ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ମନୋରଂଜନ ଦୁନିଆଁରୁ ଆଉ ଏକ ଦୁଃଖଦ ଖବର । ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ ହୋଇଯାଇଛି । ଅନେକ ସିରିଏଲ ସହ ଫିଲ୍ମରେ କାମ କରି ନିଜର ଭିନ୍ନ ଭିନ୍ନ ଅଭିନୟର ଛାପ ଛାଡିଥିବା ଅରୁଣ ବାଲିଙ୍କର ୭୯ ବର୍ଷରେ ପରଲୋକ ହୋଇଛି ।
ମନୋରଂଜନ ଦୁନିଆଁରୁ ଆଉ ଏକ ଦୁଃଖଦ ଖବର । ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ ହୋଇଯାଇଛି । ଅନେକ ସିରିଏଲ ସହ ଫିଲ୍ମରେ କାମ କରି ନିଜର ଭିନ୍ନ ଭିନ୍ନ ଅଭିନୟର ଛାପ ଛାଡିଥିବା ଅରୁଣ ବାଲିଙ୍କର ୭୯ ବର୍ଷରେ ପରଲୋକ ହୋଇଛି । ଅସୁସ୍ଥତା କାରଣରୁ ତାଙ୍କୁ କିଛି ମାସ ହେବ ହସ୍ପିଟାଲରେ ଚିକିତ୍ସାରେ ରଖାଯାଇଥିଲା । ଆଜି ଭୋର ପାଖାପାଖି ସାଢେ ୪ଟା ସମୟରେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
‘ଥ୍ରୀ ଇଡିଅଟ୍ସ’, ‘କେଦାରନାଥ‘ ମୁଭିରେ ତାଙ୍କ ଅଭିନୟ ସବୁଠୁ ପ୍ରଶଂସନୀୟ ଥିଲା । ଅନେକ ଲୋକପ୍ରିୟ ଧାରାବାହିକରେ କାମ କରିବା ସହ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଅରୁଣ ବାଲି । ୯୦ ଦଶକରେ ନିଜ କାରିଅର ଆରମ୍ଭ କରିଥିବା ଅରୁଣ ବାଲି ‘ରାଜୁ ବନଗୟା ଜେଣ୍ଟଲମ୍ୟାନ୍’, ଖଲନାୟକ’, ‘ଜବ୍ ୱିି ମେଟ୍’, ‘ଫୁଲ ଔର ଅଙ୍ଗାରେ’, ‘କେଦାରନାଥ‘,‘ଥ୍ରୀ ଇଡିଅଟ୍ସ’ ପରି ଅନେକ ଫିଲ୍ମରେ କାମ କରିଛନ୍ତି । ସବୁଥିରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି କଳାର ଛାପ ଛାଡିଯାଇଛନ୍ତି । ଏହା ବ୍ୟତୀତ ‘ ବାବୁଲ କି ଦୁଆଏଁ ଲେତି ଯା’, ‘କୁମକୁମ’ ପରି ସିରିଏଲରେ ମଧ୍ୟ ସେ କାମ କରିଛନ୍ତି । ସୂଚନା ମୁତାବକ, ଅରୁଣବାଲି ଏକ ବିରଳ ରୋଗରେ ପୀଡିତ ଥିଲେ । ଏହା ହେଉଛି ମ୍ୟାସ୍ଥେନିଆ । ଏହା ଏକ ଅଟୋଇମ୍ୟୁନୋ ରୋଗ ଅଟେ, ଏଥିରେ ନର୍ଭସ୍ ଓ ମସଲ୍ସ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୁଏ । ରକ୍ତ ସଞ୍ଚଳନରେ ମଧ୍ୟ ସମସ୍ୟା ହୁଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।