News

ପ୍ରତ୍ୟର୍ପଣ ପାଇଁ ଲଣ୍ଡନ କୋର୍ଟଙ୍କ ଅନୁମତି,ବନ୍ଧା ହେବେ ମାଲ୍ୟା

mallya

ଅଗଷ୍ଟା ୱେଷ୍ଟଲାଣ୍ଡ ଭିବିଆଇପି ହେଲିକପ୍ଟର କାରବାର ମାମଲାରେ ଖ୍ରୀଷ୍ଟିଆନ ମିସେଲଙ୍କ ପ୍ରତ୍ୟର୍ପଣ ପରେ ଏବେ ପାଳି ଲିକର ବାରୋନ ବିଜୟ ମାଲ୍ୟାଙ୍କ ପାଳି । ୯ହଜାର କୋଟି ଟଙ୍କାର ଋଣ ଖିଲାପୀ ମାମଲା ଦେଶରୁ ପଳାୟନ କରିଥିବା ବିଜୟ ମାଲ୍ୟାଙ୍କୁ ଭାରତକୁ ଆଣିବା ପାଇଁ ସିବିଆଇର ଏକ ଦଳ ଏବେ ଲଣ୍ଡନରେ ପହଞ୍ଚିଛି ।

mallya

ଭାରତର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ବିଚାର କରିବା ସକାଶେ ମାଲ୍ୟାଙ୍କୁୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିବ ବୋଲି ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟର ମୁଖ୍ୟ ମାଜିଷ୍ଟ୍ରେଟ୍‌ ଜଜ୍‌ ଇମା ଅର୍ବୁଥ୍‌ନଟ୍‌ କହିଛନ୍ତି। ଏଥିସହିତ ସେ ଏହି ପ୍ରତ୍ୟର୍ପଣ ସଂକ୍ରାନ୍ତ ରାୟକୁ ବ୍ରିଟେନ୍‌ର ସ୍ବରାଷ୍ଟ୍ର ସଚିବଙ୍କ ନିକଟକୁ ପଠାଇ ଦେଇଛନ୍ତି। ଫଳରେ ବର୍ଷତମାମ ଏହି ହାଇ-ପ୍ରୋଫାଇଲ ପ୍ରତ୍ୟର୍ପଣ ମାମଲାକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ ଏକ ନିର୍ଣ୍ଣାୟକ ସ୍ତରରେ ପହ୍ନାଛନ୍ତି।

ସୂଚନାଯୋଗ୍ୟ,୬୨ ବର୍ଷୀୟ ବିଜୟ ମାଲ୍ୟା ଗତବର୍ଷ ଏପ୍ରିଲରୁ ବେଲରେ ବାହାରେ ଅଛନ୍ତି । ଏହି ମାମଲାରେ ମୁଖ୍ୟ ମାଜିଷ୍ଟ୍ରେଟ୍ ଜଜ ଏମ୍ମା ଆବୁଥନାଟ ଶୁଣାଣି କରି ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣକୁ ମଞ୍ଜୁରୀ ଦେଇଛନ୍ତି । ଜାଣିରଖନ୍ତୁ ଏହା ପର୍ବରୁ ମାଲ୍ୟା ଟ୍ୱିଟ୍ କରି କହିଥିଲେ କି ବ୍ୟାଙ୍କର ସମ୍ପୂର୍ଣ୍ଣ ପଇସା ଫେରାଇବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ।

ପଢନ୍ତୁ; ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରେ ଦୁଖଃଭରା ଗୀତ “ମୋ ସାଥେ ଖେଳିଳୁ”

Related posts

ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନାରେ କନ୍ଧମାଳରେ କ୍ୟାଣ୍ଡେଲ ରାଲି

ENO Beuro

ଭିକ୍ଷାବୃତ୍ତି ମନା: ହାଇଦ୍ରାବାଦ୍‌ରେ ଦୁର୍ଘଟଣା ରୋକିବା ପାଇଁ ପୁଲିସ୍‌ ଜାରି କଲା ନୋଟିସ

ENO Beuro

ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ : ବଳତ୍କାରର ମୂଲ୍ୟ କ’ଣ ମାତ୍ର ୬ ହଜାରେ ଟଙ୍କା ?

ENO Beuro

Leave a Comment