EnewsOdia.Com

ବୁଲବୁଲ ପାଇଁ ସତ୍ୟବାଦୀ ବ୍ଲକ୍ ବାଗଲପୁରରେ ଚାଲିଛି ସଙ୍କୀର୍ତ୍ତନ

ଗଭୀର ସମୁଦ୍ରରୁ ବଳ ଗୋଟାଇ ଅତି ଭୟଙ୍କର ରୂପ ଧାରଣ କରି ମାଡି ଆସୁଛି ସାମୁଦ୍ରିକ ଝଡ ବୁଲବୁଲ । ଘଂଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ମାଡି ଆସୁଛି ବାତ୍ୟା ବୁଲବୁଲ । ଏହି ସାମୁଦ୍ରିକ ଝଡ ସାମ୍ନାରେ ଯାହା ବି ପଡୁଛି ସବୁ ଛାରଖାର ହୋଇଯାଉଛି । ତେବେ ଯଦିଓ ଓଡିଶାକୁ ବୁଲବୁଲ ଛୁଇଁବନି କିନ୍ତୁ ବାତ୍ୟା ପ୍ରଭାବ ରାଜ୍ୟରେ ଆରମ୍ଭ ହୋଇଯାଇଛି ପବନ ସାଙ୍ଗକୁ ବର୍ଷା । ବାତ୍ୟା ପ୍ରଭାବରେ କେଉଁଠି ଗଛ ଭାଙ୍ଗିଲାଣି ତ ପୁଣି କେଉଁଠି ଘରର ଛାତ ଉଡିଗଲାଣି । ପୁଣି କେଉଁଠି ବଡ ବଡ ଗଛ ଭାଙ୍ଗି ରାସ୍ତା ଉପରେ ଗଦା ହୋଇଗଲାଣି । ତେବେ ବୁଲବୁଲ ପ୍ରକୋପରେ ଓଡିଶା ବର୍ତ୍ତି ଗଲେ ସୁଦ୍ଧା ଏହାର ସାମାନ୍ୟତମ ପ୍ରଭାବବି ରାଜ୍ୟ ଉପରେ ଏବେଠୁ ଭାରି ପଡିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ନିକଟ ଅତୀତରେ ଭୟଙ୍କର ସାମୁଦ୍ରିକ ବାତ୍ୟା ଫୋନିର କରାଳ ରୂପରେ ଛାରଖାର ହୋଇଯାଇଥିବା ପୁରୀବାସୀଙ୍କ ମନରେ ବୁଲବୁଲକୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ । ତେଣୁ ଫୋନି ଭଳି ବାତ୍ୟାକୁ ଆଉ ଯେମିତି ନଦେଖୁ ସେଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଗାଁ ଲୋକେ ।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବାଗଲପୁର ଗ୍ରାମବାସୀ ବୁଲବୁଲକୁ ନେଇ ଆତଙ୍କିତ ହୋଇପଡିଛନ୍ତି । ତେଣୁ ପୁନର୍ବାର ବୁଲବୁଲ୍ ବାତ୍ୟା ଉଜାଡି ନ ଦେଉ ଗାଁର ହସଖୁସି , ତେଣୁ ଖୋଳା, ଗିନି ଧରି ଈଶ୍ୱରଙ୍କୁ ଡାକୁଛନ୍ତି ଗ୍ରାମବାସୀ ।

ସମ୍ବନ୍ଧିତ ଖବର

କରୋନା ନେଲାଣି ୪୨୫ ଜୀବନ, ୨୦ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

Ratnamani Maharana

୬ ଲେନ୍‌ ବିଶିଷ୍ଟ ହେବ କୋଣାର୍କ-ଚନ୍ଦ୍ରଭାଗା ରାସ୍ତା

Ratnamani Maharana

ସରକାରୀ ଚାକିରି ଆବେଦନ ପାଇଁ ଆଉ ଦରକାର ପଡ଼ିବନି ଜାତି, ଆବାସିକ ପ୍ରମାଣପତ୍ର

Ratnamani Maharana

୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମହା’,

Ratnamani Maharana

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

Ratnamani Maharana

ପାକିସ୍ତାନରେ ଛପାଯାଉଛି ୨୦୦୦ଟଙ୍କିଆ ନକଲି ନୋଟ୍

Ratnamani Maharana