Featured

ଜାଣନ୍ତୁ ଏପରି କିଛି ପନିପରିବା ଓ ଫଳ ବିଷୟରେ ଯାହାର ଚୋପା ଆପଣଙ୍କୁ ରଖିବ ନିରୋଗ

ଜାଣନ୍ତୁ ଏପରି କିଛି ପନିପରିବା ଓ ଫଳ ବିଷୟରେ ଯାହାର ଚୋପା ଆପଣଙ୍କୁ ରଖିବ ନିରୋଗ

ଦେହ ଓ ମନ କୁ ସୁସ୍ଥ ରଖିବା ପାଇଁ ସବୁଜ ପନିପରିବା ଓ ଫଳମୂଳ ନିଜ ଦୈନଦିନ ଖାଦ୍ୟରେ ସାମିଲ କରିବା ଉଚିତ । ପନିପରିବା ଓ ଫଳମୂଳ ଯେତିକି ଉପକାରୀ ଏହାର ଚୋପା ମଧ୍ୟ ସେତିକି ଉପକାରୀ । ଏହି ଚୋପାରେ ଭିଟାମିନ ବି ୬ସି ଓ ଏମ୍ୟାଗ୍ନେଶିୟମପୋଟାସିୟମ ସହ ଫାଇଟ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଥାଏ । ଜାଣନ୍ତୁ ଏପରି କିଛି ପରିବା ଓ ଫଳ ବିଷୟରେ ଯାହାର ଚୋପା ଆପଣଙ୍କୁ ରଖିବ ନିରୋଗ :

୧. ଗାଜର ଚୋପା : ଗାଜର ଚୋପା ଖାଇବା ଦ୍ୱାରା ଆଖିର ଶକ୍ତି ବଢ଼ିଥାଏ । ଏହାସହ ଗାଜର ଚୋପାରେ କ୍ୟାନସର ପ୍ରଭାବ ମଧ୍ୟ କମ୍‌ ହୋଇଥାଏ । ଏହି ଚୋପାରେ ଭିଟାମିନ ବି ୬ସି ଓ ଏମ୍ୟାଗ୍ନେଶିୟମପୋଟାସିୟମ ସହ ଫାଇଟ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଥାଏ । ଗାଜର ଚୋପା କ୍ୟାନସର କୋଷିକାକୁ ବଢ଼ିବାକୁ ଦିଏନି ।

୨. ସେଉ ଚୋପା : ସେଉରେ ଭରପୁର ମାତ୍ରାରେ ମିନେରାଲ ଓ ଭିଟାମିନ ରହିଥାଏ । ଏହା ସହ ସେଉ ଚୋପାରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି ।  ସେଉରେ ଥିବା ଫାଇବାର ଶରୀରର ଖରାପ କୋଲେଷ୍ଟ୍ରୋଲ୍‌ ଓ ବ୍ଲଡ ସୁଗାର କମ୍‌ କରେ । ଚୋପା ସହତ ସେଉ ଖାଇବା ବେଳେ ଭଲ ଭାବରେ ଧୋଇ ଦିଅନ୍ତୁ ।

୩. ଆଳୁ ଚୋପା : ଆଳୁ ଠାରୁ ଅଧିକ ରୋଗପ୍ରତିରୋଧକ ଶକ୍ତି ରହିଛି ଆଳୁ ଚୋପାରେ । ଆଳୁ ଚୋପାରେ କ୍ୟାଲ୍‌ସିୟମଭିଟାମିନ ବିସିଆଇରନ ଆଦି ରହିଛି । ଦେହରେ ଭିଟାମିନ ଏ ଅଭାବ ହୋଇଥିଲେ ଆଳୁ ଚୋପା ଖାଇ ପାରିବେ । ଆଳୁ ଚୋପା ଖାଇଲେ ଆଖି ଶକ୍ତି ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।

୪. ବାଇଗଣ ଚୋପା : ବାଇଗଣ ଚୋପାରେ ପୌଷ୍ଟିକ ତତ୍ତ୍ୱ ଭରପୁର ରହିଛି । ଏହା ବି ମସ୍ତିଷ୍କ କ୍ୟାନ୍‌ସର ପ୍ରଭାବ କମାଇଥାଏ । ବୟସ ମଧ୍ୟ କମ୍‌ ଜଣାପଡେ ବାଇଗଣ ଚୋପା ଖାଇଲେ 

୫. କାକୁଡି ଚୋପା : କାକୁଡି ଚୋପା ସହ ଖାଇଲେ ଶରୀରକୁ କାଲସିୟମଫସ୍‌ଫରସମାଗ୍ନେସିୟମ,ପୋଟାସିୟମଭିଟାମିନ

ଏ ଓ ଭିଟାମିନ କେ ର ଅଭାବ ପୂରଣ ହୁଏ । 

 ଜାଣନ୍ତୁ ଏପରି କିଛି ପନିପରିବା ଓ ଫଳ ବିଷୟରେ ଯାହାର ଚୋପା ଆପଣଙ୍କୁ ରଖିବ ନିରୋଗ

ଜାଣନ୍ତୁ କଞ୍ଚା ପିଆଜ କେତେ ଦରକାରୀ

Related posts

ସକାଳୁ ସକାଳୁ ଚା ପିଇବାକୁ ପସନ୍ଦ କରୁଛନ୍ତି? ଆସନ୍ତୁ ଜାଣିବା ଏହାର ଫାଇଦା

ENO Beuro

ନୁଆ ଅଫରକୁ ହଁ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ENO Beuro

ନିୟମିତ ଫଳାହାର କରୁଛନ୍ତି କି? ଜାଣନ୍ତୁ କେଉଁ ସମୟରେ ଖାଇବେ କେଉଁ ଫଳ

ENO Beuro

Leave a Comment