EnewsOdia.Com

ଭୀମସାରରେ ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଅ‌ନ୍ୟ ୧୨ ଜଣଙ୍କ ଅସ୍ତ୍ରୋପଚାର

ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟସେବା। ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଏଭଳି ଚିକିତ୍ସା କରାଯାଇଛି ବୁର୍ଲା ଭିମ୍‌ସାର୍‌ ଡାକ୍ତରଖାନାରେ। ସୂଚନା ଅନୁସାରେ, ସୋମବାର ଦିନ ଦନ୍ତ ବିଭାଗରେ ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଜଣେ ଆସିଷ୍ଟାଣ୍ଡ୍‌ ପ୍ରଫେସର ଏହି ଅସ୍ତ୍ରୋପଚାର କରିଥିଲେ। ତେବେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଯେଉଁ ସବୁ ଗାଇଡ୍ ଲାଇନ୍‌ ଅନୁସରଣ କରିବା କଥା ତାହା ସେ କରି ନ ଥିଲେ।

ଏପରିକି ଏହି ଅପରେସନ୍‌ କରିବା ପରେ ସାଙ୍ଗେସାଙ୍ଗେ ସେ ଅନ୍ୟ ୧୨ ଜଣ ରୋଗୀଙ୍କର ମଧ୍ୟ ଅପରେସନ୍‌ କରିଥିଲେ। ଯାହାକି ଆଇନ୍‌ର ଉଲ୍ଲଂଘନ ବୋଲି କୁହାଯାଉଛି। କାହିଁକି ନା ଏହାଦ୍ୱାରା ଅନ୍ୟ ରୋଗୀଙ୍କୁ ଏଚ୍‌ଆଇଭି ସଂକ୍ରମଣ ହେବାର ଆଶଙ୍କା ରହିଛି।ଏହି ଘଟଣା ଜଣାପଡ଼ିବା ପରେ ଡେଣ୍ଟାଲ୍‌ ବିଭାଗର ଏଚ୍‌ଓଡି ଘଟଣା ସମ୍ପର୍କରେ ଭିମ୍‌ସାର୍‌ ଡିନ୍‌ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସଂପୃକ୍ତ ଡାକ୍ତର କହିଛନ୍ତି, ‘ପ୍ରଥମ ରୋଗୀ ଜଣକ ଏଚ୍‌ଆଇଭି ଆକ୍ରାନ୍ତ ବୋଲି ଜାଣି ଥିଲି। ମାନବିକତା ଦୃଷ୍ଟିରୁ ଅପରେସନ କରିଥିଲା। ଗାଇଡ ଲାଇନ ବି ଅନୁସରଣ କରିଥିଲି। ମୋ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର।’

ପଢନ୍ତୁ: ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

ସମ୍ବନ୍ଧିତ ଖବର

ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

Ratnamani Maharana

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

Ratnamani Maharana

ବୁଲବୁଲ ପାଇଁ ସତ୍ୟବାଦୀ ବ୍ଲକ୍ ବାଗଲପୁରରେ ଚାଲିଛି ସଙ୍କୀର୍ତ୍ତନ

Ratnamani Maharana

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭବାଇ ପଟେଲଙ୍କ ୧୪୪ତମ ଜୟନ୍ତୀ

Ratnamani Maharana

ଆରବ ସାଗରରେ ଲଘୁଚାପ : ଅକ୍ଟୋବରରେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ

Ratnamani Maharana

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

Ratnamani Maharana