ଦେଶର ନୂତନ ଉପରାଷ୍ଟ୍ରପତି ଭାବରେ ଭେଙ୍କୟା ନାଇଡୁ ଆଜି ଶପଥ ଗ୍ରହଣ କରିବେ

ଦେଶର ନୂତନ ଉପରାଷ୍ଟ୍ରପତି ଭାବରେ ଭେଙ୍କୟା ନାଇଡୁ ଆଜି ଶପଥ ଗ୍ରହଣ କରିବେ

ରାଷ୍ଟ୍ରପତି ଭବନରେ ଭାରତର ତ୍ରୟୋଦଶ ଉପରାଷ୍ଟ୍ରପତି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ ଭେଙ୍କୟା ନାଇଡୁ ଶପଥ ଗ୍ରହଣ କରିଛନ୍ତି । ୬୮ ବର୍ଷିୟ ନାଇଡୁଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ପାଠ କରାଇଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭେଙ୍କେୟା ଆଜି ହିନ୍ଦୀ ଭାଷାରେ ଉପରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଗୃହମନ୍ତ୍ରୀ ରାଜନାଥ ଓ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବିଜେପି ନେତା ଲାଲ୍‌ କୃଷ୍ଣ ଆଡ଼ଭାନୀ ଏବଂ ଅନ୍ୟାନ୍ୟ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ । ଆଉ କିଛି ସମୟ ପରେ ଭେଙ୍କେୟା ସଂସଦରେ ପହଞ୍ଚି ବିଧିବଦ୍ଧ ଭାବରେ ପଦଭାର ଗ୍ରହଣ କରିବେ । 

ବିଦାୟୀ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରି ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀମାନଙ୍କୁ ସ୍ୱାଗତ କରିଥିଲେ ।

ଶପଥ ଗ୍ରହଣ କରିବାକୁ ଯିବା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ରାଜଘାଟରେ ମହାତ୍ମାଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଡିଡିୟୁ ପାର୍କରେ ଦୀନ ଦୟାଲ୍‌ ଉପାଧ୍ୟାୟ ଏବଂ ପଟେଲ୍‌ ଚୌକ୍‌ଠାରେ ସର୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଗତ ୫ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ନାଇଡୁ କଂଗ୍ରେସ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ହରାଇ ଥିଲେ

ଦେଶର ନୂତନ ଉପରାଷ୍ଟ୍ରପତି ଭାବରେ ଭେଙ୍କୟା ନାଇଡୁ ଆଜି ଶପଥ ଗ୍ରହଣ କରିବେ