News

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ

ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ଆସନ୍ତା ୧୬ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାଲାଗି ସେ ଓଡ଼ିଶା ଆସୁଥିବା ଜଣାପଡ଼ିଛି।

ଉପରାଷ୍ଟ୍ରପତି ଆସିବା ନେଇ ଭୁବନେଶ୍ୱରରେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉପରାଷ୍ଟ୍ରପତିଙ୍କ ଗସ୍ତ କିପରି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ବିଶେଷ ଧ୍ୟାନ ଦେବା ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଉପରାଷ୍ଟ୍ରପତି କିଟ୍‌ କଲେଜର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଓଡ଼ିଶା ଆସିଥିଲେ । ୨୦୧୭ ନଭେମ୍ବର ୧୦ରେ ସେ ଦୁଇ ଦିନିଆ ଗସ୍ତରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ। ନଭେମ୍ବର ୧୦ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଗଭର୍ଣ୍ଣର ହାଉସରେ ସେ ରାତ୍ରିଯାପନ କରିଥିଲେ । ୧୧ ନଭେମ୍ବରରେ କିଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ।

ପଢନ୍ତୁ;୧୫,୧୬୭ କୋଟି ବିମାର ଦାବିଦାର ନାହାନ୍ତି

Related posts

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ନୂଆବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ENO Beuro

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ରାହୁଲଙ୍କ ବିମାନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More