Entertainment

ଆର ପାରିରେ ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା ପାର୍ବତୀ ଘୋଷ

ଆର ପାରିରେ ପାର୍ବତୀ ଘୋଷ

ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା ତଥା ଜୟଦେବ ପୁରସ୍କାରର ବିଜେତା ପ୍ରଖ୍ୟାତ ଅଭିନେତ୍ରୀ ପାର୍ବତୀ ଘୋଷ ଆଉ ନାହାଁନ୍ତି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ଆଣିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ମେଡ଼ିକାଲ ସୂତ୍ରରୁ କୁହାଯାଇଛି । ଓଡ଼ିଆ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ବହୁ ପ୍ରଶଂସକ କହିଛନ୍ତି ।

ଏହି ଦାରୁଣ ଦୁଃସମ୍ବାଦ ମିଳିବା ପରେ ତାଙ୍କ ଭାଇ ତଥା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ୱରୁପ ନାୟକ ଓ ବହୁ ସିନେ ବ୍ୟକ୍ତିତ୍ୱ ଡାକ୍ତରଖାନାରେ ପହଂଚିଥିଲେ । ପାର୍ବତୀଙ୍କ ପୁଅ ଝିଅ ଆମେରିକାରେ ରହୁଥିବାରୁ, ସେମାନେ ଆସିଲେ ଅନ୍ତିମ ସଂସ୍କାର ସଂପନ୍ନ ହେବ, ତେଣୁ ତାଙ୍କ ମରଶରୀରକୁ ଶବାଗାରରେ ରଖାଯାଇଛି । ପାର୍ବତୀ ଘୋଷଙ୍କ ବିୟୋଗରେ ବହୁ ସିନେ ବ୍ୟକ୍ତିତ୍ୱ ଗଭୀର ଶୋକ ପ୍ରକାଶ କରିଛନ୍ତି।

୧୯୩୩ ମାର୍ଚ୍ଚ ୨୮ତାରିଖରେ କଟକଠାରେ ଜନ୍ମିତ ପାର୍ବତୀଙ୍କ ପିଲାଦିନ ନାମ ଥିଲା ଚପଳା ନାୟକ । ପରେ ସେ ପ୍ରଯୋଜକ, ନିର୍ଦ୍ଦେଶକ ଗୌରପ୍ରସାଦ ଘୋଷଙ୍କୁ ବିବାହ କରିବା ପରେ ତାଙ୍କ ନାମ ପାର୍ବତୀ ଘୋଷ ହୋଇଥିଲା । ଗୌର-ପାର୍ବତୀଙ୍କ ଯୋଡ଼ି ଓଡ଼ିଆ ସିନେଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା ।

ପାର୍ବତୀ ୧୯୫୦ ମସିହାରେ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରେ ଅଭିନୟ କରି ଘରେ ଘରେ ସୁ ପରିଚିତ ହୋଇପାରିଥିଲେ । ପରେ ଆମରି ଗାଁ ଝିଅ, ଭାଇ ଭାଇ, ମା, ଲକ୍ଷ୍ମୀ, କା, ସ୍ତ୍ରୀ, ସଂସାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୮୬ ମସିହାରେ ଫକୀରମୋହନଙ୍କ ଉପନ୍ୟାସ ଛମାଣ ଆଠଗୁଣ୍ଠ ଉପରେ ସିନେମା ନିର୍ମାଣ କରି ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ପାର୍ବତୀ । ଲକ୍ଷ୍ମୀ, କା ଏବଂ ସ୍ତ୍ରୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ପାର୍ବତୀ ଘୋଷଙ୍କୁ ୭୫ ବର୍ଷ ହୋଇଥିଲା ।
ଆର ପାରିରେ ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା ପାର୍ବତୀ ଘୋଷ parbati ghosh
ପଢନ୍ତୁ ;

ରେଡ୍‌ ସିନେମାରେ ଏକାଠି ନଜର ଆସିବେ ଏହି ଯୋଡି

 

Related posts

ସୋନମଙ୍କ ପରେ ନେହା ଧୁପିଆଙ୍କ ସିକ୍ରେଟ୍‌ ମ୍ୟାରେଜ

ରାଜନୀତିରେ ଯୋଗଦେବେ କି କଙ୍ଗନା ? ଜାଣନ୍ତୁ

Krishna Kumar Manoj

ସିଲ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଇଡିର ସମନ !

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More