• Home
  • News
  • ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ କଲେ ଉପରାଷ୍ଟ୍ରପତି
News

ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ କଲେ ଉପରାଷ୍ଟ୍ରପତି

ମହାଭିଯୋଗ ପ୍ରସ୍ତାବ ଖାରଜ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଅଭିଯୋଗ ପ୍ରସ୍ତାବ ଖାରଜ ହୋଇଯାଇଛି । ଆଇନ ଓ ସମ୍ବିଧାନ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଉପରାଷ୍ଟପତି ଏହାକୁ ଖାରଜ କରିଦେଇଛନ୍ତି । ମହାଭିଯୋଗ ପ୍ରସ୍ତାବରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଠୋସ୍ ଆଧାର ନଥିବା ଦର୍ଶାଇ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେଇଥିବା ଜଣାପଡିଛି ।

ପ୍ରସ୍ତାବ ଖାରଜ ହେଲେ ସୁପ୍ରିମକୋର୍ଟ ଯିବାକୁ କଂଗ୍ରେସ ଧମକ ଦେଇଥିବାରୁ, ଏବେ ଦଳର ଅଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ମାମଲାର ଗମ୍ଭୀରତାକୁ ଦେଖି ଭେଙ୍କୟା ତାଙ୍କର ହାଇଦ୍ରାବାଦ ଗସ୍ତ ବାତିଲ କରି ଗତକାଲି ଦିଲ୍ଲୀ ଫେରିଆସିଥିଲେ । ଏବାବଦରେ ସେ ବିଭିନ୍ନ ଆଇନ ଓ ସମ୍ବିଧାନ ବିଶେଷଜ୍ଞଙ୍କ ସହ ଗତକାଲି ଆଲୋଚନା ବି କରିଥିଲେ । ପୂର୍ବତନ ଲୋକସଭା ମହାସଚିବ ସୁଭାଷ କଶ୍ୟପ, ପୂର୍ବତନ ଆଇନ ସଚିବ ପି.କେ ମାଲହୋତ୍ରା ଏବଂ ପୂର୍ବତନ ସଂସଦୀୟ ସଚିବ ସଞ୍ଜୟ ସିଂହଙ୍କ ସହ ସେ ବିଚାର ବିମର୍ଷ କରିଥିଲେ ।

ପ୍ରକାଶ ଯେ, ଗତ ୨୦ ତାରିଖ ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ମହାଭିଯୋଗ ନୋଟିସ୍‌ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁଙ୍କୁ ପ୍ରଦାନ କରିଥିଲେ । କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ନେତୃତ୍ୱରେ ୭ଟି ଦଳର ପ୍ରତିନିଧି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ତାଙ୍କ ବାସଭବନରେ ଭେଟି ଏହି ପ୍ରସ୍ତାବ ଆଗତ ପାଇଁ ନୋଟିସ୍‌ ଦେଇଥିଲେ ।

ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ କଲେ ଉପରାଷ୍ଟ୍ରପତି impliment notice

ପଢନ୍ତୁ ;

ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ କେଉଁ ଖାଦ୍ୟ ଖାଇବା ଉଚିତ୍ ଜାଣନ୍ତୁ ?

Related posts

ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

ପୁଞ୍ଜିଲାଲଙ୍କୁ ପୁଣି ୫ ଦିନଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

Krishna Kumar Manoj

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More