News

ବିଜୟ ମାଲ୍ୟାଙ୍କୁ ଝଟକା,ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ!

ବିଜୟ ମାଲ୍ୟାଙ୍କୁ ଲଣ୍ଡନ କୋର୍ଟରୁ ମିଳିଛି ଧକ୍କା

ଲଣ୍ଡନ କୋର୍ଟ ଭାରତୀୟ ବ୍ୟାଙ୍କ ପକ୍ଷରୁ ୧୦ ହଜାର କୋଟି ଟଙ୍କାରୁ ଅଧିକ ଫେରସ୍ତ ପାଇଁ ଦାୟର କରାଯାଇଥିବା ମାମଲାରେ ମାଲ୍ୟାଙ୍କ ବିରୁଦ୍ଧରେ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣୀ କରୁଥିବା ବିଚାରପତି ଏଣ୍ଡୁୟୁ ହେନଗୋ ଆଇଡ଼ିବିଆଇ ବ୍ୟାଙ୍କ ସମେତ ସମସ୍ତ ଋଣଦାତାଙ୍କ ଭାରତୀୟ ଅଦାଲତ ଦେଇଥିବା ଆଦେଶ ପାଳନ କରିପାରିବେ ବୋଲି କହିଛନ୍ତି । ଅଦାଲତ ସୂଚାଇଛନ୍ତି ମାଲ୍ୟା ଜାଣିଶୁଣି ଋଣ ପରିଶୋଧ କରିନାହାନ୍ତି । ମାଲ୍ୟାଙ୍କ ସାରା ବିଶ୍ୱରେ ଥିବା ସମ୍ପତ୍ତି ଜବତ କରିବା ସଂପର୍କିତ ପୂର୍ବର ଆଦେଶକୁ ଅଦାଲତ ଅପରିବର୍ତ୍ତିତ ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ବିଜୟ ମାଲ୍ୟାଙ୍କ କମ୍ପାନି କିଙ୍ଗଫିସର ଏୟାରଲାଇନ୍ସ ନାମରେ ୯ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ବ୍ୟାଙ୍କ ଋଣ ଥିବାବେଳେ ସେ ତାହାକୁ ନ ସୁଝି ଗତ ବର୍ଷ ବିଦେଶ ପଳାୟନ କରିଛନ୍ତି। ଗତ ମାସରେ ତାଙ୍କର ଏକ ବିଳାଶମୟ ଜାହଜ (ସୁପରୟଚ୍‌)କୁ ଦକ୍ଷିଣ ୟୁରୋପୀୟ ଦ୍ୱୀପରାଷ୍ଟ୍ର ମାଲଟାରେ ଜବତ କରାଯାଇଥିଲା । ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀଙ୍କୁ ବିଗତ ଅନେକ ମାସ ଧରି ଦରମା ଦିଆଯାଇନଥିବାରୁ ଲଣ୍ଡନ ଭିତ୍ତିକ ଏକ ସାମୁଦ୍ରିକ ଟ୍ରେଡ ୟୁନିୟନ ପକ୍ଷରୁ ଏହାକୁ ଜବତ କରାଯାଇଛି।

ପଢନ୍ତୁ; ଆସନ୍ତୁ ଜାଣିବା କେଉଁ ଖାଦ୍ୟଠାରୁ ରାତିରେ ଦୂରେଇ ରହିବା ଉଚିତ!

Related posts

ଭୁବନେଶ୍ୱରରେ ସାଇକୋ କିଲର୍‌ ଆତଙ୍କ

Ratnamani Moharana

ସିସିଟିଭିରେ ସୁନ୍ଦରୀ ଲୁଟେରା,ଜୁଏଲାରୀ ଦୋକାନରୁ ୨ ମୁଦି ଲୁଟିନେଲେ

ENO Beuro

ଜାମ୍ମୁ-କାଶ୍ମୀର: ପଥରମାଡରେ ଯବାନ ସହିଦ

ENO Beuro

1 comment

Leave a Comment