Entertainment

ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ବିଦ୍ୟା ବାଲାନ୍‌

ଗ୍ୟାଙ୍ଗ୍‌ଷ୍ଟର୍‌ ବିଦ୍ୟା ବାଲାନ୍‌

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜୟିନୀ ବିଦ୍ୟା ବାଲାନ୍‌ ନିଜ ବଲିଉଡ୍‌ କ୍ୟାରିୟରରେ ସିନେପ୍ରେମୀଙ୍କ ପାଇଁ ଭେଟି ଦେଇଛନ୍ତି ଅନେକ ସ୍ମରଣୀୟ ଫିଲ୍ମ। ‘ଦି ଡାର୍ଟି ପିକ୍‌ଚର୍ସ’, ‘ଇସ୍କିୟଁା’ ଭଳି ଫିଲ୍ମରେ ବିଦ୍ୟାଙ୍କୁ ବୋଲ୍‌ଡ ଅବତାରରେ ଦେଖିବାକୁ ମିଳିଥିଲା । ଏହାର ଏକ୍‌ଦମ ବିପରୀତ ‘ତୁମ୍‌ହାରୀ ସୁଲୁ’ରେ ଜଣେ ହାଉସ୍‌ଓ୍ବାଇଫ୍‌ ବେଶରେ ଅଭିନୟର ଭିନ୍ନ ଏକ ଯାଦୁ ଦେଖାଇଛନ୍ତି ।

ଖୁବ୍‌ଶୀଘ୍ର ବିଦ୍ୟାଙ୍କୁ ପରଦାରେ ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ ଭାବେ ଦେଖିବାକୁ ମିଳିବ। ‘ମିଡ୍‌ ଡେ’ ରିପୋର୍ଟ ମୁତାବକ ଜ୍ୟୋତି କପୁର ଦାସଙ୍କ ନିର୍ଦ୍ଦେଶନାରେ ଜଣେ ମହିଳା ଗ୍ୟାଙ୍ଗ୍‌ଷ୍ଟର କାହାଣୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଜଣେ ଦୃଢ଼ମନା ତଥା ପ୍ରଭାବଶାଳୀ ଗ୍ୟାଙ୍ଗ୍‌ଷ୍ଟର ଭୂମିକାରେ ଅଭିନୟ କରିବା ଲାଗି ନିର୍ମାତା ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ବିଦ୍ୟା ବାଲାନ୍‌ ।

ବିଦ୍ୟା ବାଲାନ୍‌ ଯଦି ରାଜି ହୁଅନ୍ତି ତା’ହେଲେ ଖୁବ୍‌ଶୀଘ୍ର ଦର୍ଶକେ ଏହି ଭର୍ସାଟାଇଲ୍‌ ଆକ୍ଟ୍ରେସ୍‌ଙ୍କୁ ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ଦେଖିବାକୁ ପାଇବେ। ଫିଲ୍ମଟିର ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଏବେ ବିଦ୍ୟାଙ୍କ ହାତରେ ଏକାଧିକ ଫିଲ୍ମ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍‌ର ଶୁଟିଂରେ ବିଦ୍ୟା ବ୍ୟସ୍ତ ଅଛନ୍ତି ।

ବାୟୋପିକ୍‌ର ଶୁଟିଂ ଶେଷ ହେବା ପରେ ସେ ଏହାର ଶୁଟିଂ ଆରମ୍ଭ କରିବେ। ସେହିପରି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଟି. ରାମାରାଓଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମରେ ମଧ୍ୟ ବିଦ୍ୟାଙ୍କୁ ଦେଖିବାକୁ ମିଳିବ। ଏନ୍‌ଟିଆର୍‌ଙ୍କ ସ୍ତ୍ରୀ ଭୂମିକାରେ ସେ ଅଭିନୟ କରିବାକୁ ଯାଉଛନ୍ତି ।

ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ବିଦ୍ୟା ବାଲାନ୍‌ vidya balan

ପଢନ୍ତୁ ;

ନୂଆ ଓଡିଆ ଚଳଚିତ୍ର ଯୋଗୀର ଅଡିଓ ରିଲିଜ୍ ହୋଇସାରିଛି

Related posts

ଜାଣନ୍ତୁ ସଙ୍ଗୀତ ନିର୍ଦେଶକ ସୁନୀଲ ମହାନ୍ତିଙ୍କ ଜୀବନୀ କଥା

ENO Beuro

ଓଲିଉଡ ପରେ ବଲିଉଡ :‘ରାଇଜିଙ୍ଗ୍ ଷ୍ଟାର-୨’ରେ ଭାଗ ନେଇ ଟପ୍-୧୬ରେ ଓଡିଆ ପୁଅ ଶଶାଙ୍କ

ENO Beuro

ଗଲି ବୟ ଫିଲ୍ମରେ ରଣବୀର ସିଂଙ୍କ ନୂଆ ଲୁକ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More