HOROSCOPES

ସେପ୍ଟେମ୍ବର ୯ତାରିଖ କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର : ଜାଣନ୍ତୁ ସମସ୍ତ ରାଶିର ଶୁଭ-ଅଶୁଭ ପ୍ରଭାବ

Sukra

ଗ୍ରହରେ ଜୀବଙ୍କର ଉତ୍ପତ୍ତିର କାରକ ଶୁକ୍ର ସେପ୍ଟେମ୍ବର ୯ତାରିଖ ରାତି ୧ଟା ବାଜି ୪୦ମିନିଟରେ ସିଂହ ରାଶିର ଯାତ୍ରା ପୂର୍ଣ୍ଣ କରି କନ୍ୟା ରାଶିରେ ପ୍ରବେଶ କରୁଛନ୍ତି। ଏଠାରେ ସେ ଅକ୍ଟୋବର ୩ତାରିଖ ମଧ୍ୟରାତ୍ରି ୫ଟା ବାଜି ୧୩ମିନିଟ୍ ଯାଏଁ ରହିବେ। ତେବେ ଆସନ୍ତୁ ଜାଣିବା ସମସ୍ତ ୧୨ଟି ରାଶି ଉପରେ ଏହାର ପ୍ରଭାବ କିପରି ରହିବ।

 ୧.ମେଷ ରାଶି : ମେଷ ରାଶିରେ ଶତ୍ରୃ ଭାବରେ ଶୁକ୍ର ଗ୍ରହ ଯୋଗୁଁ ସ୍ବାସ୍ଥ୍ୟ ସମସ୍ୟା ପରିଲକ୍ଷିତ ହେବ। ମେଷ ରାଶିର ବ୍ୟକ୍ତିମାନେ ଗୁପ୍ତ ଶତ୍ରୃଙ୍କଠାରୁ ସତର୍କ ରହିବେ ଏବଂ ଋଣ ନେଣ- ଦେଣ ମାମଲାରୁ ମଧ୍ୟ ଦୂରରେ ରୁହନ୍ତୁ ଏବଂ ସାବଧାନ ସହକାରେ ଗାଡ଼ି ଚଲାନ୍ତୁ।

୨. ବୃଷ ରାଶି : ବୃଷ ରାଶିରେ ପଞ୍ଚମ ଶୁକ୍ର ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆଣିବେ,ପ୍ରେମ ବିବାହର ମଧ୍ୟ ଯୋଗ ହେବ। ଶିକ୍ଷା ପ୍ରତିଯୋଗିତାରେ ମଧ୍ୟ ଉତ୍ତମ ସଫଳତା ମିଳିବ ଏବଂ ସନ୍ତାନଙ୍କ ଦାୟିତ୍ବ ପୂରଣ ହେବ।

୩. ମିଥୁନ ରାଶି : ମିଥୁନ ରାଶିରେ ଚତୁର୍ଥ ଭାବଗତ ଶୁକ୍ର ମାନସିକ ଅଶାନ୍ତି ଦେବେ ଏବଂ ବାହନ ଏବଂ ଘର କିଣିବାର ଯୋଗ ରହିଛି।

୪. କର୍କଟ ରାଶି : କର୍କଟ ରାଶିର ତୃତୀୟ ଭାବରେ ଶୁକ୍ର ପରାକ୍ରମୀ କରାଇବେ।

୫.ସିଂହ ରାଶି : ସିଂହ ରାଶିରେ ଧନ ଭାବରେ ଶୁକ୍ର ମିଶ୍ରିତ ଫଳ ଦେବେ। ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ବିପରୀତ ପ୍ରଭାବ ରହିବ କିନ୍ତୁ ଆୟଦୃଷ୍ଟରୁ ସମୟ ଉତ୍ତମ ରହିବ। ଚାକିରୀରେ ପଦୋନ୍ନତି ମିଳିବ।

୬. କନ୍ୟା ରାଶି : କନ୍ୟା ରାଶୀ ଥିବା ବ୍ୟକ୍ତିଙ୍କ ପାଇଁ ସ୍ବାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ରହିବ। ଚକ୍ଷୁ ରୋଗ ଏବଂ ଗୁପ୍ତ ରୋଗ ହୋଇପାରେ। ବ୍ୟବସାୟ ଦୃଷ୍ଟିରୁ ଭଲ ରହିବ। ଅଟକିଥିବା ଧନ ମିଳିବ।

୭. ତୁଳା ରାଶି : ତୁଳା ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଦ୍ବାଦଶ ଶୁକ୍ର ବିଦେଶ ଯାତ୍ରା ଏବଂ ଭୌତିକ ବସ୍ତୁ କିଣାକିଣି କରାଇବେ। ବାପା ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଏବଂ ଆପଣଙ୍କ ଯୋଜନାକୁ ଗୋପନ ରଖନ୍ତୁ।

୮. ବିଛା ରାଶି : ବିଛା ରାଶିରେ ଲାଭ ପରିବର୍ତେ ଶୁକ୍ର ଅନେକ ପ୍ରକାରର ଅପ୍ରତ୍ୟାଶିତ ପରିଣାମର ଅବସର ପ୍ରଦାନ କରିବେ। କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ବିଭାଗରେ ଅଟକିଥିବା କାର୍ଯ୍ୟରୁ ମୁକ୍ତି ମିଳିବ।

୯. ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଦଶମ ଭାବଗତ ଶୁକ୍ର ରୋଜଗାରର ନୂଆ ଅବସର ଆଣିବେ। ଚାକିରୀରେ ପଦୋନ୍ନତିର ଯୋଗ ଏବଂ ଅଧିକ ବ୍ୟୟ ଏବଂ ତୀର୍ଥ ଯାତ୍ରାର ସୁଖ ମିଳିବ।

୧୦. ମକର ରାଶି : ମକର ରାଶିରେ ଭାଗ୍ୟ ଭାବରେ ଶୁକ୍ରଙ୍କ ଗୋଚର ଅତ୍ୟନ୍ତ ଫଳଦାୟକ,ସ୍ଥାନ ପରିବର୍ତ୍ତନ ସହ ବିଦେଶୀ ମିତ୍ରଙ୍କଠୁ ଲାଭ ଏବଂ ବିଦେଶ ଯାତ୍ରାର ଯୋଗ ମିଳିବ।

୧୧. କୁମ୍ଭ ରାଶି : କୁମ୍ଭ ରାଶିରେ ଅଷ୍ଟମ ଭାବରେ ଶୁକ୍ର ସାମାଜିକ ପ୍ରତିଷ୍ଠା ବୃଦ୍ଧି କରିବେ କିନ୍ତୁ ସ୍ବାସ୍ଥ୍ୟ ଦୃଷ୍ଟିରୁ ବିପରୀତ ପ୍ରଭାବ ପଡ଼ିବ  ଏଥିପାଇଁ ସାବଧାନ ରୁହନ୍ତୁ।

୧୨. ମୀନ ରାଶି : ମୀନ ରାଶିରେ ସପ୍ତମ ଶୁକ୍ର ବ୍ୟବସାୟରେ ଉତ୍ଥାନ-ପତନ ଆଣିବେ । ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବେ।

ପଢନ୍ତୁ: ଶୁଭଫଳ ପ୍ରାପ୍ତି ପାଇଁ ଗୃହରେ ରଖନ୍ତୁ ମାଟିପାତ୍ର, ଆପଣଙ୍କ ଭାଗ୍ୟକୁ ବଦଳାଇଦେବ

Related posts

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଜୋତିଷଶାସ୍ତ୍ର ଅନୁଯାୟୀ ଜାଣିରଖନ୍ତୁ କେଉଁ ରଙ୍ଗର ଗାଡି ଆପଣଙ୍କ ରାଶି ପାଇଁ ଶୁଭ ହେଇଥାଏ?

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment