News

କାଗଜପତ୍ର ନ ଦେଖାଇଲେ ତୁରନ୍ତ ଚାଲାଣ କାଟିପାରିବନି ଟ୍ରାଫିକ ପୁଲିସ; ଜାଣନ୍ତୁ କିପରି

Chandigarh Traffic Police

ନୂଆ ମୋଟର ଯାନ ଆଇନ  ଲାଗୁ ହେବା ପରେ ଆରଟିଓ ଏବଂ ପୁଲିସ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ଆଇନ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବା ଲାଗି ମୋଟା ଅଙ୍କର ଜରିମାନା ଲଗାଯାଉଛି। ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର(ଆରସି), ଇନସ୍ୟୁରାନ୍ସ ପ୍ରମାଣପତ୍ର​‌, ପ୍ରଦୂଷଣ ନିୟନ୍ତ୍ରଣାଧୀନ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍‌ ପ୍ରମାଣପତ୍ର ନ ଦେଖାଇଲେ ଚାଳକଙ୍କର ତୁରନ୍ତ ଚାଲାଣ କାଟି ଦିଆଯାଉଛି। କିନ୍ତୁ କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁସାରେ ଟ୍ରାଫିକ ପୁଲିସ ଯଦି ଚାଳକଙ୍କୁ ଆରସି, ଇନସ୍ୟୁରାନ୍ସ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣାଧୀନ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍‌ ପ୍ରମାଣପତ୍ର ମାଗନ୍ତି ଏବଂ ଚାଳକ ସେହି ସମୟରେ ସେସବୁ ପ୍ରମାଣପତ୍ର ଦେଖାଇ ପାରୁନାହାନ୍ତି, ତା’ହେଲେ ତାହା ଅପରାଧ ନୁହେଁ। ଅର୍ଥାତ୍‌ ପୁଲିସ ତତ୍‌କ୍ଷଣାତ ଚାଳକଙ୍କର ଚାଲାଣ  କାଟିପାରିବ ନାହିଁ।

ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଡ୍‌ଭୋକେଟ ବିନୟ କୁମାର ଗର୍ଗ  ଏବଂ ଆଡ୍‌ଭୋକେଟ ରୋହିତ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୩୯ରେ ବ୍ୟବସ୍ଥା ରହିଛି ଯେ, ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବା ଲାଗି ୧୫ ଦିନ ସମୟ ଦିଆଯିବ। ଟ୍ରାଫିକ ପୁଲିସ ତତ୍କାଳ ଚାଳକଙ୍କ ଚାଲାଣ କାଟିପାରିବେ ନାହିଁ। ଚାଳକ ଯଦି ୧୫ ଦିନ ମଧ୍ୟରେ ଗାଡ଼ିର କାଗଜପତ୍ର ଦେଖାଇବା ଲାଗି ଦାବି କରିବେ, ତା’ହେଲେ ପୁଲିସ କିମ୍ବା ଆରଟିଓ ଅଧିକାରୀ ଗାଡ଼ିର ଚାଲାଣ କାଟିପାରିବେ ନାହିଁ। ଏହା ପରେ ୧୫ ଦିନ ମଧ୍ୟରେ ଚାଳକଙ୍କୁ ସମସ୍ତ କାଗଜପତ୍ର ଟ୍ରାଫିକ ପୁଲିସ ଅଥବା ଆରଟିଓ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବାକୁ ପଡ଼ିବ।

Traffic Checking In Bbsr

ଆଡ୍‌ଭୋକେଟ ଶ୍ରୀବାସ୍ତବ ଏହା ମଧ୍ୟ କହିଛନ୍ତି ଯେ, ମୋଟର ଯାନ ଆଇନ ୨୦୧୯ର ଧାରା ୧୫୮ ଅଧୀନରେ ଦୁର୍ଘଟଣା ହେବା କିମ୍ବା କୌଣସି ବିଶେଷ ମାମଲାରେ ଗାଡ଼ିର କାଗଜପତ୍ର ଦେଖାଇବାର ସମୟ ୭ଦିନ ଧାର୍ଯ୍ୟ  ହୋଇଛି। ଏହାବ୍ୟତୀତ ଟ୍ରାଫିକ ଆଇନ ବିଶେଷଜ୍ଞ ତଥା ଆଇନ ବିଭାଗ ପ୍ରଫେସର ଡା. ରାଜେଶ ଦୁବେ କୁହନ୍ତି, ଯଦି ଚାଳକ ଗାଡ଼ି କାଗଜପଦ୍ର ତତ୍କାଳ ଦେଖାଇ ନ ପାରନ୍ତି ଏବଂ ଟ୍ରାଫିକ ପୁଲିସ ତାଙ୍କର ଚାଲାଣ କାଟନ୍ତି, ତେବେ କୋର୍ଟରେ ଏହାକୁ ଖାରଜ କରିବା ଲାଗି ଚାଳକଙ୍କ ନିକଟରେ ବିକଳ୍ପ ରହିଥାଏ।

ବରିଷ୍ଠ ଆଡ୍‌ଭୋକେଟ ଗର୍ଗ କୁହନ୍ତି, ଯଦି ଟ୍ରାଫିକ ପୁଲିସ ବେଆଇନ ଭାବେ ଚାଲାଣ କାଟୁଛି, ତେବେ ଚାଳକଙ୍କୁ କେବେ ବି ଚାଲାଣ ଭରିବାକୁ ପଡ଼ିବ ନାହିଁ। ଟ୍ରାଫିକ ପୁଲିସର ଚାଲାଣ କୌଣସି କୋର୍ଟଙ୍କ ଆଦେଶ ନୁହେଁ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ। ଯଦି କୋର୍ଟ ଜାଣିବାକୁ ପାଇବେ ଯେ, ଚାଳକଙ୍କ ନିକଟରେ ସମସ୍ତ କାଗଜପତ୍ର ରହିଛି ଏବଂ ସେସବୁ ଦେଖାଇବା ଲାଗି ତାଙ୍କୁ ୧୫ ଦିନ ସମୟ ଦିଆଯାଇ ନାହିଁ, ତେବେ କୋର୍ଟ ଜରିମାନା ଛାଡ଼ କରିପାରିବେ।

Download

ଆଡ୍‌ଭୋକେଟ ଶ୍ରୀବାସ୍ତବ କହିଛନ୍ତି, ଚାଲାଣରେ ଜଣେ ସାକ୍ଷୀଙ୍କ ଦସ୍ତଖତ ରହିବା ଜରୁରୀ। କାରଣ କୋର୍ଟରେ ମାମଲାର ବିଚାର ସମୟରେ ଟ୍ରାଫିକ ପୁଲିସକୁ ଜଣେ ସାକ୍ଷୀଙ୍କୁ ହାଜର କରିବାକୁ ପଡ଼ିବ। ଯଦି ପୁଲିସ ସାକ୍ଷୀଙ୍କୁ ହାଜର କରିପାରିବ ନାହିଁ, ତେବେ କୋର୍ଟ ଜରିମାନା ଛାଡ଼ କରିପାରିବେ। ଅଧିକାଂଶ ମାମଲାରେ ପୁଲିସ ସାକ୍ଷୀଙ୍କୁ ହାଜର କରିପାରି ନ ଥାଏ ଏବଂ ଏହାର ଫାଇଦା ଚାଳକଙ୍କୁ ମିଳିଥାଏ ବୋଲି ଶ୍ରୀବାସ୍ତବ କହିଛନ୍ତି।

ପଢନ୍ତୁ: ପ୍ରଥମ ଥର ପାଇଁ ବଢ଼ିଲା ରୂପା ଦର, କିଲୋପ୍ରତି ଦର ଟପିଲା ୫୦ ହଜାର

Related posts

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ENO Beuro

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ଔଷଧୀୟ ଚାରା ବୋର୍ଡର ସପ୍ତମ ବୈଠକ

ENO Beuro

ଅନୁଗୁଳ:ବୃଦ୍ଧାଙ୍କୁ ଜିଅନ୍ତା ଜାଳି ଦେଲେ

ENO Beuro

1 comment

Leave a Comment