News

ଇସ୍ତଫା ଦେଲେ ଭିମ୍‌ସାର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀ

vim

ବହୁ ବାଦବିବାଦ ପରେ ଓ ସରକାରଙ୍କ ଉଦାସୀନତା ଯୋଗୁଁ ନିଜ ପକ୍ଷରୁ ଇସ୍ତଫା ଦେଇଛନ୍ତି ବୁର୍ଲା ଭିମସାରର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀ। ଡା. ପୂଜାହାରି ତାଙ୍କ ଇସ୍ତଫା ପତ୍ର ଇ-ମେଲ ଓ ଡାକ ଯୋଗେ ରାଜ୍ୟପାଳଙ୍କୁ ପଠାଇ ଦେଇଥିବା ବେଳେ ଆଜି ସେ ଇସ୍ତଫା ଦେଇଥିବା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ,“ ଇସ୍ତଫା ଦେବା ବ୍ୟତୀତ ମୋ ପାଖରେ କୌଣସି ବିକଳ୍ପ ନଥିଲା। ମୁଁ ଜଣେ କର୍ମଠ ଲୋକ। ଦିନକୁ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରେ। ଏତେ ଦିନ ଧରି କେବେ ଛୁଟିରେ ଯାଇ ନ ଥିଲି।” ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖିଛି। କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ଇସ୍ତଫା ଦେଲି।”

ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକଙ୍କ ତବ୍‌ଲା ଥେରାପି ଓ ଲୁଣ ଚିକିତ୍ସା ଏବଂ ଡାକ୍ତରଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ପାଇଁ ତାଙ୍କୁ ପଦରୁ ହଟାଇବାକୁ ଜୁନିୟର ଡାକ୍ତର ସଂଘ ବାରମ୍ବାର ଆନ୍ଦୋଳନ କରୁଥିଲେ । ତେଣୁ ଗତ ଡିସେମ୍ବରରେ ସ୍ୱାସ୍ଥ୍ୟ ବିଭାଗ ପରେ ସମୀକ୍ଷା କରାଯାଇଥିଲା । ଗତ ଡିସେମ୍ବର ୭ରେ ଅଶ୍ୱିନୀ ପୂଜାହାରୀ ମେଡିକାଲର ସର୍ଜରୀ ୟୁନିଟ୍-୧ ଅଧିକାରୀ ଦାୟିତ୍ୱରୁ ଓହରିଥିଲେ । କିନ୍ତୁ ଏହା ପରେ ଡିସେମ୍ବର ୮ରେ ସରକାରଙ୍କ ପକ୍ଷରୁ ପୂଜାହାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଥିଲା।

ପଢନ୍ତୁ;  ସୁନ୍ଦରଗଡରୁ ଚାଲାଣ ହୋଇଥିବା ନାବାଳିକାକୁ ଉଦ୍ଧାର କଲେ ଦିଲ୍ଲୀ ମହିଳା କମିଶନ

Related posts

ନ୍ୟୁଜ୍‌ ଚ୍ୟାନେଲର ଖବର ଉପସ୍ଥାପିକାଙ୍କ ଆତ୍ମହତ୍ୟା!

ENO Beuro

ଆମ ଗାଁ ଆମ ବିକାଶ: ୧୬୩ ପଞ୍ଚାୟତ ପାଇଁ ୩୮.୮୬କୋଟି ମଞ୍ଜୁର

ENO Beuro

ଜୋର ଧରିଲା “ମି ଠୁ” ଅଭିଯାନ,କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର

ENO Beuro

Leave a Comment