News

ମହିଳା ସଶକ୍ତୀକରଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଆବଶ୍ୟକ:ଉପ ରାଷ୍ଟ୍ରପତି

ଉପ ରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ କହିଲେ ଯେ ଭାରତୀୟ ସଂସ୍କୃତି ପ୍ରତିଭା ଏବଂ ସେବାକୁ ପ୍ରୋତ୍ସାହିତ କରିଥାଏ । ଉପ ରାଷ୍ଟ୍ରପତି ଆଜି ଆନ୍ଧ୍ରପ୍ରଦେଶର ତିରୁପତିରେ ମହିଳା ସଶକ୍ତିକରଣ ତଥା କୃଷକ ବିକାଶ ପଦକ୍ଷେପ ଉପରେ ରାଷ୍ଟ୍ରୀୟ ସେବା ସମିତି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ । ଏହି ଅବସରରେ ଆନ୍ଧ୍ରପ୍ରଦେଶର ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଏନ ଅମରନାଥ ରେଡ୍ଡୀ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଉପ ରାଷ୍ଟ୍ରପତି କଲ୍ୟାଣକାରୀ କାର୍ଯ୍ୟକ୍ରମ ତଥା ସରକାରଙ୍କ ବିକାଶ ଯୋଜନା ସହିତ ମହିଳାଙ୍କୁ ଏବଂ କୃଷକମାନଙ୍କୁ ଯୋଡିବା ଏବଂ ସୌହାର୍ଦ୍ଦ୍ୟ ତଥା ରାଷ୍ଟ୍ରୀୟ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ସେବା ସମିତିର ପ୍ରଶଂସା କରିଥିଲେ । ସେ କହିଲେ ଯେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସମାଜର ବିଚାରଧାରାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ।

naidu ମହିଳା ମହିଳା ସଶକ୍ତୀକରଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଆବଶ୍ୟକ:ଉପ ରାଷ୍ଟ୍ରପତି Venkaiah Naidu

ଉପ ରାଷ୍ଟ୍ରପତି କହିଲେ ଯେ କୃଷି ହେଉଛି ଆମର ମୂଳ ସଂସ୍କୃତି । ଆମକୁ ଏହାକୁ ସମର୍ଥନ ପ୍ରଦାନ କରିବା ଏବଂ କୃଷକମାନଙ୍କ ପାଇଁ କୃଷିକୁ ଉପଯୋଗୀ କରିବା ଆବଶ୍ୟକ । ସେ କହିଲେ ଯେ କୁକୁଡା ପାଳନ ତଥା ଗୋପାଳନ ଦ୍ୱାରା କୃଷକମାନଙ୍କୁ ଅତିରିକ୍ତ ଆୟ ମିଳିବ ଏବଂ ସେମାନଙ୍କୁ ଏହି ଗତିବିଧି ଗ୍ରହଣ କରିବା ନେଇ ବିଚାର କରିବା ଆବଶ୍ୟକ ।

ଉପ ରାଷ୍ଟ୍ରପତି ତିରୁପତିକୁ ସ୍ୱଚ୍ଛ ଏବଂ ସବୁଜ ରଖିବା ପାଇଁ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଜନସାଧାରଣଙ୍କ ଅଂଶୀଦାରିତା ଫଳରେ ସ୍ୱଚ୍ଛ ଭାରତ ଭଳି କାର୍ଯ୍ୟକ୍ରମ ସଫଳ ହେବ । ଉପ ରାଷ୍ଟ୍ରପତି କହିଲେ ଯେ ପ୍ରତ୍ୟେକ ବ୍ୟକ୍ତିର ମସ୍ତିସ୍କରେ ସେବା ଭାବନା ରହିବା ଆବଶ୍ୟକ । ଅଂଶିଦାରୀତା ଏବଂ ସେବା ହେଉଛି ଆମ ଦର୍ଶନର ମୂଳ।

ପଢନ୍ତୁ; ଜାତୀୟ ଡିଜିଟାଲ ସଂଚାର ନୀତି-୨୦୧୮କୁ କ୍ୟାବିନେଟ ଅନୁମୋଦନ

Related posts

ଟାଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା,ପରିବା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ତୀର୍ଥଯାତ୍ରୀ ବସ୍

Krishna Kumar Manoj

ରାଜଧାନୀରୁ ମାଓ ନେତା ଗିରଫ!

ସେପ୍ଟେମ୍ବର ୨୨ରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More