News

୨୫ରେ ଏମସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି  ଉପରାଷ୍ଟ୍ରପତି

ଆସନ୍ତା ୨୫ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‍ସ) ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏନେଇ ନେଇ ଏମ୍‍ସ କର୍ତ୍ତୃପକ୍ଷଙ୍କ ନିକଟକୁ ବିଧିବଦ୍ଧ ଭାବରେ ଉପରାଷ୍ଟ୍ରପତି ଭବନରୁ ଚିଠିି ମଧ୍ୟ ଆସିସାରିଛି।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ। ଭୁବନେଶ୍ୱର ବିମାନବନ୍ଦର ଠାରୁ ରାଜଭବନ ଓ ଏମସ ପଯ୍ୟର୍ନ୍ତ ସୁରକ୍ଷା ଯାଞ୍ଚ କରିଛି ପୋଲିସ। ମୁତୟନ ହେବେ ୨୫ପ୍ଲାଟୁନ୍‌ ପୋଲିସ ଫୋର୍ସ। ନଜର ରଖିବେ ୮୦ଜଣ ବରିଷ୍ଠ ପୋଲିସ ଅଫିସର । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସାଦା ପୋଷାକ ଧାରୀ ପୋଲିସ ମୁତୟ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

vice ଉପରାଷ୍ଟ୍ରପତି ୨୫ରେ ଏମସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି vice

ଉପରାଷ୍ଟ୍ରପତି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ଏମ୍‍ସରେ ଏନଟିପିସି ପକ୍ଷରୁ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ ବର୍ଣ୍ଣ କେୟାର ୟୁନିଟ୍‍ନାଲ୍‍କୋ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟ ବରାଦରେ ହେବାକୁ ଥିବା ଧର୍ମଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ଏଠାରେ ପ୍ରତିଷ୍ଠା ହୋଇଥିବା ଅକ୍ସିଜେନ୍‍ ପ୍ଲାଣ୍ଟ ଉଦ୍‍ଘାଟନ ମଧ୍ୟ କରିବେ। ଉପରୋକ୍ତ କାର୍ଯ୍ୟକ୍ରମ ପରେ ସେହିଦିନ ଉପରାଷ୍ଟ୍ରପତି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ;ବିଷାକ୍ତ ଛତୁ ଖାଇ ୨ ମୃତ, ୨ ଗୁରୁତର

Related posts

ନିଆଁ ଲାଗି ୫ଟି ପରିବାରର ୮ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ENO Beuro

ରାଜ୍ୟରେ ପ୍ରବଳ ବର୍ଷା : ଟ୍ୱିନସିଟିରେ ସମସ୍ତ ସ୍କୁଲ୍‌କୁ ଆଜି ଛୁଟି ଘୋଷଣା କଲେ ଏସଆରସି

ENO Beuro

ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More