News

ଡେରା ବାବା ନାନକ-କର୍ତ୍ତାରପୁର ସାହିବ କରିଡର ଶିଳନ୍ୟାସ କଲେ ଉପରାଷ୍ଟ୍ରପତି

naidu

ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କୟା ନାଇଡ଼ୁ 2018 ନଭେମ୍ବର 26 ତାରିଖରେ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ମାନ ଠାରେ ଏକ କାର୍ଯ୍ୟକ୍ରମରେ ଡେରା ବାବା ନାନକ–କର୍ତ୍ତାର ସାହିବ କରିଡର (ଆନ୍ତର୍ଜାତିକ ସୀମା ପର୍ଯ୍ୟନ୍ତ)ର ଶିଳାନ୍ୟାସ କରିଛନ୍ତି।

କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନୀତୀନ ଗଡକରୀ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଶ୍ରୀମତୀ ହରସିମ୍ରତ କୌର ବାଦଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ଗୁରୁ ନାନକ ଦେବ କର୍ତ୍ତାରପୁରଠାରେ ଶିଖ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରିବା ସହ 18 ବର୍ଷ କାଳ ଅର୍ଥାତ୍ 1539 ମସିହା ପର୍ଯ୍ୟନ୍ତ ସେଠାରେ ରହିଥିଲେ । ଗୁରୁ ନାନକ ଦେବ ଯେଉଁଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, ସେଠାରେ ଗୁରୁଦ୍ୱାର ଦରବାର ସାହିବ ନିର୍ମାଣ କରାଯାଇଛି ।

naidu

2019ରେ ଗୁରୁ ନାନକ ଦେବଙ୍କ 550 ତମ ଜୟନ୍ତୀ ପାଳନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସମଷ୍ଟିଗତ ପ୍ରକଳ୍ପ ଭାବେ କର୍ତ୍ତାରପୁର ରୋଡ କରିଡରକୁ ଆନ୍ତର୍ଜାତିକ ସୀମା ରେଖା ପର୍ଯ୍ୟନ୍ତ ନିର୍ମାଣ କରିବା ଲାଗି ନଭେମ୍ବର 22 ତାରିଖରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ରାବି ନଦୀ କୂଳରେ କର୍ତ୍ତାରପୁରଠାରେ ଥିବା ଗୁରୁଦ୍ୱାର ଦରବାର ସାହିବକୁ ସବୁ ଦିନେ ତୀର୍ଥଯାତ୍ରୀମାନେ ଯିବା ପାଇଁ ଏହି କରିଡର ସହାୟକ ହେବ ।

2018 ନଭେମ୍ବର 15 ତାରିଖରେ ଉଭୟ ପାକିସ୍ତାନ ଓ ଭାରତ ସରକାର ନିଜ ନିଜ ପାଶ୍ୱର୍ରେ ତୀର୍ଥଯାତ୍ରୀମାନେ ଯେପରି ଗୁରୁଦ୍ୱାର ଦରବାର ସାହିବକୁ ଯାଇ ପାରିବେ ସେଥିପାଇଁ କରିଡର ନିର୍ମାଣ ଓ ବିନା ଭିସାରେ ସୀମା ଅତିକ୍ରମର ସୁବିଧା ଦେବାକୁ ନିଷ୍ପତ୍ତି ନେଇଥିଲେ ।

ଭାରତ ପାଶ୍ୱର୍ରେ ଏହି କରିଡର ଗୁରୁଦାସପୁରର ଡେରା ବାବା ନାନକ ଠାରୁ ଆରମ୍ଭ ହୋଇ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାରେଖା ପର୍ଯ୍ୟନ୍ତ ଯିବ । ଏହି କରିଡର ଏନଏଚଏଆଇ ନିର୍ମାଣ କରିବ ଏବଂ ଭାରତ ସରକାର ଅର୍ଥର ବ୍ୟବସ୍ଥା କରିବେ । କରିଡର 4 ଲେନ୍ ବିଶିଷ୍ଟ ହେବ ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ହେବ ।

ଭାରତ ଓ ପାକିସ୍ତାନ ମଧ୍ୟରେ ଏହି କରିଡର ଏକ ଐତିହାସିକ ମାଇଲଖୁଣ୍ଟ ହେବ ଏବଂ ଦୁଇ ଦେଶରୁ ବର୍ଷବ୍ୟାପୀ ତୀର୍ଥଯାତ୍ରୀ ଏହି ପବିତ୍ର ପୀଠକୁ ଯିବାର ସୁବିଧା ପାଇପାରିଲେ ପର୍ଯ୍ୟଟନକୁ ମଧ୍ୟ ପ୍ରେତ୍ସାହନ ମିଳିବ ।

ପଢନ୍ତୁ;  ସୁନିଲ ଆରୋରା ହେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର

Related posts

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ନାକାମ କରିଦେଇଛି ଭାରତୀୟ ସୁରକ୍ଷା ବାହିନୀ

ENO Beuro

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ପୋଲିସ କନେଷ୍ଟବଳଙ୍କୁ ଅପହରଣ ପରେ କଲେ ନିର୍ମମ ଭାବେ ହତ୍ୟା

ENO Beuro

ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

ENO Beuro

Leave a Comment