Loading...

ବହୁତଳ ବିଶିଷ୍ଟ ପାର୍କିଂ ଖାଲି ଗଳିକନ୍ଦିରେ ରହୁଛି ଗାଡ଼ି

ବହୁତଳ ବିଶିଷ୍ଟ ପାର୍କିଂ ଖାଲି ଗଳିକନ୍ଦିରେ ରହୁଛି ଗାଡ଼ି

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ନିର୍ମିତ ଏହି ଦୁଇ ବହୁତଳ ପାର୍କିଂ ଏବେ ଖାଲି ପଡୁଥିବାବେଳେ ଲୋକେ ଗଳିକନ୍ଦି, ରାସ୍ତା କଡ଼ ଓ ଏଠିସେଠି ପାର୍କିଂ କରୁଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଗାଡିମୋଟର ସଂଖ୍ୟା ବଢ଼ିବାରେ ଳାଗିଛି। ବିଶେଷକରି ଲୋକେ ରାସ୍ତା ଓ ନୋ ପାର୍କିଂ ଜୋନ୍‌ରେ ଗାଡି ରଖୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ରାଜମହଲ ଓ ଶହୀଦ ନଗରରେ ଏହି ସମସ୍ୟକୁ କମ୍‌ କରିବା ପାଇଁ ନିର୍ମାଣ ହୋଇଛି ବହୁତଳ ବିଶିଷ୍ଟ ପାର୍କିଂ(ଏମ୍‌ଏଲ୍‌ସିପି)। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ନିର୍ମିତ ଏହି ଦୁଇ ବହୁତଳ ପାର୍କିଂ ଏବେ ଖାଲି ପଡୁଥିବାବେଳେ ଲୋକେ ଗଳିକନ୍ଦି, ରାସ୍ତା କଡ଼ ଓ ଏଠିସେଠି ପାର୍କିଂ କରୁଛନ୍ତି। ଫଳରେ ବହୁତଳ ପାର୍କିଂ ଯୋଜନାର ଲକ୍ଷ୍ୟ ବିଫଳ ହେବା ସହ ଟ୍ରାଫିକ୍‌ ସ୍ଥିତି ସୁଧୁରି ପାରୁନି। ଅଧିକ ପାର୍କିଂ ଫି’ ଯୋଗୁ ଲୋକେ ଏଭଳି ବେଆଇନ ପାର୍କିଂ କରୁଥିବା ଜଣାପଡିଛି।
ରାଜମହଲସ୍ଥିତ ବହୁତଳ ପାର୍କିଂରେ ୪୦୦ କାର୍‌ ଓ ୭୦୦ ବାଇକ୍‌ ରହିବାର ବ୍ୟବସ୍ଥା ରହିଛି। ମାତ୍ର ଉଦ୍‌ଘାଟନକୁ ପ୍ରାୟ ୬ମାସ ବିତିଥିଲେ ମଧ୍ୟ କୌଣସି ଗୋଟିଏ ଦିନ ପାର୍କିଂ ଅଞ୍ଚଳ ପୂରଣ ହେଉନାହିଁ। ସେହିପରି ଶହୀଦନଗର ବହୁତଳ ପାର୍କିଂରେ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଏଠାରେ ୧୯୬ କାର୍‌ ଓ ୩୯୮ ବାଇକ୍‌ ପାର୍କିଂ କ୍ଷମତା ରହିଥିଲେ ମଧ୍ୟ ଲକ୍ଷ୍ୟ ହାସଲ ହୋଇପାରୁ ନାହିଁ। ଫଳରେ ଏ ବାବଦକୁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ପାଣିରେ ପଡ଼ିବା ପରି ମନେ ହେଉଛି। ପାର୍କିଂ ଫି’ କମାଇବା ସହ ସହରର ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଏପରି ପାର୍କିଂ ବ୍ୟବସ୍ଥା କରିବା ପାଇଁ ମତ ପ୍ରକାଶ ପାଉଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.