Loading...

ମଉଳିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିବାହ ଆଶା

ମଉଳିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିବାହ ଆଶା

ତିର୍ତୋଲ ବିଧାୟକ  ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା ଲାଗିଛି । କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସର ବିଜୟଶଙ୍କରଙ୍କ ବିବାହ ଦରଖାସ୍ତକୁ ଖାରଜ ହେବାପରେ ବିଧାୟକଙ୍କ ବିବାହ ଆଶା ମଉଳି ଯାଇଛି। ଉକ୍ତ ଆବେଦନରେ ଆବେଦନରେ ଦିଆଯାଇଥିବା ତଥ୍ୟ ତ୍ରୁଟିପୂର୍ଣ୍ଣ ଥିବାରୁ ମ୍ୟାରେଜ ଅଫିସର ଏହାକୁ ଖାରଜ କରିଥିବାନେଇ ସୂଚନା ଦେଇଛି କଟକ ଜିଲ୍ଲା ସବ ରେଜିଷ୍ଟର ଅଫିସ।ତେବେ ଆବଶ୍ୟକୀୟ ସଂଶୋଧନ ସହ ବିଜୟଶଙ୍କର ପୁଣି ବିବାହ ପାଇଁ  ଆବେଦନ କରିପାରିବେ ବୋଲି ଜଣାପଡିଛି ।

ସୂଚନାନୁସାରେ, ବିବାହ ଆବେଦନ ସମୟରେ ବିଧାୟକ ବିବାହ ଦରଖାସ୍ତରେ ସଂପୃକ୍ତ ଯୁବତୀ ଅବିବାହିତ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଏହା ସତ୍ୟ ନୁହେଁ। ସଂପୃକ୍ତ ଯୁବତୀ ପୂର୍ବରୁ ବିବାହ କରିଥିଲେ ଓ ତାଙ୍କର ଛାଡ଼ପତ୍ର ହୋଇ ସାରିଥିବା ନେଇ ତଥ୍ୟ ସୋମାଲିକା କଟକ ମ୍ୟାରେଜ ଅଫିସରଙ୍କ ନିକଟରେ ଦାଖଲ କରିଥିଲେ। ଆପତ୍ତି ଦାଖଲ ପରେ ସୋମାଲିକା, ବିଜୟଶଙ୍କର ଓ ସଂପୃକ୍ତ ଯୁବତୀଙ୍କୁ ନଭେମ୍ବର ୭ରେ ହାଜର ହେବାକୁ ମ୍ୟାରେଜ ଅଫିସର ଅକ୍ଟୋବର ୩୧ରେ ନୋଟିସ୍ ଜାରି କରିଥିଲେ। ନଭେମ୍ବର ୭ରେ ସୋମାଲିକା ହାଜର ହୋଇଥିଲେ। କିନ୍ତୁ ବିଜୟଶଙ୍କର ଓ ସଂପୃକ୍ତ ଯୁବତୀ ଆସି ନଥିଲେ। ଅନ୍ୟପକ୍ଷରେ ନଭେମ୍ବର ୩୦ରେ ବିଜୟଶଙ୍କରଙ୍କ ସହିତ ବିବାହ ପାଇଁ ଦରଖାସ୍ତ କରିଥିବା ଯୁବତୀଙ୍କ ପୂର୍ବତନ ସ୍ବାମୀ ତୃପ୍ତିରଂଜନ ରାଉଳ ମ୍ୟାରେଜ ଅଫିସରଙ୍କ ନିକଟରେ ହାଜର ହୋଇ ଏ ସଂପର୍କିତ ତଥ୍ୟ ଦାଖଲ କରିଥିଲେ। ସଂପୃକ୍ତ ଯୁବତୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇ ସାରିଥିବା ଶ୍ରୀ ରାଉଳ ଦର୍ଶାଇଥିଲେ। ଏଥି ସହିତ ବିବାହ ବିଚ୍ଛେଦ ସଂପର୍କିତ ଅଦାଲତଙ୍କ ନିର୍ଦ୍ଦେଶନାମାର କପି ସେ ଦାଖଲ କରିଥିଲେ। ଏହାପରେ ସୋମାଲିକାଙ୍କ ଆପତ୍ତି ଓ ଦାଖଲ ନଥିପତ୍ରକୁ ବିଚାରକୁ ନେଇ ମ୍ୟାରେଜ ଅଫିସର ବିଜୟଶଙ୍କରଙ୍କ ବିବାହ ଦରଖାସ୍ତକୁ ଖାରଜ କରିଥିବା ସୂଚନା ମିଳିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.