News

ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲାଣ୍ଡିଂ’ ପରେ ବି ସୁରକ୍ଷିତ ଲ୍ୟାଣ୍ଡର ବିକ୍ରମ

Untitled 1

ଏବେ ବି ଆଶା ହରାଇ ନାହିଁ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)। ପ୍ରଥମେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଛିନ୍ନ ତାପରେ ଅର୍ବିଟର ସାହାର୍ଯ୍ୟରେ ଲ୍ୟାଣ୍ଡର ପତ୍ତା ମିଳିବା ଓ ଏବେ ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲାଣ୍ଡିଂ’ ପରେ ବି ଖଣ୍ଡ ବିଖଣ୍ଡିତ ନହୋଇ ଅକ୍ଷତ ଅବସ୍ଥାରେ ଥିବାନେଇ ସୂଚନା ମିଳିବା ପରେ ଇସ୍ରୋ କାର୍ଯ୍ୟଳୟରେ ଖୁସିର ଲହରୀ ଖେଳିଯାଇଛି। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଏହାପରେ  ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ  ବିଛିନ୍ନ ହୋଇଯାଇଥିଲା। ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଇସ୍ରୋ ନିରନ୍ତର ପ୍ରୟାସ ଜାରି ରଖିଛି। ତେବେ ବିକ୍ରମ ଚନ୍ଦ୍ରପୃଷ୍ଠରେ ଗୋଟିଏ ପଟେ ଢଳିକି ରହିଛି। ଏହାର ଆଣ୍ଟିନା ପୃଥ୍ୱୀ  କିମ୍ବା ଅର୍ବିଟର୍ ପଟକୁ ରହିଥିଲେ ହିଁ ଅଧିକ ସୂଚନା ମିଳିପାରିବ। ଯଦି ଏପରି ହୁଏ ତେବେ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ହୋଇପାରିବ ବୋଲି ଇସ୍ରୋର ପୂର୍ବତନ ମୁଖ୍ୟ ଜି. ମାଧବନ ନାୟାର ଆଜି ସୂଚନା ଦେଇଛନ୍ତି।

ପଢନ୍ତୁ: ଚନ୍ଦ୍ରଯାନ ଅଭିଯାନ ବେ‌ଳେ ଇସ୍ରୋ ବୈଜ୍ଞାନିକଙ୍କ ଦରମା କାଟ୍

Related posts

ବ୍ୟବସାୟୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ଜିନତ ଅମାନ!

ENO Beuro

ବାର୍ଡ ଫ୍ଲୁ ପ୍ରଭାବରେ ୫୦ରୁ ଅଧିକ ଗ୍ରାମ, କୁକୁଡା ମରା ସଂଖ୍ୟା ୧୨ ହଜାର ଟପିଲା

ENO Beuro

କେରଳରେ ମୌସୁମୀ: ତୃତୀୟ ସପ୍ତାହ ପୂର୍ବରୁ ଓଡ଼ିଶା ଆସିବନି

Ratnamani Moharana

1 comment

୨୭ ତାରିଖରେ ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍ September 9, 2019 at 4:25 pm

[…] ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲାଣ୍ଡିଂ’ ପରେ ବି… […]

Leave a Comment