News

ବାତ୍ୟା ପରେ ମହଙ୍ଗା ମାଡ

ପରିବା ହୋଇଛି ଅମୂଲ ମୂଲ

ବାତ୍ୟାର କବଳରୁ ବଞ୍ଚିଲାପରେ ଏବେ ଲୋକମାନଙ୍କ ଉପରେ ଦାଉ ସାଧୁଛି ମହଙ୍ଗା  ମାଡ।  ଡାଲି ଚାଉଳ ଓ ପନିପରିବା ଲୋକଙ୍କ ଚାହିଦା ଅନୁଯାଇ ପରଜ୍ଯପତା ପରିମାଣରେ ମିଳୁନାହିଁ। ଯାହାବି କେଉଁଠି କାଁଭାଁ ମିଳୁଛି ସେଠାରେ ପାରିବା ମୂଲ ଶୁଣିଲାପରେ ପଛଘୁଞ୍ଚା ଦେଉଛନ୍ତି ଘରୋଇ। ଏପରିକି ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାରରେ ବି ଡାଲି ଚାଉଳ ଅଭାବ ଦେଖାଦେଇଛି। ସୁଆରଙ୍କୁ ମହାପ୍ରସାଦ ରାନ୍ଧିବାକୁ ମିଳୁନି।

ତେବେ ବାତ୍ୟାପରେ କେରୋସିନୀ ମୂଲ୍ୟ ନୁହେଁ ପରିବା ବଜାରରେ ଘୋର ସଂକଟ ଦେଖାଦେଇଛି। ବଜାରକୁ ପରିବା ଆସୁନଥିବା ବେଳେ ଆଳୁର ଅଭାବ ବି ଉତ୍କଟ ସ୍ଥିତି ସୃଷ୍ଟି କରିଛି। ଆଳୁ କିଲୋ ୨୦ ଓ‌ ବେଳେ ବେଳେ ୨୫ ହୋଇଯାଉଛି। ଏବେ କୌଣସି ପରିବା ମୂଲ୍ୟ  ୫୦ ତଳକୁ ନାହିଁ। ଟମାଟୋ ହେଉ କି ବରଗୁଡ଼ି, କଲରା ହେଉ କି ଝୁଡ଼ଙ୍ଗ ସବୁରି ମୂଲ୍ୟ ୫୦ ଉପରେ। ବାହାନା ହେଉଛି, ବାତ୍ୟା ପରେ ଆସୁନି ପରିବା। ତେଣୁ ଯାହା ଆସୁଛି ତାର ଦାମ୍‌ ଅଧିକ ରହିବ। ବାତ୍ୟା କଷ୍ଟରୁ ଲୋକେ ମୁକୁଳି ନଥିବା ବେଳେ ଏବେ ଅଭାବ ଓ ମହଙ୍ଗା ମାଡ଼ରେ ଜନଜୀବନ କଳବଲ ହୋଇଗଲାଣି।
ପଢନ୍ତୁ: ହ୍ଵାଟ୍ସଆପ ତୁରନ୍ତ ଅପଡେଟ କରିବାକୁ ପରାମର୍ଶ ଦେଲେ ସାଇବର ଇଣ୍ଟେଲିଜେନ୍ସ

Related posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ENO Beuro

‘ମଦରକପ୍’ ଅର୍ଚ୍ଚନା , ଡ୍ୟୁଟି ସହ କରିବାକୁ ପଡୁଛି ମା’ର କର୍ତ୍ତବ୍ୟ

ENO Beuro

କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା! ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା

ENO Beuro

1 comment

Leave a Comment