବା ଉଚିତ୍ । ଏହାଦ୍ୱାରା ଘରେ ସବୁବେଳେ ସୁଖଶାନ୍ତି ବଜାୟ ରହିଥାଏ ।

ମହିଳାମାନେ ସାଧାରଣତଃ ସୂର୍ଯ୍ୟାସ୍ତ ପରେ କେଶ କୁଣ୍ଡାଇବା କଥା ନୁହଁ । ମହିଳା ମାନେ ଗୁରୁବାରେ କେସ ରେ ତେଲ ଲଗାଇବା କଥା ନୁହେଁ । ଏମିତି କଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଘରର ଧନଧାନ୍ୟ ବୃଦ୍ଧି ହେବାରେ ବାଧା ସୃଷ୍ଟି ହୋଇଥାଏ ।

ଘରର ମହିଳାମାନେ ଯେତେ ଖୁସିରେ ରହିବେ, ଘରର ପରିବେଶ ଓ ବାତାବରଣ  ଭଲ ରହିବ । ଯେଉଁ ଘରର ମହିଳା ସଦସ୍ୟ ମାନେ ଯେତେ ଅଧିକ ଝଗଡା ଏବଂ ପାଟିତୁଣ୍ଡ କରିଥାନ୍ତି, ଏହା ଘରର ପରିବେଶକୁ ବିଗାଡିବା ସହିତ ଏକ ନକରାତ୍ମକ ପ୍ରଭାବ ଘରେ ସୃଷ୍ଟି ହୋଇଥାଏ ।

ପଢନ୍ତୁ ;

ଆପଣଙ୍କ ପୋଷାକରୁ ଦୁର୍ଗନ୍ଧ ବାହାରୁଛି କି ? ତାହାଲେ ଆପଣାନ୍ତୁ ଏହି ଟିପ୍ସ

ବାସ୍ତୁଶାସ୍ତ୍ର ଅନୁସାରେ ଘରର ସକରାତ୍ମକ ଏବଂ ନକରାତ୍ମକ ଉଭୟ ପରିବେଶ ପାଇଁ ଘରର ଗୃହିଣୀ ମାନଙ୍କ ଅବଦାନ ବହୁତ ବେଶୀ - 4.6

91%

ମହିଳାମାନେ ସାଧାରଣତଃ ସୂର୍ଯ୍ୟାସ୍ତ ପରେ କେଶ କୁଣ୍ଡାଇବା କଥା ନୁହଁ - 4.6

92%
4.6/5

Excellent!

ଗୃହିଣୀ ମାନଙ୍କ ପାଇଁ ବାସ୍ତୁବିତଙ୍କ କିଛି ଟିପ୍ସ

ଘରର ବାତାବରଣ ସବୁବେଳେ କିପରି ସୁସ୍ଥ ରହିବ ତା, ପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ମାନିବାକୁ ପଡିଥାଏ । କିନ୍ତୁ ହଠାତ୍ ଯେତେବେଳେ ଘରେ କୈାଣସି କାରଣ ନ’ଥାଇ କଳହ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଯାଏ ।ଯେତେ ଧନ ଉପାର୍ଜନ କଲେବି କେଉଁଆଡେ ଆସି କେଉଁଆଡେ ଚାଲିଯାଏ, ତାହା ଜଣାପଡେ ନାହିଁ ।

5/5 Votes: 1 user

You're not rated yet