Loading...

ଦୀର୍ଘ ୧୪ ଦିନପରେ ଚନ୍ଦ୍ରରେ ପହିଲା ରାତି, ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ କାର୍ଯ୍ୟକ୍ଷମ କରିବାକୁ ଇସ୍ରୋର ପ୍ରଚେଷ୍ଟା

ଦୀର୍ଘ ୧୪ ଦିନପରେ ଚନ୍ଦ୍ରରେ ପହିଲା ରାତି, ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ କାର୍ଯ୍ୟକ୍ଷମ କରିବାକୁ ଇସ୍ରୋର ପ୍ରଚେଷ୍ଟା

ଭାରତର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପାଇଁ ଚନ୍ଦ୍ରରେ ଦୀର୍ଘ ରାତ୍ରି ପହିଛି। ବୁଧବାର ରାତି ପାହିଥିବାବେଳେ ଗୁରୁ କିମ୍ବା ଶୁକ୍ରବାର ସୂର୍ଯ୍ୟଙ୍କ କିରଣ ଚନ୍ଦ୍ରପୃଷ୍ଠରେ ଉପଲବ୍ଧ ହେବ।

ଭାରତର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପାଇଁ ଚନ୍ଦ୍ରରେ ଦୀର୍ଘ ରାତ୍ରି ପହିଛି। ବୁଧବାର ରାତି ପାହିଥିବାବେଳେ ଗୁରୁ କିମ୍ବା ଶୁକ୍ରବାର ସୂର୍ଯ୍ୟଙ୍କ କିରଣ ଚନ୍ଦ୍ରପୃଷ୍ଠରେ ଉପଲବ୍ଧ ହେବ। ସେପ୍ଟେମ୍ବର ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟାସ୍ତ ସହିତ ଏହି ଦୁଇ ଯନ୍ତ୍ରାଂଶ ନିଷ୍କ୍ରିୟ ହୋଇଯାଇଥିଲେ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରଯାନ-୩ ମିସନର ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାକୁ ଚେଷ୍ଟା କରିବ। ତେବେ ଇସ୍ରୋର କହିବାନୁଯାୟୀ, ଏହି ଦୁଇ ଯନ୍ତ୍ରାଂଶ ପୁନଃ ସକ୍ରିୟ ହେବାର ଆଶା ବହୁତ କମ୍ ରହିଛି। କାରଣ ଯନ୍ତ୍ରାଂଶ ଦ୍ବୟକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା ସେଥିରେ କରାଯାଇ ନାହିଁ।

ସୂଚନାନୁସାରେ, ଲ୍ୟାଣ୍ଡର-ରୋଭର ଯୋଡ଼ିକୁ ୧୨ଟି ପୃଥିବୀ ଦିନ (ଚନ୍ଦ୍ରରେ ଗୋଟିଏ ରାତି ସାଧାରଣତଃ ପୃଥିବୀରେ ୧୪ ଅହୋରାତ୍ର ସହ ସମାନ) ପର୍ଯ୍ୟନ୍ତ ଏକ ପ୍ରଭାବଶାଳୀ ଅଭିଯାନ ପରେ ଚଳିତ ମାସ ପ୍ରାରମ୍ଭରେ ରଣନୈତିକ ଭାବରେ ଶୁଆଇ ଦିଆଯାଇଥିଲା। ଯଦି ଇସ୍ରୋ ବିକ୍ରମ ଓ ପ୍ରଜ୍ଞାନକୁ ନିଦରୁ ଜାଗ୍ରତ କରିବାରେ ସକ୍ଷମ ହୁଏ, ତେବେ ଏହା ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ ସଫଳତା ହେବ ଏବଂ ଚନ୍ଦ୍ରପୃଷ୍ଠରେ ପରୀକ୍ଷଣ ପାଇଁ ମହାକାଶ ଏଜେନ୍ସିକୁ ଅଧିକ ସୁଯୋଗ ପ୍ରଦାନ କରିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.