News

ଭାରତ ସରକାରଙ୍କର ଦୋମୁହାଁ ନୀତି: ବିଜୟ ମାଲ୍ୟା

ମୋଦି ସରକାରଙ୍କ ବିରୋଧରେ ବିଜୟ ମାଲ୍ୟାଙ୍କ ଅଭିଯୋଗ, କହିଲେ ‘ମୋ ଟଙ୍କା ନେଇ ଜେଟ୍ ଏୟାରଓ୍ବେଜକୁ ବଞ୍ଚାନ୍ତୁ’..

ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଜେଟର  ପୁନରୁଦ୍ଧାର ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଆଗକୁ ଆସିଛନ୍ତି। ଏଭଳି  କ୍ଷେତ୍ରରେ ଅଚଳ ଘୋଷିତ କିଙ୍ଗଫିସରର ପଳାତକ ମୁଖିୟା ବିଜୟ ମାଲ୍ୟା  ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି। ଏନଡ଼ିଏ ସରକାରଙ୍କ ଏହା ଦୋମୁହାଁ ନୀତି ବୋଲି କହିଛନ୍ତି ମାଲ୍ୟା। ଜେଟ୍‌ ଏୟାରଓ୍ବେଜ୍ କମ୍ପାନିକୁ ବୁଡିବାରୁ ରକ୍ଷା କରିବା ପାଇଁ ସରକାର ୧୫୦୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ଘୋଷଣା କରିଛନ୍ତି ।

ମାଲ୍ୟା ଟ୍ବିଟ୍ କରି କହିଛନ୍ତି କି କିଙ୍ଗ୍‌ଫିସର୍‌ କମ୍ପାନୀ ଓ କର୍ମଚାରୀଙ୍କୁ ବଞ୍ଚାଇବା ପାଇଁ ସେ ୪୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି। ସମାନ ପିଏସ୍‌ୟୁ ବ୍ୟାଙ୍କ୍‌ ଭଲ କର୍ମଚାରୀ ଓ ସଂଯୋଗ ଦେଉଥିବା ଏୟାର୍‌ଲାଇନ୍‌ ସହ ଠିକ୍‌ ବ୍ୟବହାର କରିନାହିଁ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ବ୍ୟାଙ୍କ୍‌ ତାଙ୍କ ଟଙ୍କା କହିଁକି ନେଇ ଯାଉନି, ଜେଟ୍‌ ଏୟାରଓ୍ବେଜ୍ କୁ ବଞ୍ଚାଇ ରଖିବାକୁ।

ପଢନ୍ତୁ: ଦାରିଦ୍ର୍ୟତା ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବେ ରାହୁଲ ଗାନ୍ଧୀ

Related posts

୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ

Ratnamani Moharana

‘ମୁଁ ବି ଚୌକିଦାର’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment