News

ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସଙ୍କ ହୃଦଘାତରେ ପରଲୋକ

ଓଡ଼ିଆ ଇଣ୍ଡଷ୍ଟ୍ରିରେ ବିଷାଦର ଛାୟା

ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଅନୀତା ଦାସ ଆଉ ଆମ ଗହଣରେ ନାହାନ୍ତି । ସେ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ସମୟରେ ନିଜର କଟକର ମିଶନ୍‌ ରୋଡସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ସେଲଟର ଛକ ବାସଭବନରେ ସେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅନିତା । ଏବେ ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି । ସେଠି ତାଙ୍କ ମୃତ୍ୟଶଯ୍ୟା ନିକଟରେ ଅନିତାଙ୍କ ପୁତୁରା ତଥା ଓଲିଉଡ୍ ହିରୋ ଆକାଶ ଦାସନାୟକ ମଧ୍ୟ ଉପସ୍ଥିତ ଅଛନ୍ତି ।

ତାଙ୍କ ଅଭିନୀତ ଲୋକପ୍ରିୟ ସିନେମା ମଧ୍ୟରେ ରହିଛି ସମର ସଲିମ୍‌ ସାଇମନ୍‌, ଅକ୍ଷୀ ତୃତୀୟା, ତପସ୍ୟା, ମା ଓ ମମତା, ସ୍ୱପ୍ନସାଗର, ପୁଅ ମୋର କଳାଠାକୁର, ପାପପୁଣ୍ୟ,ବାହୁଡିବେ ମୋ’ ଜଗାବଳିଆ,ଫୁଲ ଚନ୍ଦନ, କି ହେବ ଶୁଆ ପୋଷିଲେ , ଅଣ୍ଟି ଛୁରୀ ତଣ୍ଟି କାଟେ ଏବଂ କାବୁଲା ବାରବୁଲା ଆଦି। ସେ ଓଡ଼ିଶାର ଅଧିକାଂଶ ଟପ୍‌ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତ ।

ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମରେ ଅନିତା ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ପାଖରେ ପରିଚୟ ସୃଷ୍ଟି କରିଥିଲେ। ବିଶେଷକରି ସେ ମାଆ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ମୋହି ପାରିଥିଲେ। ସେଥିପାଇଁ ତାଙ୍କୁ କେତେକ ଓଡ଼ିଆ ଫିଲ୍ମର ମାଆ ବୋଲି ମଧ୍ୟ କହିଥାନ୍ତି। ପୁଅ ମୋର କଳା ଠାକୁର, ସ୍ୱପ୍ନ ସାଗର ଓ କି ହେବ ଶୁଆ ପୋଷିଲେ ଭଳି ଫିଲ୍ମରେ ଅନିତାଙ୍କ ଚମତ୍କାର  ଅଭିନୟ ଦେଖିବାକୁ ମିଳିଛି ।

ପଢନ୍ତୁ ;

ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରେସ୍ ମିଟ୍

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ବେଜବରୁଆଙ୍କ ଘର ହେବ ସ୍ମୃତିପୀଠ

ENO Beuro

ଗ୍ରାମାଞ୍ଚଳ ପାଇଁ ନୂଆ ପ୍ରସ୍ତାବ, ୧୦,୦୦୦ ଜମା ଥିଲେ ଗରିବ ନୁହଁ

ENO Beuro

ଯୋଡାମୁଣ୍ଡର ଅସ୍ତ୍ରୋପଚାର ପରେ ଜଗା-ବଳିଆଙ୍କ ଅବସ୍ଥା ସ୍ଥିର, ଅଲଗା ଅଲଗା ଚାଲିଛି ଚିକିତ୍ସା

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More