News

ଭିଜିଲାନ୍ସ ଜାଲରେ ଫସିଲେ ଡ଼ାକ୍ତରାଣୀ

doctor

ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ କାର୍ଯ୍ୟରତ ଡିଏମ୍‌ଓ ଡା. ଉଷାରାଣୀ ଦାଶ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଏହି ମେଡ଼ିକାଲରେ କଣ୍ଟ୍ରାକ୍‌ଚୁଆଲ ଇଲେକ୍ଟ୍ରିସିଆନ୍‌ ଦେବାନନ୍ଦ ବାରିକ ଶବ ବ୍ୟବଚ୍ଛେଦ ଗୃହରେ ୧୩ ହଜାର ୫ ଶହ ଟଙ୍କାର ବିଦ୍ୟୁତ୍‌ କାମ କରିଥିଲେ। ଏହି ବିଲ୍‌ ପାସ୍‌ କରି ଦେବାକୁ ଡାକ୍ତର ଦାଶ ୫ ହଜାର ଟଙ୍କା ଦାବି କରି ଆସୁଥିଲେ।

doctor

ଯୋଜନା ଅନୁସାରେ ଦେବରାଜ ଗତକାଲି ଉଷାରାଣୀଙ୍କୁ ମେଡିକାଲ୍‌ରେ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ଏହାଛଡ଼ା ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛନ୍ତି। ପରେ ଭିଜିଲାନ୍ସର ଏକ ଟିମ୍‌ ଉଷାରାଣୀଙ୍କ ଘରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।

ପଢନ୍ତୁ;  ପର୍ଥ ଟେଷ୍ଟ: ଭାରତ ୧୪୬ ରନରେ ପରାସ୍ତ

Related posts

ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

ENO Beuro

ପଞ୍ଜାବ ସୀମାରେ ପାକିସ୍ତାନୀ ଗୁପ୍ତଚର

Ratnamani Moharana

ଆମେରିକାର ହାଇସ୍କୁଲରେ ଗୁଳିକାଣ୍ଡ : ପୂର୍ବତନ ଛାତ୍ରଙ୍କ ଗୁଳିରେ ୧୭ଜଣଙ୍କ ମୃତ୍ୟୁ

ENO Beuro

Leave a Comment