Entertainment

ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେଙ୍କ ବିଭାହକୁ ନେଇ ଚର୍ଚା

‘ବିଗବସ-୧୧’ର ବିଜୟନୀ ଶିଳ୍ପା ସିନ୍ଧେ ଓ ତୃତୀୟ ସ୍ଥାନରେ ରହିଥିବା ବିକାସ ଗୁପ୍ତା ପୁଣିଥରେ ଚର୍ଚ୍ଚାରେ । ଏହି ସୋ’ରେ ଦୁହିଁଙ୍କ କେମିଷ୍ଟ୍ରିକୁ ନେଇ ଦର୍ଶକମାନେ ଅନେକ କଥା କହିଥିଲେ । ତା’ ସହ ଏହା ବି କହୁଥିଲା ଯେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଛି । ଦୁହେଁ ଖୁବ ଶିଘ୍ର ବିବାହ କରିବେ । ବାସ୍ତବରେ ଏହା ସତ ନା ମିଛ ତା’ର ସତ୍ୟତା ବିଷୟରେ କିଛି ଜଣାପଡିନଥିଲା । ଏବେ କିନ୍ତୁ ଏକ ସାକ୍ଷାତକାରରେ ଶିଳ୍ପା ଓ ବିକାଶ ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି ।ସବିକାଶ ପ୍ରତିକ୍ରିୟା ରେ କହି ଥିଲେ ମୋର  ବିଭାହ କରି ବାରେ ଯୋଜନା ନାହିଁ ।  ଆମେ କେବଳ ଭଲ ବନ୍ଧୁ ବୋଲି କହିଥିଲେ ବିକାଶ । ଏପରି ଖରବ ପୁରା ବେକାର ।‘ବିଗବଗ-୧୧’ ରେ ଦୁହିଁଙ୍କ ମଧ୍ୟରେ ଖୁବ୍ ଝଗଡା ଦେଖିବାକୁ ମିଳିଥିଲା । ସୋ’ର ଶେଷ ପର୍ଯ୍ୟାୟରେ ଦୁହିଁଙ୍କ ଭିତରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା । ଏହା ପରେ ସୋ’ର ସଦସ୍ୟମାନେ ଦୁହିଁଙ୍କ ସଂପର୍କକୁ ନେଇ ମଜାକ କରିବାରେ ଲାଗିଥିଲେ । ଦୁହେଁ ଖୁବ ଶିଘ୍ର ବିବାହ କରିବେ ଭଳି ଖବର ମଧ୍ୟ ପ୍ରଚାରିତ କରିବାରେ ପଛାଇନଥିଲେ । ଯେଉଁଥିପାଇଁ ଦର୍ଶକମାନେ ମଧ୍ୟ ଚିନ୍ତାକରୁଥିଲେ, ସୋ’ ସରିଲା ପରେ ଶିଳ୍ପା ଓ ବିକାଶ ବିବାହ କରିପାରନ୍ତି ।

ନିକଟରେ ଦୁହେଁ ଏକ ସାକ୍ଷାତକାରେ ଏହି ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ? ଉଭୟେ ଏହି ଖବରକୁ  ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି । ଶିଳ୍ପା ସିନ୍ଧେ ଏହି ଖବରକୁ ଖଣ୍ଡନ କରି କହିଛନ୍ତି ଯେ, ସେ ବର୍ତ୍ତମାନ ବିବାହ କରିବାକୁ ଚାହୁଁନାହନ୍ତି । ଏହା ଛଡା ବିକାଶଙ୍କ ସହ ବିବାହ କରିବା କଥା ପ୍ରଶ୍ନ ଉଠୁଛି କେଉଁଠି ? ଏ ବର୍ଷର ଏହି ଖବର ବଡ଼ ମଜାକ । କେତେକ ମୂର୍ଖ ବ୍ୟକ୍ତ ଏପରି ଖରବ ପ୍ରଚାରିତ କରିପାରେ ପଛାଉନାହାନ୍ତି । ଏପରି ଲୋକଙ୍କ ପାଖରେ ଆଉ କିଛି କାମ ନଥାଏ ବୋଲି କହିଥିଲେ ଶିଳ୍ପା । ଏହା ବ୍ୟତୀତ ସେମାନେ ପୂର୍ବରୁ ହିଁ ରିଲେସନସିପରେ ଅଛନ୍ତି ବୋଲି ମଧ୍ୟ ଖବର ପ୍ରଚାରିତ ହେଉଥିଲା । କିନ୍ତୁ ଏହା ସଂପୂର୍ଣ୍ଣ ମିଛ । ମୁଁ ଏଭଳି ଲୋକମାନଙ୍କୁ ଠାରୁ ଦୂରରେ ରହିବାକୁ ଚାହୁଁଛି ଓ ଦୟାକରି ମୋତେ ଶାନ୍ତିରେ ବଂଚିବାକୁ ଦିଅନ୍ତୁ ବୋଲି ମନ୍ତବ୍ୟ ରଖିଥିଲେ ଶିଳ୍ପା ।ତେବେ ଏହି ଖବରକୁ ମିଛି ପ୍ରମାଣିତ କରିଛନ୍ତି ଉଭୟ ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେ ।

ପଢନ୍ତୁ ;

ଏକାଠି ନଜର ଆସିବେ ଶାହିଦ୍‌ ଓ ଶ୍ରଦ୍ଧା କପୁର

Related posts

ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡ୍‌ର ଆଉ ଏକ ବାପା-ଝିଅ ଯୋଡି

ENO Beuro

ବିବାହ ପରେ ହନିମୁନ୍ ରେ ବାହାରିଲେ ଏହି ନବବିବାହିତ ପତୀ-ପତ୍ନୀ

ENO Beuro

ବିବାହ କରିବେ କଂଟ୍ରୋଭର୍ସି କୁଇନ୍ ! ଜାଣନ୍ତୁ କିଏ ହେବେ ରାକ୍ଷୀଙ୍କ ଜୀବନସାଥୀ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More