News

ଫନି’ ପରେ ପରିବା ବଜାରରେ ହଇଚଇ

Two

 

 ପରିବା ବଜାରରେ ନିଆଁ

ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫନି’ର ପ୍ରଭାବ ଏବେ ସିଧାସଳଖ ପରିବା ମାର୍କେଟ ଉପରେ ପଡ଼ିଛି। କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେ ଦର ଆକାଶ ଛୁଆଁ। ଫୋନି ଯୋଗୁ ଅଧିକାଂଶ କଞ୍ଚା ପରିବା ଦର ଦୁଇ ସପ୍ତାହ ଭିତରେ ପ୍ରାୟ ଦୁଇଗୁଣା ବଢ଼ିଛି। ବଜାରରେ ଅଭାବି ବିକ୍ରି ଓ ମହଙ୍ଗା ମାଡ ଏବେ ଖାଊଟିଙ୍କୁ ବେସ ବାଧୁଛି। ଆକଳନ କହୁଛି ଏପରି ଅବସ୍ଥା ଖାଉଟିଙ୍କୁ ମାସେ କି ଦୁଇ ମାସେ ନୁହେଁ ପୁରା ପାଞ୍ଚମାସ ସହିବାକୁ ପଡିବ।

ବଜାରରେ କୌଣସି ପରିବାର ଦାମ ପଚାଶ ତଳକୁ ନହିଁ। ବିନ ଛୁଇଁ କିଲୋ ୧୦୦, କାଙ୍କଡ ୬୦,ଭେଣ୍ଡି ୫୦ ଟଙ୍କା,ପୋଟଳ କିଲୋ ୫୦,ଜହ୍ନି ୪୦ ଟଙ୍କା ଓ କାକୁଡ଼ି ଦର ବି ୫୦ ଟଙ୍କା ଓ ଟମାଟୋ କଥାତ ନକହିବା ଭଲ। ଖୁଚୁରା ବଜାରରେ ଆଳୁ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି। ଉପକୂଳ ଓଡ଼ିଶାର ପରିବା ଉତ୍ପାଦନର ପେଣ୍ଠସ୍ଥଳ କୁହାଯାଉଥିବା ପୁରୀ ଜିଲ୍ଲାର ବଳଙ୍ଗା, କଣାସ, କଟକ ଜିଲ୍ଲାର ନିଆଳି, ବାରଙ୍ଗ ଓ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ପ୍ରଭୃତି ଅଞ୍ଚଳରେ ପରିବା ଚାଷୀଙ୍କ କ୍ଷେତକୁ ଫୋନି ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ତେଣୁ ସେପ୍ଟେମ୍ବରର   ଶେଷବେଳକୁ ପରିବା ବଜାରର ସ୍ଥିତି ସ୍ଵାଭାବିକ ହେବ ବୋଲି ଆଶା କରାଯାଉଛି।
ପଢନ୍ତୁ:  ଏସ୍‌ବିଆଇ ‘ଫନି’ ପ୍ରଭାବିତ ଉଦ୍ୟୋଗୀଙ୍କୁ ଦେବ ଋଣ

Related posts

ଚତୁର୍ଥ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳାକୁ ଉଦଘାଟନ କରିବେ ରାଷ୍ଟ୍ରପତି

ENO Beuro

ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍, ଜଲଦି ଶେଷ କରିଦିଅନ୍ତୁ ବ୍ୟାଙ୍କର ସମସ୍ତ କାମ

ENO Beuro

ପାରିବାରିକ କଳହକୁ ନେଇ ଅଗ୍ନିକାଣ୍ଡ,୪ଜଣ ଜୀବନ୍ତ ଦଗ୍ଧ

ENO Beuro

Leave a Comment