• Home
  • CELEBS
  • ACTRESSESS
  • ଭିନ୍ନ ଏକ ଭୂମିକାରେ ନଜରକୁ ଆସିବେ ବିଦ୍ୟା ବାଲନ
ACTRESSESS

ଭିନ୍ନ ଏକ ଭୂମିକାରେ ନଜରକୁ ଆସିବେ ବିଦ୍ୟା ବାଲନ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ଭିନ୍ନ ରୂପରେ ଦେଖିବାକୁ ପାଇବେ ପ୍ରଶଂସକ ।ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏକ ସିନେମା ଖୁବ୍‌ ଶୀଘ୍ର ନିର୍ମିତ ହେବ ବୋଲି ଜଣାଯାଇଛି । ସବୁଠୁଁ ବଡ଼ କଥା ହେଲା ଯେ ଏଥିରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ବିଦ୍ୟା ବାଲନ୍‌।

ଲେଖିକା ସାଗରିକା ଘୋଷଙ୍କ ଇନ୍ଦିରା ଗାନ୍ଧୀକୁ ନେଇ ଲେଖା ହୋଇଥିବା ‘ଇଣ୍ଡିଆନ ମୋଷ୍ଟ ପାୱାରଫୁଲ ପିଏମ ଇନ୍ଦିରା ଗାନ୍ଧୀ’ କବିତାକୁ ନେଇ ନିର୍ମାଣ କରାଯିବ । ଏହି ଖବର ନିଜେ ସାଗରିକା ଘୋଷ ସୋସିଆଲ ମିଡିଆରେ ଟୁଇଟ କରି ଜଣାଇଛନ୍ତି ।

ସେ ଏହା ବି କହିଛନ୍ତି, ‘ମୁଁ ମୋ କବିତା ରାୟ କପୁର ପ୍ରଡକ୍ସନ ଓ ବିଦ୍ୟା ବାଲାନଙ୍କ ସହ କଂଟ୍ରାକ୍ଟ ସାଇନ କରିସାରିଛି’ । ଏବେ ମୋତେ ଇନ୍ଦିରା ଗାନ୍ଧୀଙ୍କୁ ବଡ ପରଦାରେ ଦେଖିବାକୁ ବାକି ଅଛି ବୋଲି କହିଛନ୍ତି ।

ସାଗରିକା ସୂଚନା ଦେଇଛନ୍ତି ଯେ ତାଙ୍କର ଏହି ପୁସ୍ତକ ପାଇଁ ସେ ରୟ କପୁର ପ୍ରଡକ୍ସନ୍‌ ଓ ବିଦ୍ୟା ବାଲନଙ୍କ ସହିତ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ସିନେମା ରୟ କପୁର ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବ ଏବଂ ବିଦ୍ୟା ବାଲାନଙ୍କ ସ୍ୱାମୀ ସିଦ୍ଧାର୍ଥ ରୟ କପୁର ଏହାର ପ୍ରଯୋଜନା କରିବେ । ବିଦ୍ୟା ବଲାନ୍‌ ପ୍ରଥମ ଥର ପାଇଁ ସ୍ୱାମୀଙ୍କ ପ୍ରଯୋଜିତ ସିନେମାରେ କାମ କରିବେ ବୋଲି ଜଣାଯାଇଛି ।

ଭିନ୍ନ ଏକ ଭୂମିକାରେ ନଜରକୁ ଆସିବେ ବିଦ୍ୟା ବାଲନ Vidya Balan and indira gandi

ପଢନ୍ତୁ ;

୫୧ ରନ୍‌ରେ ଆସାମକୁ ହରାଇଛି ଓଡ଼ିଶା

Related posts

Popular Bengali Actresses Are In Ollywood Industry

Krishna Kumar Manoj

Poonam Mishra Odia Actress Biography

Jitendra

Ollywood Actress Niharika Dash Biography & Career Details

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More